ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଡିସେମ୍ବରରେ ବାରବାଟୀରେ ହେବ ଟି ୨୦ ମ୍ୟାଚ୍‌ ! ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

Published By : Prameya | March 22, 2025 10:21 PM

ନୂଆଦିଲ୍ଲୀ,୨୨/୦୩: ବାରବାଟିରେ ପୁଣି ଚଳିତ ବର୍ଷ ଡିସେମ୍ବରରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରେ। ଭାରତ ଓ  ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାରବାଟିରେ ଖେଳାଯାଇ ପାରେ ବୋଲି ସୂଚନା ମିଳିଛି।  ଏନେଇ ଏକ ୱେବ୍ ସାଇଟ୍ ରେ ସମ୍ଭାବ୍ୟ ମ୍ୟାଚ୍ ସୂଚୀ ପ୍ରକାଶ ପାଇବା ପରେ କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଏନେଇ ଯଦିଓ ବି ସି ସି ଆଇ ପକ୍ଷରୁ କୌଣସି ଔପଚାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ କିନ୍ତୁ ବାରବାଟି ରେ ମ୍ୟାଚ୍ କରିବା ପାଇଁ ଓ ସି ଏ ପକ୍ଷରୁ ବି ସି ସି ଆଇ କୁ ଅଧିକ ମ୍ୟାଚ ଦେବା ପାଇଁ ନିବେଦନ କରାଯାଇଥିଲା। ଏବେ ଯାଏଁ ବିସିସିଆଇ ପକ୍ଷ ରୁ କୌଣସି ସୂଚନା ଆସିନାହିଁ। ଯଦି ମ୍ୟାଚ୍ ଆସିବ ତେବେ ଆସନ୍ତା ସୋମବାର ଆମ ପାଖକୁ ଅଫିସିଆଲ୍ ଖବର ଆସିବ ବୋଲି ସୂଚନା ଦେଲେ ଓ ସି ଏ ସଭାପତି ପଙ୍କଜ ଲୋଚନ ମହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାରବାଟିରେ ଖେଳାଯିବାକୁ ଥିବା ବେଳେ ଅବିଶିଷ୍ଟ ମ୍ୟାଚ୍‌ ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଖେଳାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.