ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସକାଳୁ ଖାଲି ପେଟରେ ଖାଉଛନ୍ତି କି ଏହି ଖାଦ୍ୟ ? ହୋଇ ଯାଆନ୍ତୁ ସାବଧାନ...

Published By : Harapriya Sethi | February 10, 2025 2:32 PM

ନୂଆଦିଲ୍ଲୀ, ୧୦/୦୨: ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଜତ୍ନ ନେବା ଉଚିତ୍‌ । ସ୍ୱାସ୍ଥ୍ୟପ୍ରତି ଜତ୍ନବାନ ହେଲେ ହିଁ ଆମେ ରୋଗମୁକ୍ତ ହୋଇ ବଞ୍ଚିପାରିବା । ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ବିଶେଷ କରି ନିଜ ଖାଦ୍ୟପେୟର ଖାସ୍‌ ଧ୍ୟାନ ରଖିବା ଉଚିତ୍‌ ।  ସକାଳୁ ନିଦରୁ ଉଠିବା ପରେ କେଉଁ ପ୍ରକାରର ଖାଦ୍ୟ ଆପଣ ଗ୍ରହଣ କରୁଛନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଯେହେତୁ ରାତି ସାରା ଆମେ କୌଣସି ଖାଦ୍ୟ ଖାଇ ନଥାଉ, ତେଣୁ ସକାଳୁ ଯଥେଷ୍ଟ ପରିମାଣର ପୌଷ୍ଟିକ ଆହାର ଗ୍ରହଣ କରିବା ଉଚିତ୍‌ । ହେଲେ ଏପରି କିଛି ପ୍ରକାରର ଖାଦ୍ୟ ପଦାର୍ଥ ରହିଛି, ଯାହା ଖାଲି ପୋଟରେ ଗ୍ରହଣ କରିବା ଅନୁଚିତ୍‌ । କାରଣ ସେହି ଖାଦ୍ୟ ପାଚନ ସମ୍ୱନ୍ଧୀୟ ସମସ୍ୟା ସହ ପେଟ ଫୁଲିବା ଭଳି ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ଉଦାହରଣ ସ୍ୱରୂପ, ଖାଲି ପେଟରେ ଅମ୍ଳୀୟ ଖାଦ୍ୟ ବା ଖଟା ଜାଟୀୟ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଏସିଡ୍‌ ସମସ୍ୟା ସୃଷ୍ଟି ହୋଇଥାଏ । ହେଲେ ଯଦି ଆପଣ ସକାଳୁ ଖାଲି ପେଟରେ ଜଳଖିଆରେ ପ୍ରୋଟିନ୍‌ ଏବଂ ଫାଇବର୍‌ ଯୁକ୍ତ ସନ୍ତୁଳିତ ଆହାର ଗ୍ରହଣ କରୁଛନ୍ତି, ତେବେ ଏହା ଆପଣଙ୍କ ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ ରଖେ, କାମ କରିବାକୁ ଶକ୍ତି ଦିଏ ଏବଂ ଏକାଗ୍ରତା ମଧ୍ୟ ବଢାଇଥାଏ । ସାରା ରାତି କୌଣସି ଖାଦ୍ୟ ଗ୍ରହଣ କରି ନଥିବାରୁ ପେଟରେ ଅନେକ ପ୍ରକାରର ଗ୍ୟାସ୍‌ ଭର୍ତ୍ତି ହୋଇ ରହିଥାଏ । ଏହି ସମୟରେ ଯଦି ଆପଣ ଏପରି କିଛି ଖାଦ୍ୟ ଖାଉଛନ୍ତି, ଯାହା ପେଟରେ ଗ୍ୟାସ୍‌କୁ ବଢାଇବ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କେବଳ ସେତିକି ନୁହେଁ, ଲିଭର୍‌ ଏବଂ କିଡ୍‌ନୀ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିପାରେ । ତେବେ ସକାଳୁ ଖାଲି ପେଟରେ କେଉଁ ପ୍ରକାରର ଖାଦ୍ୟ ଖାଇବା ଅନୁଚିତ୍, ଆସନ୍ତୁ ସେ ବିଷୟରେ ଜାଣିବା । 

ଚା ଏବଂ କଫି-

'ଟାଇମ୍‌ସ ଅଫ୍‌ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଲୋକ ସକାଳୁ ଖାଲି ପେଟରେ ଚା କିମ୍ୱା କଫି ପିଇଥାନ୍ତି । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କାରଣ ଖାଲି ପେଟରେ ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ ରହିଥାଏ ଏବଂ ଚା କିମ୍ୱା କଫି ପିଇବା ଦ୍ୱାରା ଏହାର ପରିମାଣ ବଢିଯାଇଥାଏ ।

ତେଣୁ ଖାଲି ପେଟରେ କଫି କିମ୍ୱା ଚା ପିଇବା ଦ୍ୱାରା ସାରା ଦିନ ଆପଣଙ୍କ ପେଟ ଫୁଲି ରହିଥାଏ । ଯାହା କାରଣରୁ ଏସିଡିଟି ମଧ୍ୟ ହୋଇଥାଏ । କେବେଳ ସେତିକି ନୁହେଁ, ଏହା ଆପଣଙ୍କ ଶରୀରର ପିଏଚ୍‌ ସ୍ତରକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଗାଡ଼ି ଦେଇଥାଏ । 

ମସଲାଯୁକ୍ତ ଖାଦ୍ୟ- 

ଖାଲି ପେଟରେ ସ୍ପାଇସି ଫୁଡ୍‌ ବା ମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍‌ । ଏପରି ଖାଦ୍ୟ ଖାଇବା ଦ୍ୱାରା ମସଲାରେ ଥିବା ଏସିଡ୍‌ ଅନ୍ତନଳୀର ଆସ୍ତରଣକୁ କ୍ଷତି ପହଞ୍ଚାଇଥାଏ । ଅନ୍ତନଳୀର ବାହ୍ୟ ଭାଗ ସିଧାସଳଖ ଭାବେ ଲିଭର୍‌, କିଡ୍‌ନୀ ଏବଂ ବ୍ରେନ୍‌ ସହ ଜଡ଼ିତ । 

ଏହି କାରଣରୁ ମସଲାଯୁକ୍ତ ଖାଦ୍ୟ ଖାଇବା ପରେ ଉତ୍ପନ୍ନ ହେଉଥିବା ଏସିଡ୍‌ର ପ୍ରଭାବ ସିଧାସଳଖ ଭାବେ ଶରୀରର ଏହି ୩ଟି ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପଡ଼ିଥାଏ । ସେଥିଲାଗି ଅନେକ ସମୟରେ ଆପଣ ଦେଖିଥିବେ , ଅତ୍ୟଧିକ ଗ୍ୟାସ୍‌ ହେବା ଦ୍ୱାରା ମୁଣ୍ଡ ବୁଲାଇବା ସହ ପେଟରେ ଜଳାପୋଡ଼ା ଅନୁଭୂତ ହୋଇଥାଏ ।

ଶର୍କରା ଜାତୀୟ ଖାଦ୍ୟ-

ଅନେକ ଲୋକ ସକାଳୁ ଖାଲି ପେଟରେ ଫଳ କିମ୍ୱା ଫଳ ରସ ବା ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି । ହେଲେ କ'ଣ ଆପଣ ଜାଣିଛନ୍ତି କି, ଏହାର ସିଧାସଳଖ ପ୍ରଭାବ ଅଗ୍ନାଶୟ ବା ପାନକ୍ରିୟାଜ୍‌ ଉପରେ ପଡ଼ିଥାଏ । ସାରା ରାତିର ଉପବାସ ପରେ ସକାଳୁ ଶର୍କରା ଜାତୀୟ ଖାଦ୍ୟ ହଜମ କରିବାକୁ ପାକସ୍ଥଳୀକୁ ମାତ୍ରାଧିକ ପରିଶ୍ରମ କରିବାରୁ ପଡ଼ିଥାଏ । 

ଯାହାର ପ୍ରଭାବ ପେଟର ଅନ୍ୟ ଭାଗ ଗୁଡ଼ିକରେ ମଧ୍ୟ ପଡ଼ିଥାଏ । ସେଥଲାଗି ସକାଳୁ ନିଦରୁ ଉଠିବା ପରେ ଜଳଖିଆରେ ଶର୍କରା ଜାତୀୟ ଖାଦ୍ୟ କିମ୍ୱା ପ୍ରୋସେସ୍‌ଡ ଫୁଡ୍‌ ଗ୍ରହଣ କରିବା ଅନୁଚିତ୍‌ । ଏହାର ପ୍ରଭାବ ଲିଭର୍‌ ଉପରେ ମଧ୍ୟ ପଡ଼ିଥାଏ । ସାଇଟ୍ରସ୍‌ ଫଳ-

ସକାଳ ଜଳଖିଆରେ ଲେମ୍ୱୁ, କମଳା, ବାତାପି ଭଳି ଫଳ ଖାଇବା ଉଚିତ୍‌ ନୁହେଁ । ଜଳଖିଆରେ ଏହି ପ୍ରଜାତିର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ପେଟରେ ଏସିଡ୍‌ ଉତ୍ପନ୍ନ ହୁଏ ଏବଂ ପେଟ ଫୁଲି ଯାଇଥାଏ । 

ଖାଲି ପେଟରେ ଅଧିକ ପରିମାଣର ଫଳ ଖାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କୁ ସାରା ଦିନ ଭୋକ ଅନୁଭବ ହେବ ନାହିଁ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.