ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

Rain Alert : କାଲି ଠାରୁ ବଦଳିବ ପାଣିପାଗ , ଏହି ସବୁ ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya | March 30, 2025 4:33 PM

ନୂଆଦିଲ୍ଲୀ : ଉତ୍ତର ଭାରତରେ ଉତ୍ତାପ ବଢିବାର ସମ୍ଭାବନା ରହିଛି। ଆଜି ଠାରୁ ଆଗାମୀ ତିନି ଦିନ ଯାଏ ସର୍ବାଧିକ ତାପମାତ୍ରାରେ ପାଞ୍ଚରୁ ସାତ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ହେବାକୁ ଯାଉଛି। ହେଲେ ଆଉ କିଛି ରାଜ୍ୟରେ ବର୍ଷା , ବଜ୍ରପାତର ଆଲର୍ଟ ଜାରି ରହିଛି। ପାଣିପାଗ ବିଭାଗ କହିଛି କି, ୩୧ ମାର୍ଚ୍ଚରୁ ୩ ଅପ୍ରେଲ୍‌ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ , କେରଳ , ମାହେ , ତାମିଲନାଡୁରେ ପାଗ ବଦଳିବ ଓ ଏଠାରେ ଜୋରରେ ବର୍ଷା ଝଡ଼ ତୋଫାନ ଓ କୁଆ ପଥର ଖସିବ। ଏଥିରୁ କେରଳ ଓ କର୍ଣ୍ଣାଟକରେ ୨ ଓ ୩ ଅପ୍ରେଲରେ ପ୍ରବଳ ବର୍ଷା ହେବ। 

ଗତ ୨୪ ଘଣ୍ଟାର ପାଣିପାଗର କଥା ଯଦି କହିବା ତ , ପଞ୍ଜାବ , ହରିଆଣା , ଉତ୍ତର ପ୍ରଦେଶ , ଆସାମରେ ଖୁବ୍‌ ଜୋରରେ ପବନ ବହିବ। ଗାଙ୍ଗେୟ ପଶ୍ଚିମ ବଙ୍ଗରେ ହିଟ୍‌ୱେଭ୍‌ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଯେ, ପଶ୍ଚିମୀ ମଧ୍ୟ ପ୍ରଦେଶ , ଛତିଶଗଡ଼ରେ ୧-୩ ଅପ୍ରେଲ, ବିଦର୍ଭରେ ଏକ ଅପ୍ରେଲ , ପୂର୍ବ ମଧ୍ୟ ପ୍ରଦେଶରେ ଦୁଇ ଓ ତିନି ଅପ୍ରେଲ, ମହାରାଷ୍ଟ୍ରରେ ୩୧ ମାର୍ଚ୍ଚରୁ ୩ ଅପ୍ରେଲ , ଗୁଜରାଟରେ ୩୧ ମାର୍ଚ୍ଚରୁ ୩ ଅପ୍ରେଲ , କେରଳ , ମାହେ , ତଟୀୟ ଆନ୍ଧ୍ର ପ୍ରଦେଶ,ୟନମ , ରାୟଲସୀମା ,ତେଲେଙ୍ଗାନା, କର୍ଣ୍ଣାଟକରେ ୧-୩ ଅପ୍ରେଲ ମଧ୍ୟରେ ବର୍ଷା, ଝଡ଼ ବର୍ଷା ଓ  ଜୋରରେ ବର୍ଷା ହୋଇପାରେ। ଏହି ସମୟରେ ବାୟୁର ଗତି ୬୦ କିଲୋମିଟର ପ୍ରତି ଘଣ୍ଟା ଯାଏ ଯାଇପାରେ। 

ଅନ୍ୟପଟେ , ଅରୁଣାଚଳ ପ୍ରଦେଶରେ ୩୦ ଓ ୩୧ ମାର୍ଚ୍ଚ, ତ୍ରିପୁରାରେ ୩୧ ମାର୍ଚ୍ଚରେ ଜୋରରେ ପବନ , ବର୍ଷା , ଝଡ଼ ତୋଫାନର ସତର୍କ ସୂଚନା ଜାରି କରାଯାଇଛି।ପଶ୍ଚିମ ହିମାଳୟୀ ଅଞ୍ଚଳ , ମଧ୍ୟ , ପୂର୍ବୀୟ ଓ ଦକ୍ଷିଣ ଭାରତରେ କୌଣସି ବଡ଼ ପରିବର୍ତ୍ତନ ତାପମାତ୍ରାରେ ହେବ ନାହିଁ। କିନ୍ତୁ ଉତ୍ତର ପଶ୍ଚିମ ଭାରତରେ ଉତ୍ତାପ ବଢିବାର ସମ୍ଭାବନା ରହିଛି। ୩ ଅପ୍ରେଲ ସୁଦ୍ଧା ଏହି ଅଞ୍ଚଳରେ ୫ରୁ ୭ ଡିଗ୍ରୀ ସେଲସିୟସ ଯାଏ ତାପମାତ୍ରା ବଢିଯିବ। ସେପଟେ , ବିହାରରେ ସର୍ବାଧିକ ତାପମାତ୍ରାରେ ଦୁଇରୁ ତିନି ଡିଗ୍ରୀ ସେଲସିୟସର ବଢିବାର ସମ୍ଭାବନା ରହିଛି।

ପାଣିପାଗ ଅନୁସାରେ , ଗାଙ୍ଗେୟ ପଶ୍ଚିମବଙ୍ଗରେ ୩୦ ମାର୍ଚ୍ଚ, ସୌରାଷ୍ଟ୍ର , କଚ୍ଛରେ ୩୦ ଓ ୩୧ ମାର୍ଚ୍ଚରେ ହିଟୱେବ୍‌ର ଚେତାବନୀ ଜାରି କରାଯାଇଛି। ଆସାମରେ ୩୦ମାର୍ଚ୍ଚରୁ ଏକ ଅପ୍ରେଲ , ତ୍ରିପୁରାରେ ୩୦ ମାର୍ଚ୍ଚରୁ ୩ ଅପ୍ରେଲ, ତାମିଲନାଡୁ ,ପୁଡୁଚେରୀ , କରାଇକଲ , ତଟୀୟ ଆନ୍ଧ୍ର ପ୍ରଦେଶ , ୟନମ , କେରଳ , ମାହେରେ ୩୦ରୁ ୩୧ ମାର୍ଚ୍ଚରେ ହଟ୍‌ ଆଣ୍ଡ ହ୍ୟୁମିଡ ୱେଦର ରହିବାର ଅନୁମାନ କରାଯାଉଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.