ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବିଲାତିର ଅଭାବ ବିକ୍ରି; କ୍ଷେତରେ ସଢୁଛି ଲାଲ୍ ଟହଟହ ବିଲାତି

Published By : Prameya | February 11, 2025 11:17 PM

କେନ୍ଦୁଝର ସଦର,୧୧/୨ : କଥାରେ ଅଛି ଚାଷ ଯାହାର କି ଆନନ୍ଦ ତାର ଏହି ଉକ୍ତି ଚାଷୀ ମନରେବେଳେ ଉପହାସ ପରି ମନେ ହୁଏ । ଯାହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର କେତେକ ବିଲାତି ଚାଷୀଙ୍କ କ୍ଷେତ୍ରରେ ପ୍ରମେୟ କେନ୍ଦୁଝର ସଦର ପ୍ରତିନିଧି ବରେନ୍ଦ୍ର କୁମାର ପରିଡ଼ା ଆଜି ବିଲାତି ଚାଷୀ ବିଦୁ ଦେହୁରୀ, ରତି ଦେହୁରୀଙ୍କ ଚାଷ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ବିଦୁ ଦେହୁରୀ, ରତି ଦେହୁରୀ ଉଭୟ ୪୦ହଜାରରୁ ଅଧିକ ଟଙ୍କା ଲେଖାଏଁ ଖର୍ଚ୍ଚ କରି ନିଜ ନିଜ କ୍ଷେତରେ ବିଲାତି ଚାଷ କରିଛନ୍ତି । ଖୁବ୍ ପରିଶ୍ରମ କରି ଅତି ସୁନ୍ଦର ସୁନ୍ଦର ବିଲାତି ଫଳାଇଥିଲେ । ପ୍ରତି ବିଲାତି ଗଛରେ ତିନିରୁ ଚାରି କିଲୋ ବିଲାତି ଫଳିଛି ନାଲ୍ ନାଲ୍ ଟହଟହ ହୋଇ ପାଚିଛି ବିଲାତି ବଗିଚାକୁ ଗଲେ ଫେରିବାକୁ ଇଚ୍ଛା ହେଉନାହିଁ ଫଳ ଗଛ ଦେଖି ଆଖି ଲାଗି ରହୁଛି । ବିଲାତି ଠିକ୍ ବିକ୍ରୀ ହେବାବେଳେ ବଜାରରେ ବିଲାତିର ଅଭାବୀ ବିକ୍ରି ଯୋଗୁଁ କ୍ଷେତରେ ସଢୁଛି ବିଲାତି। 

ଚାଷୀମାନଙ୍କ କହିବା ଅନୁଯାୟୀ ଏତେ କଷ୍ଟ କରି ରୀତିମତ ବେଉଷଣ କଲୁ ବହୁତ ବଢିଆ ଫଳ ହେଲା ସେ ସବୁ ଆଖି ଆଗରେ ହିଁ ପଚି ସଢୀ ଜୀବ ତାହା ଛାତିରେ ଧକ୍କା ମାରିଲା ଭଳି ଲାଗୁଛି । ବିଲାତିକୁ ବଜାର ନେଲେ କିଲୋ ପ୍ରତି ଏକ ଟଙ୍କା ଦୁଇ ଟଙ୍କା ଦେଉଛନ୍ତି ଖାଉଟି ବାଇକର ତେଲ ଖର୍ଚ୍ଚ ହେବ ନାହିଁ ତୋଳିବା ଖର୍ଚ୍ଚ ତୋ ଦୂରର କଥା ଏତେ ଖର୍ଚ୍ଚ କରି ଲକ୍ଷ ରଖିଥିଲୁ ଲକ୍ଷେ ରୋଜଗାର ହେବ ବୋଲି କ୍ଷେତରୁ ବିହନ ଖର୍ଚ୍ଚ ବହନ ହୋଇ ପାରିବ ନାହିଁ ବୋଲି ଚାଷୀ ମନ ଦୁଃଖରେ କହିଛନ୍ତି। ସରକାର ଆମ ଅଞ୍ଚଳରେ ଶୀତଳ ଭଣ୍ଡାରର ବ୍ୟବସ୍ଥା କଲେ ଅନ୍ତ ପଖେ ଚାଷୀ କିଛି ମାତ୍ରାରେ ଲାଭବାନ ହୋଇ ପାରିବେ ଏବଂ ଚାଷ ପ୍ରତି ଆଗ୍ରହୀ ହେବେ ବୋଲି ଚାଷୀ ମାନେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.