ପୁରୀ, ୦୬/୦୪: ଆଜି ଶ୍ରୀରାମନବମୀ ଅବସରରେ ବଡ଼ଦେଉଳରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ପାଳନ ହେବ । ଶ୍ରୀମନ୍ଦିର ପରମ୍ପରାନୁସାରେ ସ୍ୱତନ୍ତ୍ର ଦେବବିଧି ପାଳନ ହେବ । ଏଥିପାଇଁ ୫ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ମନା । ମଧ୍ୟାହ୍ନଧୂପ ପରେ ଶ୍ରୀରାମଜନ୍ମ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଏଥି ସହିତ ଶ୍ରୀରାମ ଜନ୍ମ ନୀତି ଅନୁସାରେ ଶନିବାର ମହାପ୍ରଭୁଙ୍କୁ ଜେଉଡ଼ (ଜେଉଟ) ଭୋଗ ଲାଗି ହୋଇଛି । ଗର୍ଭବେଦନାରୁ ମୁକ୍ତି ପାଇଁ ଜେଉଟ ଭୋଗ ଲାଗି କରାଯାଏ । କୃଷ୍ଣ ଜନ୍ମ ପୂର୍ବଭଳି ଏହି ନୀତି । ଏଣୁ ବିଧି ଅନୁସାରେ ଆଜି ସନ୍ଧ୍ୟା ଧୂପ ପରେ ଦାରୁ ଦିଅଁଙ୍କୁ ଜେଉଡ଼ ଭୋଗ ଲାଗି କରାଯାଇଥିଲା । ବଲ୍ଲଭପିଣ୍ଡିରେ ଭୋଗ ଅନୁଷ୍ଠିତ ହୋଇଥିଲା । ଏହାପରେ ବଡ଼ସିଂହାର ବେଶ ଓ ଭୋଗ ନୀତି ସରି ଠାକୁରଙ୍କ ପହୁଡ଼ ବଢ଼ିଥିଲା । ଠାକୁରଙ୍କ ନୀତି ଦେଖିବାକୁ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଥିଲା । ତେବେ ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକୁ ନେଇ ଦର୍ଶନ କଟକଣା ଧାର୍ଯ୍ୟ ହେବ । ଶ୍ରୀରାମ ନବମୀରେ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ।
ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ। ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା। ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ। କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ । ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ। ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ। ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କରିଥିଲେ। କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ ।
ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ। ବୟଃପ୍ରାପ୍ତ ହେବାପରେ ପ୍ରଭୁ ରାମଚନ୍ଦ୍ର ମିଥିଳା ନରେଶ ରାଜର୍ଷି ଜନକଙ୍କ ଦୁହିତା ଦେବୀ ସୀତାଙ୍କ ସହିତ ବିବାହ ହୋଇଥିଲା । ବାଲ୍ମିକୀ ରାମାୟଣ ମତେ ମାର୍ଗଶିର ଶୁକ୍ଳପଞ୍ଚମୀ ଦିନ ସେହି ବିବାହ ଅନୁଷ୍ଠିତ ହୋଇଥିଲା ।
ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ
ଶ୍ରୀମନ୍ଦିରରେ ରାମ ନବମୀ ନୀତି :-
ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଜେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥାଏ । ଶ୍ରୀରାମ ଜନ୍ମ ହେବା ପରେ କର୍ପୂର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି ।
ରାମ କାହିକିଁ ଜନ୍ମ ହେଇ ଥିଲେ ?:-
ପ୍ରଥମ ବୃତାନ୍ତ :
ଜୟ ଭିଜୟ ନାମକ ଦୁଇଟି ଦ୍ୱାରପାଳ ଥିଲେ ବଇକୁଣ୍ଠରେ। ସନତ , ସନାତନ , ସନନ୍ଦନ , ସନତକୁମାର ୪ ଋଷି ଏଇ ସଦାବେଳେ କିଶୋର ବୁଢା ହୁଅନ୍ତି ନାହିଁ କିଶୋର ହେଇକି ବିଷ୍ଣୁ ଙ୍କୁ ଦର୍ଶନ କରିବାକୁ ଆସିଥିଲେ କିନ୍ତୁ ଦ୍ୱାର ରେ ବାଧା ସୃଷ୍ଟିକଲେ ଜୟ ବୀଜୟ। ଋଷି ମାନେ ଅଭିଶାପ ଦେଲେ ତିନି ଜନ୍ମ ପର୍ଯ୍ୟନ୍ତ ଅସୁର ହେଇଯିବ। ବିଷ୍ଣୁ ଙ୍କୁ ଦର୍ଶନ ନକରି ଫେରିଗଲେ। ଜୟ ବିଜୟ କାନ୍ଦୁଛନ୍ତି ଭଗବାନ ବିଷ୍ଣୁ ଆସିଲେ କହିଲେ କଣ ହେଲା । ନା ପ୍ରଭୁ ୪ ଋଷି ଆସିଥିଲେ ଆପଣଙ୍କୁ ଦେଖା କରିବାକୁ ଅପଣ ବିଶ୍ରାମ କରୁଥିଲେ । ଆମେ ଆମ ଧର୍ମ ରକ୍ଷା ପାଇଁ ଆପଣଙ୍କ ନିଦ୍ରାରେ ବାଧା ସୃଷ୍ଟି ନକରିବା ପାଇଁ ତାଙ୍କୁ ଭୀତରକୁ ଛାଡିଲୁନି ଆଉ ସେମାନେ ଆମ କୁ ଅଭିଶାପ ଦେଲେ ତମେ ୩ ଜନ୍ମ ପାଇଁ ରାକ୍ଷାଷ ହେଇଯାଅ ।
ବିଷ୍ଣ କହିଲେ ଯଦି ସିଏ ଅଭିଶାପ ଦେଲେ ମୋ ପାଇଁ ସେ ଅଭିଶାପକୁ ଆଶ୍ରିବାଦରେ ବିଚ଼ାର କର ମୁଁ ତିନି ଜନ୍ମରେ ତମ ପାଇଁ ଜନ୍ମ ନେବି। ସତ୍ୟ ଯୁଗରେ ତମେ ହେବ ହିରଣ୍ୟକ୍ଷ , ହିରଣ୍ୟକଶିପ ମୁଁ ୨ ଟି ଜନ୍ମ ନେବି ବରାହ ରୂପ ଏବଂ ହିରଣ୍ୟକଶିପ ପାଇଁ ନୃସିଂହ। ତ୍ରେତୟା ଯୁଗରେ ତମେ ହେବ ରାବଣ କୁମ୍ଭକର୍ଣ୍ଣ ମୁଁ ରାମ ହେଇ ଆସିବି । ଦ୍ୟାପରରେ ତମେ ହେବ ଦାନ୍ତ ବକ୍ର ଶିଶୁପାଳ ମୁଁ କୃଷ୍ଣ ହେଇକି ଆସିବି । ତେଣୁ ଜୟ ବୀଜୟ ପାଇଁ ପ୍ରଭୁ ରାମ ଅବତାର ହେଇଥିଲେ ।
ଦ୍ଵିତୀୟ ବୃତାନ୍ତ :-
ବୃନ୍ଦାବତୀ ବାହା ହେଇଥିଲେ ଜଳନ୍ଧର ଙ୍କୁ ଜଳନ୍ଧର ଦେବତା ମାନଙ୍କୁ ରଣ ରେ ହରେଇ ଦେଉଥିଲା । ଶିବ ବହୁତ ଯୁଧ୍ୟ କଲେ ହେଲେ ହେଲେ ଜଳନ୍ଧର ର କିଛି ହେଲାନି ଶିବ ବିଷ୍ଣୁ ଙ୍କ ପାଖକୁ ଆସିଲେ । ପ୍ରଭୁ କେମିତି ମରିବ ଏଇ ଭଗବାନ କହିଲେ ଜଳନ୍ଧର ସହିତ ଶିବ ତମେ ଲଢେଇ କରୁନ ତା ସ୍ତ୍ରୀ ର ସତିତ୍ୟ ସହ ଲଢେଇ କରୁଛ । ତାର ପୁଣ୍ୟ ଲଢେଇ କରୁଛି ତୁମ ସହ । ନାରୀର ସତିତ୍ୟ ତା ସ୍ୱାମୀକୁ ରକ୍ଷା କରେ ।
ଭଗବନ ବିଷ୍ଣୁ ମାୟା ରୂପ ଧାରଣ କଲେ । ଜଳନ୍ଧର ରୂପ ନେଇ ବୃନ୍ଦାବତି ପାଖକୁ ଗଲେ ସେ ପୂଜା କରୁଛନ୍ତି ତାଙ୍କ ଅଗଣା ରେ ପଡିଗଲେ । ଆହାଃ ମୋ ସ୍ୟାମୀ ପଦିଗଲେ ବୋଲି ଧରି ପକେଇଲେ ବୃନ୍ଦାବତୀ l ସେତିକି ବେଳେ ନାରାୟଣ ରୂପ ଧାରଣ କଲେ ।
ତମେ ନାରାୟଣ ମୁ ତୁମକୁ ଛୁଇଁଲି ବିଷ୍ଣୁ କହିଲେ ତୋ ସତିତ୍ୟ ଆଜି ନଷ୍ଟ ହେଇଗଲା । ତୋ ସ୍ୱାମୀ ମରିବ । ଅଭିଷାପ ଦେଲେ ବୃନ୍ଦାବତୀ କହିଲେ ମୋ ସ୍ୱାମୀ ପୁଣି ଆସିବ ମତେ ଯେମିତି ସ୍ୱାମୀ ବିରହ ରେ କନ୍ଦେଇଛ ତମେ ସେମିତି ତମ ସ୍ତ୍ରୀ ବିରହରେ କାନ୍ଦିବ l ମୋର ସ୍ୱାମୀ ରାବଣ ହେଇକି ଆସିବ l ମୋ ଅଭିଶାପ ରହିଲା ତା ପାଇଁ ରାମ ଜନ୍ମ ହେଲେ ।
ତୃତିୟ ବୃତାନ୍ତ :
ନାରଦ, ଜଣେ ରାଜକୁମାରୀଙ୍କ ପ୍ରତି ଭରପୂର ହୋଇ, ତାଙ୍କ ବିଷ୍ଣୁଙ୍କ ପରି ଦେଖାଯିବା ପାଇଁ ତାଙ୍କ ପ୍ରଭୁ ବିଷ୍ଣୁଙ୍କ ନିକଟକୁ ଗଲେ । ଯାହାଫଳରେ ରାଜକୁମାରୀ ତାଙ୍କୁ ସ୍ୱୟମ୍ବର (ସ୍ୱାମୀ ଚୟନ ସମାରୋହ)ରେ ବିବାହ କରିବେ । ସେ ହରି ମୁଖ ମାଗିଲେ । ବିଷ୍ଣୁ ଏହା ବଦଳରେ ତାଙ୍କୁ ଏକ ବାନର ମୁହଁ ଦେଇଥିଲେ l ଏହା ନଜାଣି ନାରଦ ରାଜକୁମାରୀଙ୍କ ନିକଟକୁ ଗଲେ ଯିଏ କି ସମସ୍ତ ରାଜାଙ୍କ ପାରିଷଦ ସମ୍ମୁଖରେ ତାଙ୍କ ଏପରି ଚେହେରା ଦେଖି ହସିବାକୁ ଲାଗିଲା ।
ଅପମାନ ସହିନପାରି ନାରଦ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ ଯେ ।ବିଷ୍ଣୁ ଦିନେ ବାନର ଉପରେ ନିର୍ଭରଶୀଳ ହେବେ । ବିଷ୍ଣୁ ଉତ୍ତର ଦେଇଛନ୍ତି ଯେ, ସେ ଯାହା କରିଛନ୍ତି ତାହା ନାରଦଙ୍କ ସ୍ୱାର୍ଥ ପାଇଁ l କାରଣ ଯଦି ସେ ବିବାହରେ ପ୍ରବେଶ କରନ୍ତି ତେବେ ସେ ନିଜର କ୍ଷମତାକୁ କ୍ଷୁର୍ଣ୍ଣ କରିଥାନ୍ତେl ବିଷ୍ଣୁ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ହରିଙ୍କର ବାନର ଦ୍ୱେତ ସଂସ୍କୃତ ଅର୍ଥ ଅଛି । ଏହା ଶୁଣି ନାରଦ ବିଷ୍ଣୁଙ୍କୁ ଅଭିଶାପ ଦେଇ ଅନୁତାପ କଲେ l କିନ୍ତୁ ବିଷ୍ଣୁ ତାଙ୍କୁ ଅନୁତାପ ନକରିବାକୁ କହିଥିଲେ କାରଣ ଅଭିଶାପ ଏକ ଫଳ ସ୍ୱରୂପ କାର୍ଯ୍ୟ କରିବ। କାରଣ ଏହା ରୁଦ୍ରର ଅବତାର ହନୁମାନଙ୍କ ଜନ୍ମ ହେବ l ଯାହା ବିନା ରାମ (ବିଷ୍ଣୁଙ୍କ ଅବତାର) ରାବଣକୁ ହତ୍ୟା କରିପାରିବେ ନାହିଁ । ସେଥିପାଇଁ ମଧ୍ୟ ରାମଙ୍କ ଅବତାର ।