ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୨୬ରେ ରିଲିଜ୍‌ ହେବ ‘ଡେଡପୁଲ ଆଣ୍ଡ୍‌ ୱୋଲଭେରାଇନ୍‌’

ନୂଆଦିଲ୍ଲୀ ୨୪/୦୭: ହଲିଓଡ ସିନେମାରେ ମାର୍ଭେଲ ମ୍ୟାଜିକ ପସନ୍ଦ କରୁଥିବା ପ୍ରଶଂସକଙ୍କ ପାଇଁ ଖୁସି ଖବର । ଜୁଲାଇ ୨୬, ଶୁକ୍ରବାର ରିଲିଜ୍‌ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ମାର୍ଭେଲ ସୁପରହିରୋ ସିନେମା ‘ଡେଡପୁଲ’ର ତୃତୀୟ ସିରିଜ୍‌ ‘ଡେଡପୁଲ ଆଣ୍ଡ ୱୋଲଭେରାଇନ’ । ରିଲିଜ ହୋଇଥିବା ଟିଜର ଓ ଟ୍ରେଲର ଅନୁସାରେ ଏହାର ସମସ୍ତ ରିଭ୍ୟୁ ସକାରାତ୍ମକ । 

ର୍ୟାନ୍‌ ରେନଲ୍ଡ ଓ ହଗ୍‌ ଜ୍ୟାକମ୍ୟାନଙ୍କ ଅଭିନୀତ ଏହି ସିନେମାଟି ରିଲିଜ ହେବା ଆଗରୁ ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ବକ୍ସ ଅଫିସ ରିପୋର୍ଟରୁ ଜଣା ପଡିଛି ଏହା ଚଳିତବର୍ଷ ହଲିଉଡ ସିନେମାର ସର୍ବବୃହତ ଓପନର ହେବାକୁ ଯାଉଛି । ପ୍ରଥମ ଦିନ ପାଇଁ ଏ ଫିଲ୍ମ ଅଗ୍ରୀମ ୪.୪୬ କୋଟିର ଟିକେଟ ବିକ୍ରି କରିସାରିଛି । ଏହାକୁ ୨୦୧୬ରେ ରିଲିଜ ହୋଇଥିବା ‘ଡେଡପୁଲ’, ୨୦୧୮ରେ ରିଲିଜ ହୋଇଥିବା ‘ଡେଡପୁଲ-୨’ର ସିକ୍ୱେଲ ଭାବେ ସିନେପ୍ରେମୀ ବେଶ୍‌ ପସନ୍ଦ କରିବେ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.