ପ୍ରମୂଖ ଖବର
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Harapriya Sethi | March 24, 2025 8:13 AM

ଭୁବନେଶ୍ୱର,୨୪/୦୩: ଗଞ୍ଜାମ ସୋରଡ଼ା ଥାନା ଗାଜଲବାଡ଼ି ପଞ୍ଚାୟତର କେଟାମଣି ଜଙ୍ଗଲରୁ ଶନିବାର ମିଳିଥିଲା ହାଡ଼, ଖପୁରୀ ଓ  କଙ୍କାଳ । କଙ୍କାଳଟି ଜଣେ ଯୁବତୀଙ୍କର ବୋଲି ସନ୍ଦେହ ହେଉଥିଲା । ଏହି ସନ୍ଦେହ ସତ ହୋଇଛି । ଉଦ୍ଧାର ହୋଇଥିବା କଙ୍କାଳ ଘଟଣାରେ ମୃତକଙ୍କ ପରିଚୟ ମିଳିଛି । ଏହି କଙ୍କାଳ ପଡ଼ୋଶୀ କନ୍ଧମାଳ  ଜିଲ୍ଲା ଟିକାବାଲିର ଜଣେ ଛାତ୍ରୀଙ୍କର । ସେ  ହେଉଛନ୍ତି କାମାକ୍ଷା ମହାପାତ୍ରଙ୍କ ଝିଅ ରିନୁ(୧୬) ।   

ରବିବାର ଖପୁରୀ, କଙ୍କାଳ ସମେତ ଉକ୍ତ  ପାହାଡ଼ ତଳୁ ମିଳିଥିଲା ପୋଷାକ ଓ ଅନ୍ୟ  ସାମଗ୍ରୀ । ଉକ୍ତ ପୋଷାକ ତାଙ୍କ ଝିଅର ବୋଲି  ଚିହ୍ନଟ କରିଛନ୍ତି କାମାକ୍ଷାଙ୍କ ପରିବାର । ଏପରିକି  ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଛି ଏବଂ  ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ପୋଡ଼ି ଦିଆଯାଇଥିବା  ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହି  ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୁଲିସ ତୁରନ୍ତ  ଗିରଫ କରିବା ସହ ସେମାନଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତାଙ୍କ  ପରିବାର ଲୋକେ ଦୃଢ଼ ଦାବି କରିଛନ୍ତି ।  ଅପରପକ୍ଷେ ରବିବାର ଛତ୍ରପୁରରୁ ସାଇଣ୍ଟିଫିକ୍‌  ଟିମ୍‌ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି ।  ପରିବାର ଲୋକ ଅଭିଯୋଗ କରିଛନ୍ତି, ରିନୁ  ଗତମାସ ୨୭ ତାରିଖ ସନ୍ଧ୍ୟାରେ ଟ୍ୟୁସନ୍‌  ଆସିଥିଲେ । ହେଲେ ଆଉ ଫେରି ନ ଥିଲେ ।  ବହୁ ଖୋଜାଖୋଜି ପରେ ନ ପାଇବାରୁ ପରିବାର  ଲୋକେ ଟିକାବାଲି ଥାନାରେ ନିଖୋଜ ନେଇ  ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ  କରିଥିଲା । ହେଲେ ନିଖୋଜ ନାବାଳିକାଙ୍କ  ସମ୍ପର୍କରେ କିଛି ସୂଚନା ମିଳିପାରି ନ ଥିଲା ।  ଝିଅକୁ ନ ପାଇ ପରିବାର ଲୋକ ଚିନ୍ତାରେ  ରହିଥିଲେ । 

ଶନିବାର କେଟାମଣି ପାହାଡ଼ ତଳ  ଜଙ୍ଗଲରୁ ଖପୁରୀ, ପଞ୍ଜରା ହାଡ଼ ସହ ମୋବାଇଲ୍‌,  ଚୁଡ଼ିଦାର, ପ୍ୟାଣ୍ଟ୍‌ ସାର୍ଟ, ବେକର ମାଳି, ଛୁରି ଆଦି  ଜବତ ହୋଇଥିବା ସୂଚନା ପାଇଥିଲେ କାମାକ୍ଷାଙ୍କ ପରିବାର ଲୋକ । ରବିବାର ସୋରଡ଼ା ଥାନା ପୁଲିସ  ସହ ଘଟଣାସ୍ଥଳରେ ପହଞ୍ଚି ଚୁଡ଼ିଦାର ପ୍ୟାଣ୍ଟ୍‌,  ମାଳି, ମୋବାଇଲ୍‌ ଆଦି ତାଙ୍କ ଝିଅ ରିନୁର ବୋଲି  ସ୍ପଷ୍ଟ କରିଥିଲେ । କାମାକ୍ଷା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,  ଝିଅକୁ ଏଭଳି ବୀଭତ୍ସ ଭାବେ ହତ୍ୟା କରି ବହୁ ଦୂରକୁ ଆଣି ଏଠାରେ ଫିଙ୍ଗି ଦିଆଯାଇଛି ।  ଘଟଣା ସମ୍ପର୍କରେ ଯେମିତି କେହି ଜାଣି ନ ପାରିବେ ସେଥିପାଇଁ ପୋଡ଼ି ଦିଆଯାଇଛି । ଏଭଳି ଅମାନୁଷିକ କାମ କରିଥିବା ଦୁର୍ବୃତ୍ତମାନଙ୍କୁ ପୁଲିସ  ତୁରନ୍ତ ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ  ଦେବାର ଆବଶ୍ୟକତା ରହିଛି । ତେବେ ଯାଇ ମୋ ଝିଅର ଆତ୍ମା ଶାନ୍ତି ପାଇବ ବୋଲି ମୃତାଙ୍କ ବାପା  କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣାରେ ମୃତାଙ୍କ  ପରିଚୟ ସ୍ପଷ୍ଟ ହେବା ପରେ ପୁଲିସ ତଦନ୍ତ ତ୍ୱରାନ୍ୱିତ  କରିଛି । ଟିକାବାଲି ପୁଲିସ ସହ ସୋରଡ଼ା ପୁଲିସ  ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଳତାଡ଼  ଜୋରଦାର୍‌ କରିଛନ୍ତି । ଅଭିଯୁକ୍ତମାନଙ୍କୁ ପୁଲିସ ନିଶ୍ଚିତ  କାବୁ କରିବ ଏବଂ ସେମାନଙ୍କ ବିରୋଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆସିକା ଏସ୍‌ଡିପିଓ  ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କି, ଶନିବାର ସକାଳେ ସ୍ଥାନୀୟ  ଲୋକେ ପାହାଡ଼ ନିକଟ କେଟାମଣି ଜଙ୍ଗଲକୁ  ଜାଳେଣି କାଠ ପାଇଁ ଯାଇଥିଲେ । ଏହି ସମୟରେ  ପାହାଡ଼ତଳେ ନର କଙ୍କାଳ ପଡ଼ିଥିବା ଦେଖି  ପୁଲିସକୁ ଜଣାଇଥିଲେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.