ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦୁଃଖ ବଖାଣିଲେ ରିଆ ଚକ୍ରବର୍ତ୍ତୀ, କହିଲେ-‘ଲୋକେ ମୋତେ ଡାହାଣୀ କହୁଛନ୍ତି’

ନୂଆଦିଲ୍ଲୀ ୨୨/୦୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମ୍ପୃକ୍ତି ଥିବା ନେଇ ନାନା ଚର୍ଚ୍ଚା ଚାଲିଥିଲା । ଏପରିକି ଏହି ଘଟଣା ପରେ ଡ୍ରଗ୍ସ ମାମଲାରେ ୨୦୨୦ରେ ରିଆଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ପ୍ରାୟ ମାସେ ଜେଲରେ ରହିବା ପରେ ସେ ବାହାରିଥିଲେ । ଏବେ ରିଆ ପୂର୍ବକଥାକୁ ମନେ ପକାଇ ନିଜ କଥା ରଖିଛନ୍ତି । 

ରିଆ କହିଛନ୍ତି, ସେ ଏବେ ଫିଲ୍ମ ନୁହେଁ ବରଂ ମୋଟିଭେସନାଲ ସ୍ପିକିଂ ଭଳି କାମ କରି ଟଙ୍କା କମାଉଛନ୍ତି । ସେ ବ୍ଲାକ୍‌ ମ୍ୟାଜିକ୍‌ ବା କଳାଯାଦୁ କରୁଥିବା କିଛି ଲୋକ ଏବେ ବି ଭାବୁଛନ୍ତି । ଅନେକେ ତାଙ୍କୁ ଡାହାଣୀ ବୋଲି ମଧ୍ୟ କହୁଛନ୍ତି । କିନ୍ତୁ ଆଉ କିଛି ଲୋକ ତାଙ୍କୁ ଜଣେ ସାହସୀ ବାହାଦୂର ଝିଅ ମଧ୍ୟ କହୁଛନ୍ତି । ଶନିବାର ରିଆ ତାଙ୍କ ନୂଆ ପୋଡ୍‌କାଷ୍ଟ ଚାପ୍ଟର ୨ ଆରମ୍ଭ କରିଛନ୍ତି । ଏହି ପୋଡ୍‌କାଷ୍ଟ ତାଙ୍କ ଜୀବନର ବର୍ତ୍ତମାନ ସ୍ଥିତିକୁ ଦର୍ଶାଏ ବୋଲି କହିଛନ୍ତି । 

ଏଥର ପୋଡ୍‌କାଷ୍ଟରେ ଅଭିନେତ୍ରୀ ସୁସ୍ମିତା ସେନ୍‌ ଅତିଥି ଭାବେ ପହଞ୍ଚିଥିଲେ । ତାଙ୍କ ଉପସ୍ଥିତିରେ ରିଆ କହିଥିଲେ, ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ନିଜର ଭରଣପୋଷଣ ପାଇଁ ମୁଁ ଏବେ କ’ଣ କରୁଛନ୍ତି । ମୁଁ ଏବେ ଫିଲ୍ମରେ ଅଭିନୟ କରୁନାହିଁ । ମୋଟିଭେସନାଲ ସ୍ପିକିଂ ବା ପ୍ରେରଣାଦାୟୀ ବାର୍ତ୍ତା ମାଧ୍ୟମରେ ଅର୍ଥ କମାଉଛି । ସଭିଏଁ ମୋର ପ୍ରଥମ ଚାପ୍ଟର କଥା ଜାଣିଛନ୍ତି । ଜୀବନରେ ମୁଁ ଅଲଗା ଅଲଗା ପର୍ଯ୍ୟାୟ ପାର୍‌ କରିସାରିଛି । ଏବେ ମୋତେ ମୋର ପୁନର୍ଜନ୍ମ ହେବା ଭଳି ଲାଗୁଛି । ଏହି ଜୀବନକୁ ମୁଁ ଉପଭୋଗ କରିବାକୁ ଚାହୁଁଛି । ରିଆ ଆହୁରି କହିଥିଲେ, ଲୋକଙ୍କୁ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଅସୁବିଧା ରହିଛି, ଯାହାକୁ ସେ ନିଜେ ବନାଇଛନ୍ତି । ହେଲେ ଏବେ ବୁଝିଛି ଯେ ଏହି କଥାକୁ ନେଇ ତାଙ୍କୁ ବେଶି ଫରକ୍‌ ପଡ଼ିବା କଥା ନୁହେଁ । ଯିଏ ପ୍ରକୃତରେ ଆପଣଙ୍କୁ ଭଲ ପାଆନ୍ତି ସେମାନେ ମହାନ । ଯିଏ ଘୃଣା କରୁଛନ୍ତି ସେମାନେ ବି ନିଜ ସ୍ଥାନରେ ଠିକ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.