ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗୋଟିଏ ଭୁଲ ପାଇଁ ବରବାଦ ହୋଇଗଲା କ୍ୟାରିୟର, ୬ମାସ ରହିଲେ ଜେଲ୍‌ରେ..ଜାଣନ୍ତୁ କୁଆଡେ ଗଲେ ‘ସାକି ସାକି ଗର୍ଲ’?

ମୁମ୍ବାଇ ୨୩/୦୭: ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ନିଜ ଅଭିନୟ ସହିତ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୁଅନ୍ତି, କିନ୍ତୁ ତା’ପରେ ସେମାନେ ଏପରି କିଛି କରନ୍ତି ଯାହା ହେତୁ ଖୁବ୍‌ ଟ୍ରୋଲ୍ ହୁଅନ୍ତି। ହେଲେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ଗୋଟିଏ ଭୁଲ୍ ଯୋଗୁଁ ତାଙ୍କ ଫିଲ୍ମ କ୍ୟାରିୟର ନଷ୍ଟ ହୋଇଗଲା। ଆଉ ଅନେକ ବର୍ଷ ଧରି ଫିଲ୍ମ ଦୁନିଆରୁ ଦୂରେଇ ଅଛନ୍ତି।

ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି କୋଏନା ମିତ୍ରା। ରିତେଶ ଦେଶମୁଖ, ଫରଦୀନ ଖାନ, ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ଶ୍ରେୟାସ ତାଲପେଡଙ୍କ ପରି ଅନେକ ବରିଷ୍ଠ କଳାକାରଙ୍କ ସହ ସେ କାମ କରିଛନ୍ତି। କୋଏନା ଅନୀଲ କପୁରଙ୍କ ଫିଲ୍ମ 'ମୁସାଫିର'ର ଲୋକପ୍ରିୟ ଆଇଟମ୍ ନମ୍ବର ପାଇଁ ଜଣାଶୁଣା। ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ସେ ମିସ୍ ଇଣ୍ଟରକଣ୍ଟିନେଣ୍ଟାଲ ୨୦୦୧ ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ଶୀର୍ଷ ୧୨ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ସେ କେବଳ ହିନ୍ଦୀ ନୁହେଁ ତାମିଲ ଏବଂ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏତେ ଲୋକପ୍ରିୟ ହେବା ସତ୍ତ୍ୱେ କୋଏନା ବର୍ତ୍ତମାନ ଗ୍ଲାମର ଇଣ୍ଡଷ୍ଟ୍ରିରୁ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ହୋଇଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, କୋଏନା ତାଙ୍କ ଚେହେରାକୁ ଅଧିକ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରିଥିଲେ କିନ୍ତୁ ସର୍ଜରୀର ପ୍ରଭାବ ବିପରୀତ ଥିଲା । ଏହି ସର୍ଜରୀ ହେତୁ ତାଙ୍କ ଚେହେରା 'ଖରାପ' ହୋଇଗଲା। ଏହା ପରେ କୋଏନା ତାଙ୍କ ମୁହଁରେ କରେକ୍ସନ୍‌ ସର୍ଜରୀ ମଧ୍ୟ କରିଥିଲେ, କିନ୍ତୁ ତାଙ୍କ ମୁହଁରେ ଏହା ଅଧିକ ଖରାପ ପ୍ରଭାବ ପକାଇଲା। ସର୍ଜରୀ ପରେ ତାଙ୍କ ମୁହଁ ବହୁତ ଫୁଲିଗଲା। ଯାହା ଠିକ୍‌ ହେବାକୁ ଏକ ବର୍ଷ ସମୟ ଲାଗିଗଲା। ହେଲେ ସର୍ଜରୀ ହେତୁ ତାଙ୍କ ଗାଲର ହାଡ ଖରାପ ହୋଇଯାଇଥିଲା ଯେଉଁଥିପାଇଁ ସେ ଅସୁନ୍ଦର ଦେଖାଯିବା ଆରମ୍ଭ କରିଥିଲେ। ତାଙ୍କ ଫିଲ୍ମ କ୍ୟାରିୟର ବରବାଦ ହୋଇଗଲା। ଏହା ବ୍ୟତୀତ ତାଙ୍କ ବିରୋଧରେ ଏକ ଚେକ୍ ବାଉନ୍ସ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ଯେଉଁ କାରଣରୁ ସେ ୬ମାସ ଜେଲରେ ମଧ୍ୟ ସେ ରହିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.