ପ୍ରମୂଖ ଖବର
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମୋଷ୍ଟ ଗ୍ଲାମରସ୍ ଲେଡି, ବିଉଟି କୁଇନ୍ ଓ ନେତାଜୀ : ସଂସଦରେ ଦେଖିବାକୁ ମିଳିଲା ପ୍ରିୟଙ୍କା-କଙ୍ଗନା ଓ କଲ୍ୟାଣ ବାନାର୍ଜୀଙ୍କ ମଜାଳିଆ ଅନ୍ଦାଜ

Published By : Prameya | March 27, 2025 5:30 PM

ନୂଆଦିଲ୍ଲୀ,୨୭।୩: ସଂସଦ ପରିସରରେ ସବୁବେଳେ ଧାରଣା-ପ୍ରଦର୍ଶନ ଓ ନାରାବାଜି ଦେଖିବାକୁ ମିଳିଥାଏ। କିନ୍ତୁ ବୁଧବାର ତିନୋଟି ଅଲଗା ଅଲଗା ଦଳର ସାଂସଦଙ୍କ ଭିତରେ ଥଟ୍ଟାମଜା ଓ ହାଲକା ଫୁଲକା ମଜାମସ୍ତି ଦେଖିବାକୁ ମିଳିଥିଲା। ନୂଆ ସାଂସଦ ମକର ଦ୍ବାରା ବାଟ ଦେଇ ସଂସଦକୁ ଯାଉଥିଲେ। ସେହି ସମୟରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ନଜର ହଠାତ ଗେଟ୍‌ରେ ଅଭିନେତ୍ରୀ ଓ ସାଂସଦ କଙ୍ଗନା ରାନାଓ୍ବତଙ୍କ ଉପରେ ପଡିଥିଲା। ମଜାଳିଆ ଅନ୍ଦାଜରେ କହିଥିଲେ, ‘ଆଜି ମୋର ଦିନ ଖୁବ୍ ଭଲ। ଭାରତର ବିଉଟି କୁଇନ୍‌ ମଧ୍ୟ ଏଠାରେ’..., ଏହାର ଉତ୍ତରରେ ହସିକି କଙ୍ଗନା କହିଥିଲେ ଆରେ ଦାଦା ଏମିତି କିଛି ନୁହେଁ।

କଙ୍ଗନା ଓ କଲ୍ୟାଣଙ୍କ ଚର୍ଚ୍ଚା ଭିତରେ ହଠାତ୍ କଂଗ୍ରେସ ମହାସଚିବ ଓ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୋଲାପୀ ଶାଢୀ ପିନ୍ଧି ମକର ଦ୍ବାରରୁ ବାହାରୁଥିଲେ। ପ୍ରିୟଙ୍କାଙ୍କୁ ଦେଖି କଲ୍ୟାଣ ହସି ହସି କହିଲେ, ମୋଷ୍ଟ ଗ୍ଲାମରସ୍‌ ଲେଡି।’ ଏହା ଶୁଣି ପ୍ରିୟଙ୍କା ହସି ଦେଇଥିଲେ ଓ କହିଥିଲେ ମୁଁ ନା ନା... ମୁଁ କୌଣସି ଗ୍ଲାମରସ୍ ଲେଡି ନୁହେଁ। ହେଲେ କଲ୍ୟାଣ ପୁଣିଥରେ ତାଙ୍କ କଥା ଦୋହରାଇଥିଲେ ଓ କହିଥିଲେ ହଁ ଆପଣ। ପ୍ରିୟଙ୍କା ପୁଣିଥରେ ନା ନା... ମୁଁ ନୁହେଁ, କହି ହସି ହସି ନିଜ ଗାଡିକୁ ଚାଲିଯାଇଥିଲେ।


ଏହାପରେ କଲ୍ୟାଣ ଓ କଙ୍ଗନାଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା। କଙ୍ଗନା ନିଜ ଗାଡିକୁ ଅପେକ୍ଷା କରୁଥିଲେ। ସେତେବେଳେ ପୁଣି କଲ୍ୟାଣ ହସିକି କଙ୍ଗନାଙ୍କୁ କହିଥିଲେ, ଆପଣ ତ ବିଉଟି କୁଇନ୍। କଙ୍ଗନା ମଧ୍ୟ ମଜାଳିଆ ଅନ୍ଦାଜରେ କହିଥିଲେ, ଆପଣଙ୍କ ଜୋରଦାର ଭଏସ୍ ପୁରା ସଂସଦରେ ଶୁଣାଯାଏ, ଆପଣ ବଡ଼ ନେତା। ଏତିକି କହି ଦୁହେଁ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ବାହାରି ଯାଇଥିଲେ। ସଂସଦରେ ତିନି ଅଲଗା ଦଳର ସାଂସଦଙ୍କ ଭିତରେ ଏଭଳି ମଜାଳିଆ କଥାବାର୍ତ୍ତା ବେଶ୍‌ ଚର୍ଚ୍ଚାର କାରଣ ପାଲଟିଛି। ନିଜେ କଙ୍ଗନା ମଧ୍ୟ ଏହି ସମୟର ଫଟୋକୁ ନିଜର  ଇନଷ୍ଟାଗ୍ରାମ୍ ପେଜ୍‌ରେ ସେୟାର କରିଛନ୍ତି। ଏହା ସହ ଲେଖିଛନ୍ତି, ଏ ଦୁନିଆ ହେଉଛି ରଙ୍ଗମଞ୍ଚ, ଆଉ ଆମେ ଆମର ଭୂମିକା ତୁଲାଉଛୁ। ସାଥୀ ସାଂସଦଙ୍କ ଏକ ହାଲକା ମୁହୂର୍ତ୍ତ। ଏହା ସହ ହ୍ୟାଶଟ୍ୟାଗ୍ ଦେଇ ଲେଖିଛନ୍ତି ‘ପାର୍ଲିଆମେଣ୍ଟରୀ ଡେ’।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.