ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଅଲିଭ୍‌ରିଡ୍‌ଲେ ଅଣ୍ଡା ସୁରକ୍ଷା ପାଇଁ ତତ୍ପର ବନ ବିଭାଗ; ବେଳାଭୂମିରେ ବସିଲା ୩ କିମିର ତାର ବାଡ

Published By : Bijay Swain | March 27, 2025 11:45 PM

ବ୍ରହ୍ମପୁର: ଅଲିଭ୍‌ ରିଡ୍‌ଲେ ଅଣ୍ଡାର ସୁରକ୍ଷା କବଚ ସାଜିଛି ଲୁହା ତାର ବାଡ଼। ଜଙ୍ଗଲୀ ଜନ୍ତୁଙ୍କ ଠାରୁ ସୁରକ୍ଷା ଦେଉଛି। ତାର ବାଡ଼ ଅତିକ୍ରମ ନକରି ନିରାଶ ହୋଇ ଫେରୁଛନ୍ତି ବାରହା। ଖୋଲା ବେଳାଭୂମିରେ ଏବେ ୩ କିଲୋମିଟରରୁ ଅଧିକ ତାର ବାଡ଼ ସୁରକ୍ଷାର ଢାଲ ସାଜିଛି। ବନ କର୍ମଚାରୀ ସମେତ ସୁରକ୍ଷାରେ ନିୟୋଜିତ ଗ୍ରାମବାସୀକୁ ସହଯୋଗ ହେଉଛି। ଏପଟେ ମୁହାଣରେ ଦ୍ୱିତୀୟ ପର୍ଯ୍ୟାୟ ଅଣ୍ଡାଦାନ ସମୟରେ ନଷ୍ଟ ହେଉଛି ଲକ୍ଷ ଲକ୍ଷ ଅଣ୍ଡା। ନୂଆ କଇଁଛ ଅଣ୍ଡାଦେବାକୁ ବେଳାଭୂମି ଖୋଳୁଥିବାବେଳେ ପୁରୁଣା ଅଣ୍ଡା ନଷ୍ଟ ହେଉଛି। 

ପ୍ରତିଦିନ ଋଷିକୁଲ୍ୟା ମୁହାଣରେ ଏପରି ଚିତ୍ର ଦେଖିବାକୁ ମିଳୁଛି। ଖୋଲା ବେଳାଭୂମି ଏବେ ଆବଦ୍ଧ ହୋଇଛି। ମୁକୁଳା ବେଳାଭୂମିରେ କଇଁଛ ଅଣ୍ଡା ସୁରକ୍ଷା ସହଜ ହୋଇଛି। ପୂର୍ବରୁ ଗୋଖରକୁଦାରୁ ପ୍ରୟାଗୀ ୫ କିଲୋମିଟର ଖୋଲା ବେଳାଭୂମିକୁ ଜଗୁଥିଲେ ବନ କର୍ମଚାରୀ ଓ ଗ୍ରାମବାସୀ। ବର୍ତ୍ତମାନ ପର୍ଯ୍ୟାୟକ୍ରମେ ବେଳାଭୂମିରେ ଲୁହାର ତାର ବାଡ଼ ତିଆରି କରାଯାଉଛି। ପ୍ରଥମେ ପରୀକ୍ଷା ମୂଳକ ଭାବେ ଏକ କିଲୋମିଟର ବେଳାଭୂମିରେ ହୋଇଥିବା ତାର ବାଡ଼ ଏବେ ୩ କିଲୋମିଟରକୁ ଆସୁଛନ୍ତି, ଫେରୁଛନ୍ତି ଜଙ୍ଗଲୀ ଜନ୍ତୁ ପରିବ୍ୟାପ୍ତ ହୋଇଛି। ବାଡ଼ ବାହାରେ କଇଁଛ ଅଣ୍ଡା ଖାଇବା ଆଶାରେ ଆସିଥିବା ଜଙ୍ଗଲୀ ଜନ୍ତୁ ଜଗି ରହୁଛନ୍ତି। ଶେଷରେ ନିରାଶ ହୋଇ ଫେରୁଛନ୍ତି। ବିଶେଷ ଭାବେ ବାରହା, ବିଲୁଆ, କୁକୁର ପୂର୍ବରୁ କଇଁଛ ଅଣ୍ଡାକୁ ଖୋଳି ଖାଉଥିଲେ। ବର୍ତ୍ତମାନ ଏଥିରେ ରୋକ୍‌ ଲାଗିଛି। ତଥାପି କେତେକ ସ୍ଥାନରେ ବାରହା ମେଳରେ ଆସି ତାରବାଡ଼କୁ ପକାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। 

ଅନୁକୂଳ ପରିବେଶ କାରଣରୁ ଋଷିକୁଲ୍ୟା ମୁହାଣରେ ଶୁକ୍ରବାର ଠାରୁ ଦ୍ୱିତୀୟ ପର୍ଯ୍ୟାୟରେ ଅଲିଭ୍‌ ରିଡ୍‌ଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପୂର୍ବରୁ ଫେବୃଆରୀ ୧୫ରୁ ୮ ଦିନ ଧରି ପ୍ରଥମ ପର୍ଯ୍ୟାୟ ଗଣ ଅଣ୍ଡାଦାନ ହୋଇଥିଲା। ଋଷିକୁଲ୍ୟା ମୁହାଣରେ ଅଣ୍ଡାର ସୁରକ୍ଷା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସାଜିଛି। ବନପାଳ ଡି. ପ୍ରଶାନ୍ତ ରାଓ କହିଛନ୍ତି, ପୂର୍ବରୁ ବେଳାଭୂମି ସମ୍ପୂର୍ଣ୍ଣ ଖୋଲା ରହୁଥିଲା। ଜଙ୍ଗଲୀ ଜନ୍ତୁ ପଶିବାକୁ ସବୁଠି ରାସ୍ତା ଖୋଲା ଥିଲା। ବେଳାଭୂମିକୁ  ହିଂସ୍ର ଜନ୍ତୁ ଆସିଲେ ସେଗମେଣ୍ଟରେ ଜଗିଥିବା ପୁରା ଟିମ୍‌ ତାକୁ ବାହାର କରିବାକୁ ଲାଗୁଥିଲୁ। ଫେନସିଂ ହେବା ଦ୍ୱାରା ଏବେ ବେଳାଭୂମି ଅବରୋଧ ହୋଇଛି। ବର୍ତ୍ତମାନ ହାତ ଗଣତି ସ୍ଥାନରେ କ୍ରନ୍ତୁ ବେଳାଭୂମିକୁ ପଶିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଚିହ୍ନଟ କରାଯାଇଛି। ସେଠାରେ ନିୟୋଜିତ କର୍ମଚାରୀ ଜଙ୍ଗଲୀ ଜନ୍ତୁଙ୍କୁ ଅଟକାଉଛନ୍ତି। 

ଋଷିକୁଲ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମିତିର ମୁଖ୍ୟ ରବିନ୍ଦ୍ର ନାଥ ସାହୁ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ଅଣ୍ଡାଦାନରେ ଅନେକ ଅଣ୍ଡା ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଅଣ୍ଡାରେ ହିଁ ଶାବକଙ୍କ ମୁତ୍ୟୁ ହେଉଛି। ଏହା ପ୍ରାକୃତିକ ପ୍ରକ୍ରିୟା। ପୂର୍ବରୁ କଇଁଛ ଅଣ୍ଡାଦେଇଥିବା ବାଲିକୁ ଏବେ ଆସୁଥିବା କଇଁଛ ଅଣ୍ଡାଦାନ ପାଇଁ ଖୋଳୁଛନ୍ତି। ଫଳରେ ଅଣ୍ଡା ନଷ୍ଟ ହେଉଛି। ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର କହିଛନ୍ତି, ସୁରକ୍ଷା ପାଇଁ କର୍ମଚାରୀ ନିୟୋଜିତ ରହିଛନ୍ତି। ଏହା ସହ ଲୁହା ତାର ବାଡ଼ ଅଣ୍ଡାର ସୁରକ୍ଷା କ୍ଷେତ୍ରରେ ବେଶ ସହାୟକ ହେଉଛି। ଆଗାମୀ ବର୍ଷରେ ଅଣ୍ଡାଦାନ ହେଉଥିବା ପୁରା ବେଳାଭୂମିରେ ଲୁହା ତାର ବାଡ଼ ତିଆରି କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.