ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

‘ସ୍ତ୍ରୀ-୨’ରେ ତମନ୍ନାଙ୍କ ଆଇଟମ୍‌ ନମ୍ବର,‘ଆଜ୍‌ କି ରାତ୍‌’ ଗୀତରେ ଲଗାଇଲେ ଠୁମ୍‌କା...

ମୁମ୍ବାଇ ୨୫/୦୭: ରାଜକୁମାର ରାଓ ଆଇଟମ୍‌ ନମ୍ବର ‘ସ୍ତ୍ରୀ-୨’କୁ ନେଇ ଏବେ ଖୁବ୍‌  ଚର୍ଚ୍ଚା । ଆସନ୍ତା ଅଗଷ୍ଟ ୧୫ ତାରିଖରେ  ଫିଲ୍ମଟି ମୁକ୍ତିଲାଭ କରିବ । ଇତିମଧ୍ୟରେ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌ ହୋଇଛି । ଏଥିରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଦମ୍‌ଦାର ନୃତ୍ୟ ଦେଖିବାକୁ ମିଳିଛି । ଗୀତର ନାଁ  ‘ଆଜ୍‌ କି ରାତ୍‌’ । 

୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସ୍ତ୍ରୀ’ରେ ନୋରା  ଫତେହି ‘କମରିୟା’ ଗୀତରେ ନଜର ଆସିଥିଲେ । ଦର୍ଶକ ଏହାକୁ ଖୁବ୍‌  ପସନ୍ଦ କରିଥିଲେ । ଗୀତ ଆରମ୍ଭରେ ତମନ୍ନାଙ୍କୁ ଦେଖି ପଙ୍କଜ ତ୍ରିପାଠୀ,  ରାଜକୁମାର ରାଓ, ଅପାରଶକ୍ତି ଖୁରାନା ଓ ଅଭିଷେକ ବାନାର୍ଜୀ ଚକିତ ହୋଇ ଚାହିଁ ରହିଥିବା ନଜର ଆସିଛନ୍ତି । ନୃତ୍ୟ ଜରିଆରେ ତମନ୍ନା  ସମସ୍ତଙ୍କୁ ମତୁଆଲା କରୁଛନ୍ତି । ତାଙ୍କ ଅନ୍ଦାଜ୍‌ ସମସ୍ତଙ୍କୁ ହୋଶ୍‌ ଉଡ଼ାଇଛି।  ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ଗାଇଛନ୍ତି ମଧୁବନ୍ତୀ  ବାଗଚୀ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା, ଯାହାକୁ  ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଫିଲ୍ମ ଜରିଆରେ ଶ୍ରଦ୍ଧା ପୁଣି ଥରେ  ଭୂତ ଅବତାରରେ ନଜର ଆସିବେ । ତାଙ୍କ ଅପୋଜିଟ୍‌ରେ ରାଜକୁମାର ପୁଣି ଥରେ ଭିକ୍କି ଭୂମିକାରେ ନଜର  ଆସିବେ । ଭିକ୍କି ଓ ତାଙ୍କ ସାଙ୍ଗମାନେ ସ୍ତ୍ରୀ  ସହ ମିଶି ଭୂତକୁ ଘଉଡ଼େଇବାକୁ  ଚେଷ୍ଟା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.