ଭୁବନେଶ୍ୱର, ୩୦/୩: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରପାଲିରେ ଗୁଳିମାଡ଼ । କାର୍ରେ ଯାଉଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ମୃତକ ହେଲେ ଲକ୍ଷ୍ମୀ ନାରାୟଣ ପାଇକରାୟ । ଏହି ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
ସୂଚନା ମୁତାବକ, ଲକ୍ଷ୍ମୀ ନାରାୟଣ ପାଇକରାୟ ନାମକ ଅପରାଧୀ କାର୍ରେ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରରୁ ଗୁଳିମାଡ଼ କରିଥିଲେ । ଫଳରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି କବିସୂର୍ଯ୍ୟନଗର ମେଡ଼ିକାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ତେବେ ମୃତ ବ୍ୟକ୍ତିଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।