ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା, ୭ ମୃତ ୩ ଆହତ

Published By : Prameya | February 11, 2025 12:24 PM

ଜବଲପୁର, ୧୧/୦୨ : ମହାକୁମ୍ଭରୁ ଶେଷଯାତ୍ରା। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ଫେରିବା ବେଳେ ଚାଲିଗଲା ଜୀବନ। ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା। ଟ୍ରାଭେଲରକୁ ଧକ୍କା ଦେଲା ଟ୍ରକ୍। ୭ ମୃତ, ୩ ଆହତ। 

ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର କିଛି ଲୋକ ଏକ ଟ୍ରାଭେଲର ଯୋଗେ ପ୍ରୟାଗରାଜ ଯାଇଥିଲେ। ମହାକୁମ୍ଭରେ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଜବଲପୁର ଠାରୁ ୫୦ କିମି ଦୂର ନାଗପୁର-ପ୍ରୟାଗରାହ ଜାତୀୟ ରାଜପଥରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଟ୍ରାଭେଲରକୁ ଧକ୍କା ଦେଇଛି। ମଙ୍ଗଳବାର ସକାଳ ୯ଟାରେ ଏହି ଦୁର୍ଘଟଣା ଘଟିଛି। ଜବଲପୁରରୁ କଟନୀ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଘଟଣାସ୍ଥଳରେ କଲେକ୍ଟର ଦୀପିକ ସକସେନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତାହତଙ୍କ ପରିବାରକୁ ଖବର ଦିଆଯାଇଛି। ମୃତକଙ୍କ ପରିବାର ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। 

ଏହି ଖବରଟିକୁ ପଢନ୍ତୁ-ଗ୍ଵାଟେମାଲାରେ ଭୟଙ୍କର ସଡ଼କ ଦୁର୍ଘଟଣା;ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍,୫୫ ମୃତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.