ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୧୮ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ , ସଂକଳ୍ପ ପରେ ପୂଜାର୍ଚ୍ଚନା କଲେ ଦଣ୍ଡୁଆମାନେ

Published By : Prameya | March 28, 2025 11:40 PM

ଶେରଗଡ଼ : ପିତ୍ତଳ ଗ୍ରାମରେ ବିଜେ ମା’ ଦଣ୍ଡକାଳୀଙ୍କ ଦଣ୍ଡ ଯାତ୍ରା ଶୁକ୍ରବାରରୁ ଆରମ୍ଭ ହୋଇଛି। ଦଣ୍ଡୁଆମାନେ ସଂକଳ୍ପ ପରେ ପୂଜାର୍ଚ୍ଚନା କରିଥିଲେ। ପରେ ବାନା ଓ ପିଞ୍ଛ ଧରି ଶିବ ମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ଗ୍ରାମର ୯ଟି ସାହି ପରିକ୍ରମା କରିଥିଲେ। ପ୍ରତି ସାହିରେ ମା’ଙ୍କ ପରିକ୍ରମା ସମୟରେ କୁମ୍ଭ ବାଢି ଫୁଲ ମାଳ ଅର୍ପଣ କରି ଭକ୍ତମାନେ ଦେବୀଙ୍କୁ ସ୍ୱାଗତ କରିଥିଲେ। 

ଢୋଲ, ମହୁରୀ, ଘଣ୍ଟର ତାଳେ ତାଳେ ପରିକ୍ରମା ହୋଇଥିଲା। ପରିକ୍ରମା ସମୟରେ ମହିଳାମାନେ ହୁଳହୁଳି ଦେଇ ଥିଲେ। ଶେରଗଡ଼ ବୁଗୁଡ଼ା: ପୋଚାଲୁଣ୍ଡି  ଏବଂ ଭାମଶ୍ୟାଳି ଗ୍ରାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇ ଯାଇଛି। ପ୍ରଥମ ଦିନରେ କାଳୀ ମନ୍ଦିର ଗୁଡିକରେ ପାରମ୍ପରିକ ରୀତିନୀତି ପ୍ରକାରେ ପ୍ରାତଃରୁ ପୂଜା ହୋଇ ଥିଲା। ଗ୍ରାମର ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ପରେ ପଇତାପକା , ଅପରାହ୍ଣରେ ଦାଣ୍ଡ ଭ୍ରମଣ, ଧୂଳି ଦଣ୍ଡ , ପାଣି ଦଣ୍ଡ ଓ ସନ୍ଧ୍ୟା ଆଳତି ସହ ରାତିରେ ଦଣ୍ଡୁଆମାନଙ୍କ ଅନ୍ନ ପ୍ରସାଦ ସେବନ ହୋଇଥିଲା।

ପାଟଭୁକ୍ତା ସୁରିଆ ସାହୁ ଓ ପୂଜାରୀ ଅରକ୍ଷିତ ରଣାଙ୍କ ତତ୍ତ୍ୱାବଧାନରେ ପୋଚାଲୁଣ୍ଡି ଦଣ୍ଡଯାତ୍ରା ଏବଂ ପାଟଭୁକ୍ତା ଭଗବାନ ଗୌଡ଼ ଓ ପୂଜାରୀ ବାଦଲ ଗୌଡ଼ଙ୍କ ତତ୍ତ୍ୱାବଧାନରେ ଭାମଶ୍ୟାଳି ଦଣ୍ଡଯାତ୍ରା ପରିଚାଳିତ ହେଉଛି। ଦଣ୍ଡଯାତ୍ରା ନେଇ ଉଭୟ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିଥିଲେ। 

ଏ ବର୍ଷ ପୋଚାଲୁଣ୍ଡି ଦଣ୍ଡଯାତ୍ରା ପରିଚାଳକ ଚିନ୍ତାମଣି ବିଷୋୟୀଙ୍କ ତତ୍ତ୍ୱାବଧାନରେ ସାମାଜିକ ନାଟକ "କହିବାକୁ ଲାଜ ଶୁଣିଲେ ପାପ’ ଏବଂ ଭାମଶ୍ୟାଳି ଦଣ୍ଡଯାତ୍ରା କମିଟି ସଭାପତି ସୁନୀଲ କୁମାର ପାଢି , ସମ୍ପାଦକ ମୁରଲୀଧର ସାମଲ ଓ ପରିଚାଳକ ନାରାୟଣ ପୋଲେଇଙ୍କ ତତ୍ତ୍ୱାବଧାନରେ ନାଟକ " ହାଏ କୃଷ୍ଣ ବୋଲି ଯାଉ ଜୀବନ ’ ମଞ୍ଚସ୍ଥ ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.