ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଲମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ନିଜାମୁଦ୍ଦିନ ଦରଗାହରେ ପହଞ୍ଚିଲେ ଅର୍ପିତା , ଭାଇ ପାଇଁ ଶୁଭ ମନାସୀଲେ ଭଉଣୀ

ମୁମ୍ୱାଇ : ସଲମାନ ଖାନଙ୍କ ଆପାର୍ଟମେଣ୍ଟ ବାହାରେ ଫାୟାରିଂ ଘଟଣାରେ ତାଙ୍କର ପୂରା ପରିବାର ସମସ୍ୟାରେ ପଡ଼ି ଯାଇଥିଲେ। ସମସ୍ତଙ୍କୁ କେବଳ ସଲମାନଙ୍କ ଚିନ୍ତା। ବର୍ତ୍ତମାନ ଯଦିଓ ଗୁଳି ଫୁଟାଇଥିବା ଲୋକ ପୁଲିସ କଷ୍ଟଡିରେ, ହେଲେ ପରିବାର ଲୋକଙ୍କ ଚିନ୍ତା ଏଯାଏ ବି କମି ନାହିଁ। ଏ ଭିତରେ ସଲମାନଙ୍କ ଭଉଣୀ ଅର୍ପିତାଙ୍କର ଏକ ଭିଡ଼ିଓ ସାମନାକୁ ଆସିଛି। ଭିଡ଼ିଓରେ ଆପଣ ଦେଖି ପାରିବେ କି ଅର୍ପିତା , ନିଜାମୁଦ୍ଦିନ ଦରଗାହ ଯାଉଛନ୍ତି। ଏହି ସମୟରେ ତାଙ୍କ ସହ ପୁଅ ଅହିଲ ମଧ୍ୟ ନଜର ଆସୁଛନ୍ତି। 

ସଲମାନଙ୍କ ଘରେ ପହଞ୍ଚିଲା ଲରେନ୍ସ ବିଷ୍ଣୋଇ ନାଁରେ ବୁକ୍‌ ହୋଇଥିବା କ୍ୟାବ୍‌, ଗାଜିଆବାଦରୁ ଜଣେ ବ୍ୟକ୍ତି ଗିରଫ

କୁହାଯାଉଛି କି, ଭାଇ ସଲମାନ ଓ ପରିବାର ପାଇଁ ଅର୍ପିତା , ଶୁଭମନାସୀବାକୁ  ଯାଇଛନ୍ତି। ଭିଡ଼ିଓରେ ଆପଣ ଦେଖି ପାରିବେ ଭିଡ଼ ମଧ୍ୟରେ ଅର୍ପିତା ପୁଅକୁ ଆୟତ୍ତରେ ରଖି ପ୍ରାର୍ଥନା ଜଣାଇବାକୁ ଯାଉଛନ୍ତି। ଉକ୍ତ ପୋଷ୍ଟରେ ପ୍ରଶଂସକ ମଧ୍ୟ ସଲମାନଙ୍କ ସୁଖ ଶାନ୍ତିର ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି। 

କହି ରଖୁଛୁ କି , ଏହା ପୂର୍ବରୁ ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଏକ ଇଣ୍ଟରଭ୍ୟୁରେ ଏହି ମାମଲାରେ ଆଲୋଚନା କରିଥିଲେ। ଏଏନଆଇ ସହ କଥାବାର୍ତ୍ତା ବେଳେ ଆୟୁଷ କହିଥିଲେ , ଏହା ଖୁବ୍‌ ମୁସ୍କିଲ ସମୟ ଥିଲା  ଆମ ପାଇଁ। ଆମେ ଏକ ପରିବାର ପରି ଏକାଠି ଅଛୁ। ମୋତେ ଲାଗୁଛି କି , ଏହି ସମୟରେ ଅଧିକ କହିବା ଉଚିତ ନୁହେଁ , କାରଣ ପୁଲିସ ନିଜ କାମ କରୁଛି  ଏବଂ  ଏବେ ବି ଏହାର ଯାଞ୍ଚ ହେଉଛି । ଏହି ସମୟରେ ସମସ୍ତଙ୍କୁ କେବଳ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଏତେ ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି ଏବଂ ପ୍ରାର୍ଥନା କରିଛନ୍ତି ଏବଂ ଯେମିତି କି ଆପଣ ଜାଣନ୍ତି କି ସଲମାନ ଖାନ ପୁଣି ପୂର୍ବପରି କାମ ଆରମ୍ଭ କରି ଦେଇଛନ୍ତି , ଆଉ ମୁଁ ମଧ୍ୟ।

କିଛି ଦିନ ପୂର୍ବେ ଏକ ଷ୍ଟେଟମେଣ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା , ଯାହାକୁ ସଲମାନଙ୍କ ପିତା ସଲିମଙ୍କ ନାଁରେ ବୋଲି କୁହାଯାଉ ଥିଲା । ହେଲେ ଅରବାଜ ଏହାକୁ ମିଛ ବୋଲି କହି ଥିଲେ। ସେ କହି ଥିଲେ ଯେ, ପରିବାରର କୌଣସି ସଦସ୍ୟ ଏହି ବିଷୟରେ କିଛି ଷ୍ଟେଟମେଣ୍ଟ ଦେଇ ନାହାନ୍ତି। 

କହି ରଖୁଛି କି, ଗତ ରବିବାରରେ ୨ ଜଣ ବ୍ୟକ୍ତି ସଲମାନଙ୍କ ଘର ବାହାରେ ୫ଟି ଗୁଳି ଫୁଟାଇ ଥିଲେ । ଗୋଟିଏ ବୁଲେଟ୍‌  ସଲମାନଙ୍କ ଘରର କାନ୍ଥରେ ବାଜି ଥିଲା। ଏ  ଘଟଣା ଝଡ଼ ବେଗରେ ଚାରିଆଡ଼େ ପ୍ରସାରିତ ହୋଇ ଯାଇଥିଲା। ସମସ୍ତେ ସଲମାନ ଓ ତାଙ୍କ ପରିବାରକୁ ସମର୍ଥନ କରି ସାହାସ ଦେଇ ଥିଲେ।  

  • Salman Khan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.