ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଇଶାନଙ୍କ ବିସ୍ଫୋରକ ଶତକ; ବିଜୟ ସହିତ ଆଇପିଏଲ୍‌ ୨୦୨୫ର ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ

Published By : Soubhagya Ranjan | March 23, 2025 8:02 PM

Image source : India Tv

ହାଇଦ୍ରାବାଦ,୨୩/୦୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ ତମ ସିଜନ୍ ଏକ ଧମାକା ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ କେକେଆର୍‌ ଆରସିବି ଠାରୁ ପରାଜିତ ହୋଇଥିଲା। ତେବେ ଚଳିତ ସଂସ୍କରଣର ଦ୍ବିତୀୟ ମ୍ୟାଚ୍‌ ଅର୍ଥାତ୍‌ ଆଜି ମାର୍ଚ୍ଚ ୨୩ ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ରାଜସ୍ଥାନ ରୟାଲ୍ସକୁ ୪୪ ରନରେ ପରାସ୍ତ କରି ଏକ ବଡ଼ ବିଜୟ ସହ ସିଜିନ ଆରମ୍ଭ କରିଛି। 

ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ୨୮୬ ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ଇଶାନ୍ କିଶନ ୧୦୬ ରନର ଅପରାଜିତ ଶତକୀୟ ପାଳି ଖେଳିଥିବାବେଳେ ଟ୍ରାଭିସ୍ ହେଡ ୬୭ ରନ କରିଥିଲେ। ରାଜସ୍ଥାନ ରୟାଲ୍ସ ପାଇଁ ତୁଷାର ଦେଶପାଣ୍ଡେ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ।

ରାଜସ୍ଥାନ ରୟାଲ୍ସ ଦଳ କେବଳ ୨୦ ଓଭରରେ ୨୪୨ ରନ୍ ସ୍କୋର କରିବାରେ ସଫଳ ହୋଇପାରିଥିଲା ଯେଉଁଥିରେ ସଞ୍ଜୁ ସାମସନ ୬୬ ରନ୍ ସଂଗ୍ରହ କରିଥିବାବେଳେ ଧ୍ରୁଭ ଜୁରେଲ ୭୦ ରନ୍ ସଂଗ୍ରହ କରିଥିଲେ। ଇନିଂସର ଶେଷ ଓଭରରେ ଶିମ୍ରନ୍ ହେଟମେୟର ୪୨ ରନର ଦ୍ରୁତ ଇନିଂସ ଖେଳି ପରାଜୟର ମାର୍ଜିନକୁ ଟିକେ ହ୍ରାସ କରିବାକୁ ଚେଷ୍ଟା କରିଥିଲେ। ସିମରଜିତ ସିଂ ଏବଂ ହର୍ଷଲ ପଟେଲ ସନରାଇଜର୍ସ ହାଇଦ୍ରାବାଦ ଦଳ ପାଇଁ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.