ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କେବିସି-୧୬ ସେଟ୍‌କୁ ଫେରିଲେ ଅମିତାଭ , ସେୟାର କଲେ ଫଟୋ ...

ମୁମ୍ୱାଇ : ‘କୌନ ବନେଗା କରୋଡପତି’ କ୍ୱିଜ୍‌ ଶୋ ଟିଭିର ଦୁନିଆର ସବୁଠୁ ପସନ୍ଦଯୋଗ୍ୟ ଶୋ’ ମଧ୍ୟରୁ ଗୋଟିଏ। ଯେତେ ଲୋକ ଶୋ’କୁ ଭଲ ପାଆନ୍ତି, ସେତିକି ଭଲ ପାଇବା ଲୋକେ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କୁ ମଧ୍ୟ କରନ୍ତି। କୌନ ବନେଗା କରୋଡପତି ଶୋ’ର ଆଗାମୀ ସିଜନ ମଧ୍ୟ ଆସିବାକୁ ଯାଉଛି। ଅମିତାଭ ବଚ୍ଚନ ସିଜନ-୧୬ର ସୁଟ୍ ଆରମ୍ଭ କରି ଦେଇଛନ୍ତି। ଶୋ’ର ହୋଷ୍ଟ ପ୍ରଶଂସକଙ୍କ ପାଇଁ ଶୋ’ ର ସେଟ୍‌ରୁ ସେୟାର କରିଛନ୍ତି। ଅମିତାଭ ବଚ୍ଚନ ଯେଉଁ ଫଟୋ ସେୟାର କରିଛନ୍ତି , ତାଙ୍କୁ ଦେଖି ପ୍ରଶଂସକଙ୍କର ଉତ୍ସାହ ବଢି ଯାଇଛି। 

ଅମିତାଭ ବଚ୍ଚନ ଆଜି ଅର୍ଥାତ୍‌ ୨୫ ଅପ୍ରେଲ୍‌ରେ ନିଜର ଏକ୍ସ ହ୍ୟାଣ୍ଡଲରୁ ଶୋ’ର ସେଟ୍‌ର ଫଟୋ ସେୟାର କରିଛନ୍ତି। ଅମିତାଭ ବଚ୍ଚନ ପ୍ରଥମ ଫଟୋ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ସେୟାର କରିଛନ୍ତି। ଏଥିରେ ଅମିତାଭ ବଚ୍ଚନ ଷ୍ଟେଜ୍‌ରେ ଠିଆ ହେବାର ନଜର ଆସୁଛି। ଏହି ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି – ବ୍ୟାକ୍‌ ଟୁ କେବିସି -୧୬ ସିଜନ... 


ଅନ୍ୟପଟେ , ଅମିତାଭ ବଚ୍ଚନ ଯେଉଁ ଦ୍ୱିତୀୟ ଫଟୋ ସେୟାର କରିଛନ୍ତି , ଏଥିରେ ଅମିତାଭ ବଚ୍ଚନ କରିଡୋରରେ ଦୌଡ଼ିବାର ନଜର ଆସୁଛି। ଏହି ଫଟୋ ସହ ଅମିତାଭ ବଚ୍ଚନ କ୍ୟାପସନରେ ଲେଖିଛନ୍ତି – ହଁ ପୁଣି ଫେରି ଆସିଲି ଏବଂ ଏବ୍ ବି ରୁଟିନରେ କୌଣସି ପରିବର୍ତ୍ତନ ନାହିଁ ...ଦୌଡ଼ ଏବେ ବି ଜାରି ଅଛି। 


ଅମିତାଭ ବଚ୍ଚନ ଯେଉଁ ଫଟୋ ସେୟାର କରିଛନ୍ତି , ଏହାକୁ ଦେଖି ପ୍ରଶଂସକ ଉତ୍ସାହିତ ହୋଇ ଯାଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି କି ଫିଟନେସ୍‌ , ସାର୍‌ ଖୁବ୍‌ ଆକର୍ଷଣୀୟ। ଦ୍ୱିତୀୟ ପ୍ରଶଂସକ ଲେଖିଛନ୍ତି , ଗତ ବର୍ଷ ଏତେ ଇମୋସନାଲ କାହିଁକି କଲେ। କହି ରଖୁଛୁ କି, ଗତ ସିଜନରେ ଶେଷ ଏପିସୋଡ୍‌ରେ ଅମିତାଭ ବଚ୍ଚନ କହିଥିଲେ କି ଏହି ସମୟରେ ଏହି ମଞ୍ଚରୁ ଶେଷ ଥର କହୁଛି , ଶୁଭରାତ୍ରୀ, ଶୁଭରାତ୍ରୀ , ଶୁଭରାତ୍ରୀ...ଅମିତାଭ ବଚ୍ଚନ ଏମିତି କହି ଭାବପ୍ରବଣ ହୋଇ ଯାଇ ଥିଲେ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.