ବ୍ରହ୍ମପୁର, ୨୮/୩: ଉତ୍ତରପ୍ରଦେଶର ହାଥ୍ରସ୍ରେ ହେବାକୁ ଥିବା ଜାତୀୟ ବରିଷ୍ଠ ମହିଳା ହ୍ୟାଣ୍ଡ୍ବଲ୍ ପ୍ରତିୟୋଗୀତା ପାଇଁ ଚୟନ ଓଡ଼ିଶା ଦଳରେ ବ୍ରହ୍ମପୁରର ତିନି ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏ. ଜ୍ୟୋତି ପାତ୍ର, ବର୍ଷାରାଣୀ ସେଠୀ ଓ ବର୍ଷାରାଣୀ ବେହେରା ଦଳରେ ବରିଷ୍ଠ ଦଳରେ ସ୍ଥାନ ପାଇ ହାଥ୍ରସ୍ ଯାତ୍ରା କରିଛନ୍ତି। ଗତ ଡିସେମ୍ବରରେ କେନ୍ଦୁଝର ଠାରେ ହୋଇଥିବା ଅନ୍ତଃଜିଲ୍ଲା ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତାରେ ଗଞ୍ଜାମ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲା । ଏହି ତିନି ଖେଳାଳି ଗଞ୍ଜାମ ପକ୍ଷରୁ ଖେଳି ଭଲ ପ୍ରଦର୍ଶନ କରିବା ସହ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଓଡିଶା ଦଳର କୋଚ ରୂପେ ବ୍ରହ୍ମପୁରର ରାମାଶିଷ ଜେନା ଦଳ ସହ ଯାତ୍ରା କରିଛନ୍ତି । ଖେଳାଳିଙ୍କ ଏହି ସଫଳତା ପାଇଁ ଜିଲ୍ଲା ହ୍ୟାଣ୍ଡ୍ବଲ୍ ସଂଗଠନର କାଯ୍ୟକରି ସଭାପତି ଅଶୋକ ଶୁକ୍ଲ,ସମ୍ପାଦକ ସୁରେଶ ପାଢ଼ୀ, ସାଂଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ମନୋଜ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।