ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସମ୍ ହସ୍ପିଟାଲରେ ଜଟିଳ ଫୁସ୍ଫୁସ୍ କର୍କଟ ରୋଗୀଙ୍କ ବିରଳ ଶଲ୍ୟ ଚିକିତ୍ସା

Published By : Prameya | March 18, 2025 8:20 PM

ଭୁବନେଶ୍ୱର,୧୮/୩ : ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକମାନେ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କର ବିରଳ ତଥା ସଫଳ ଅସ୍ତ୍ରୋପଚାର କରିଛନ୍ତି । ମହିଳା ଜଣକ କିଛି ଦିନ ଧରି ଅସୁସ୍ଥ ଥିଲେ ଓ ତାଙ୍କ କାଶରେ ରକ୍ତ ପଡୁଥିଲା । ଅନ୍ୟ ଡାକ୍ତରଖାନାରେ ତାଙ୍କୁ ଯକ୍ଷ୍ମା ହୋଇଛି ବୋଲି କୁହାଯାଇଥିଲା । ପରେ ସେ ଚିକିତ୍ସା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲକୁ ଆସିଥିଲେ ।

ସମ୍ ହସ୍ପିଟାଲର ପଲମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା ଓ ପ୍ରଫେସର ରାକ୍ଷୀ ଲୁଦାମ୍ ତାଙ୍କର ପରୀକ୍ଷା କରିବା ପରେ ତାଙ୍କର ସମସ୍ୟା ଯକ୍ଷ୍ମା ନୁହେଁ ବରଂ ଫୁସ୍‌ଫୁସ୍‌ରେ କର୍କଟ ବୋଲି ଜଣାପଡ଼ିଥିଲା । ପ‌ରେ ତାଙ୍କୁ ଅଙ୍କୋସର୍ଜରୀ ବିଭାଗରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ଅଙ୍କୋସର୍ଜରୀ ବିଭାଗର ମୁଖ୍ୟ ଡ. ସୁନୀଲ ଅଗ୍ରୱାଲଙ୍କ କହିବା ଅନୁଯାୟୀ ରୋଗୀଙ୍କ ବାମ ପାର୍ଶ୍ବ ଫୁସ୍‌ଫୁସ୍‌ରେ ମ୍ୟୁକୋଏପିଡରମଏଡ କ୍ୟାନସର ହୋଇଥିବା ଜଣାପଡ଼ିଲା । ଏହାପରେ ଏହାର ଶଲ୍ୟ ଚିକିତ୍ସା ଲାଗି ପ୍ରସ୍ତୁତି ହୋଇଥିଲା । ଏହି ପ୍ରକାର କର୍କଟ ୨୦ଲକ୍ଷରେ ଜଣେ ଲୋକକୁ ହୋଇଥାଏ ବୋଲି ଡ. ଅଗ୍ରୱାଲ କହିଛନ୍ତି । ଏହି ଅସ୍ତ୍ରୋପଚାର ପ୍ରାୟ ୫ ଘଣ୍ଟା ଧରି ହୋଇଥିଲା ଏବଂ ଏଥିରେ ତାମିଲନାଡୁସ୍ଥିତ ଥଙ୍ଗମ କ୍ୟାନସର ସେଂଟରର ବିଶେଷଜ୍ଞ ଡ. ସରଭାନା ରାଜାମନିକମ ସାମିଲ ହୋଇଥିଲେ । ଡାକ୍ତର ରାଜାମନିକମ ଫୁସ୍‌ଫୁସ୍ କର୍କଟ ଚିକିତ୍ସାରେ ଜଣେ ବିଶିଷ୍ଟ ବିଶେଷଜ୍ଞ ଭାବେ ପରିଚିତ ।

ଏହି ପ୍ରକାର ଅସ୍ତ୍ରୋପଚାରରେ ଚୀନସ୍ଥିତ ସାଂଘାଇଠାରେ ବିଶେଷ ତାଲିମ ପାଇଥିବା ଡାକ୍ତର ଅଗ୍ରୱାଲ କହିଛନ୍ତି ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅସ୍ତ୍ରୋପଚାର ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ପୂର୍ବରୁ ଯୋଗାଡ଼ କରି ରଖିଥିବାରୁ ଏହା ସମ୍ଭବ ହୋଇପାରିଲା । ଏଥି ଲାଗି ସେ ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଂଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ମେଡ଼ିକାଲ ସୁପରିଣ୍ଟେଣ୍ଡାଣ୍ଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଅସ୍ତ୍ରୋପଚାରର ୭ ଦିନ ପରେ ରୋଗୀଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା । ଏହି ଅସ୍ତ୍ରୋପଚାରରେ କ୍ରିଟିକାଲ କେୟାର ବିଭାଗର ପ୍ରଫେସର ଡାକ୍ତର ସନ୍ତୋଷ ସିଂହ, ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ଶାଶ୍ୱତ ପଟ୍ଟନାୟକ, ଅଙ୍କୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଦାମ ଷଡ଼ଙ୍ଗୀ, ଡାକ୍ତର ସ୍ନେହାଶିଷ ପ୍ରଧାନ ଓ ଡାକ୍ତର ଶ୍ୟାମ ହରିଚନ୍ଦନ ଓ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଅମିତ ସାମଲ ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.