ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଇଟ୍‌ ରାଇଟ୍‌ ମାନ୍ୟତା, ଓଡ଼ିଶାର ପ୍ରଥମ କାରାଗାର ଭାବେ ସାମିଲ୍…

Published By : Prameya | March 29, 2025 12:40 AM

ବ୍ରହ୍ମପୁର, ୨୮/୩: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ "ଇଟ୍‌ ରାଇଟ୍‌ କ୍ୟାମ୍ପସ୍‌' ମାନ୍ୟତା ମିଳିଛି। ଦେଶରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଶହେଟି ଜେଲ୍‌କୁ ଏହି ମାନ୍ୟତା ଦିଆଯାଇଥିବା ବେଳେ ଓଡ଼ିଶାର ପ୍ରଥମ କାରାଗାର ଭାବେ ବ୍ରହ୍ମପୁର ଜେଲ୍‌ ସାମିଲ ହୋଇଛି। ୧୬୨ ବର୍ଷ ପୁରୁଣା ବ୍ରହ୍ମପୁର ଜେଲ୍‌କୁ ତିନି ତାରକା ରେଟିଂ ସହିତ ୨୪ ମାର୍ଚ୍ଚ ୨୦୨୫ରୁ ୨୩ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ବୈଧ ଏହି ମାନ୍ୟତା ମିଳିଛି। ଜେଲ୍‌ ସିନିୟର ସୁପରିଣ୍ଟେଣ୍ଡେଣ୍ଟ୍‌ ଧୀରେନ୍ଦ୍ରନାଥ ବାରିକ କହିଛନ୍ତି- ଜେଲ କର୍ତ୍ତୃପକ୍ଷ, କଏଦୀ, କର୍ମଚାରୀ ସମସ୍ତଙ୍କ ପ୍ରଚେଷ୍ଟାରେ ରାଜ୍ୟର ପ୍ରଥମ ଜେଲ୍‌ ଭାବେ ଏହି ମାନ୍ୟତା ମିଳିଛି । ବ୍ରହ୍ମପୁର କାରାଗାରରେ ପ୍ରତିଦିନ ଏଫ୍‌ଏସ୍‌ଏସ୍‌ଏଆଇର କଠୋର ସୁରକ୍ଷା ନିୟମକୁ ଅନୁସରଣ କରି ଦୈନିକ ହଜାରେ କଏଦୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣ ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ । ଖାଦ୍ୟ ସୁରକ୍ଷା ଦିଗରେ ପ୍ରତିବଦ୍ଧତା ସ୍ୱରୂପ ୫୦ ଜଣ ଜେଲ୍‌ କର୍ମଚାରୀ ଓ କଏଦୀ ସଫଳତାର ସହ ଏଫ୍‌ଏସ୍‌ଏସ୍‌ଏଆଇର ତାଲିମ ଏବଂ ପ୍ରମାଣପତ୍ର (ଏଫ୍‌ଓଏସ୍‌ଟିଏସି) କାର୍ଯ୍ୟକ୍ରମ ସାରିଛନ୍ତି । ଏହା ସେମାନଙ୍କୁ ମୌଳିକ କ୍ୟାଟରିଂ ବା ଖାଦ୍ୟ ପ୍ରସ୍ତୁତି ଓ ବିତରଣ ଅଭ୍ୟାସରେ ଅତ୍ୟାବଶ୍ୟକ ଜ୍ଞାନ ଏବଂ ଦକ୍ଷତା ପ୍ରଦାନ କରିଛି । "ଇଟ୍‌ ରାଇଟ୍‌ କ୍ୟାମ୍ପସ୍‌' ପଦକ୍ଷେପର ଉଦ୍ଦେଶ୍ୟ କାର୍ଯ୍ୟସ୍ଥଳୀ, ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନା ସମେତ ବିଭିନ୍ନ ଆନୁଷ୍ଠାନିକ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା ଏବଂ କଲ୍ୟାଣର ସଂସ୍କୃତିକୁ ପ୍ରୋତ୍ସାହିତ କରିବା । ବ୍ରହ୍ମପୁର କାରାଗାର ଏହାର କଠୋର ମୂଲ୍ୟାଙ୍କନ ମାନଦଣ୍ଡ ପାଳନ କରି ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛି । ଏକ ପାନେଲଭୁକ୍ତ ଏଜେନ୍‌ସି ଦ୍ୱାରା ପରିଚାଳିତ ବ୍ୟାପକ ଅଡିଟ୍‌ ମୌଳିକ ସ୍ୱଚ୍ଛତା, ଖାଦ୍ୟ ପ୍ରସ୍ତୁତି ଅଭ୍ୟାସ ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ସାରଣୀ ଅନୁଯାୟୀ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା ସମେତ ଅତ୍ୟାବଶ୍ୟକ ପରିମାପକ ସହିତ ଜେଲର ଅନୁପାଳନକୁ ମୂଲ୍ୟାଙ୍କନ କରିଥିଲା । ଗତ ଫେବ୍ରୁଆରୀ ମାସରେ ଏଫ୍‌ଏସ୍‌ଏସ୍‌ଏଆଇର ୩ ଜଣିଆ ଟିମ୍‌ ଆସିଥିଲା । କାରାଗାର ପରିସରରେ ବିଭିନ୍ନ ବ୍ୟବସ୍ଥା ସହ ନିଜସ୍ୱ ମସଲା, ଅଟା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କରାଯାଉଥବା କୋଠରୀ ବୁଲି ଦେଖିଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.