ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସୋଆ ପକ୍ଷରୁ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକ ପ୍ରଥମ ‘ପ୍ରାଚୀନ’ ସମ୍ପାନ ଆୟୋଜିତ

Published By : Prameya | March 18, 2025 9:16 PM

ଭୁବନେଶ୍ୱର, ୧୮/୩   : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡ଼ିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସରରେ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକର ପ୍ରଥମ ‘ପ୍ରାଚୀନ’ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନର ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ମହାଭାରତର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ । 

ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ । ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି । କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବେ ତାହାକୁ ସ୍ୱୀକାର କରି ନାହାନ୍ତି । ତାହା ସତ୍ୱେ ତାଙ୍କ ନାମରେ ଭଣିତା ଥିବା ‘ମହାଭାରତ’ର ଗୁରୁତ୍ୱକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଗବେଷକ ତଥା କାନପୁର ଆଇଆଇଟିର ପ୍ରାକ୍ତନ ଇଂରାଜୀ ପ୍ରଫେସର ଡକ୍ଟର ପଟ୍ଟନାୟକ କହିଛନ୍ତି । ଏହି ସମ୍ପାନରେ ବକ୍ତବ୍ୟ ଉପସ୍ଥାପନ କରି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ, ମହାଭାରତର ଏହି ପାଠରେ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ, ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଓ ଶ୍ରୀମଦ୍‌ଭଗବତ୍ ଗୀତାର ସମନ୍ୱୟ ରହିଛି । ମହାଭାରତର ବିଷୟ ବସ୍ତୁକୁ ସଂକ୍ଷେପରେ ଏବଂ ଅତ୍ୟନ୍ତ ବିଚାରବନ୍ତ ଭାବେ ଏଥିରେ ଉପସ୍ଥାପନ କରାଯାଇଛି ।

ଏହି ସମ୍ପାନରେ ଓଡ଼ିଆ ଗବେଷଣା ପରିଷଦର ଉପ ସଭାପତି ତଥା ବିଶିଷ୍ଟ ଗବେଷକ ଡକ୍ଟର ଅସିତ ମହାନ୍ତି ସଭାପତିତ୍ୱ କରି ଗବେଷଣା ପରିଷଦର ଆଭିମୁଖ୍ୟ ଏବଂ ସମ୍ପାନ ସଂପର୍କରେ ସୂଚନା ଦେଇ୍‌ଥିଲେ । ଏହି ସମ୍ପାନରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରାଚୀନ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସୋଆ ବିଶ୍ୱବିଦ୍ୟାଳୟର ‘ପ୍ରାଚୀନ’ବିଭାଗ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନର ଲକ୍ଷ୍ୟ ନେଇ ସ୍ଥାପିତ ହୋଇଛି । ପ୍ରାଚୀନ ଜରିଆରେ ବର୍ତ୍ତମାନ ସାରଳାଦାସ ମହାଭାରତର ପାଠ ଆଧାରିତ ସଂସ୍କରଣ ପ୍ରସ୍ତୁତି, ବିରଳ ପୁସ୍ତକର ଡିଜିଟାଇଜେସନ୍‌, ନୃତତ୍ୱ ଓ ଆଦିବାସୀ  ସଂସ୍କୃତି, ଯୋଗ ଓ ସଂସ୍କୃତି ଅଧ୍ୟୟନ ବିଭାଗରେ ଅଧିକ ଗବେଷଣା ଜାରି ରହିଥିବା ସେ ସୂଚନା ଦେଇଥିଲେ ।

ସମ୍ପାନର ପ୍ରାରମ୍ଭରେ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସମ୍ପାଦକ ଡକ୍ଟର ଗୌରାଙ୍ଗ ଚରଣ ଦାଶ, କୋଷାଧ୍ୟକ୍ଷ ସୁବାଷ ପଟ୍ଟନାୟକ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ପ୍ରଫେସର ଯତୀନ୍ଦ୍ର ନାୟକ, ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା, ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଫେସର ସନ୍ତୋଷ ରଥ, ପ୍ରଫେସର ମନୋରଞ୍ଜନ ପ୍ରଧାନ, କବି ଶ୍ରୀ ଶୈଳଜ ରବି, ଅନୁବାଦକ ସୁଭାଷ ଶତପଥୀ, ଗାଳ୍ପିକା ସୁନନ୍ଦା ପ୍ରଧାନ, ଗବେଷକ ଫଣିନ୍ଦ୍ର ଭୂଷଣ ନନ୍ଦ ଓ ପ୍ରଫେସର ପ୍ରଦୀପ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

ବିଶ୍ୱବିଦ୍ୟାଳୟର ଗବେଷକ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାଚୀନ ପକ୍ଷରୁ ଆସୋସିଏଟ ପ୍ରଫେସର ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ଜୀବନ ପଣ୍ଡା, ସମ୍ବିତ ପଟ୍ଟନାୟକ ଓ ବିଭୂତି ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.