ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଯୁକ୍ତ ଦୁଇ ମୂଲ୍ୟାୟନ ୨ରୁ ଆରମ୍ଭ; ଗଞ୍ଜାମରେ ୫ କେନ୍ଦ୍ର

Published By : Bijay Swain | March 30, 2025 12:23 AM

ବ୍ରହ୍ମପୁର, ୨୯/୩(ବ୍ୟୁରୋ): ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇଥିବା ଉଚ୍ଚ ମାଧ୍ୟମିକ ଶ୍ରେଣୀ ପରୀକ୍ଷା ୨୭ରେ ଶେଷ ହୋଇଛି। ଦକ୍ଷିଣାଞ୍ଚଳ ଆଠଟି ଜିଲ୍ଲାରେ ଶୃଙ୍ଖଳାର ସହ ପରୀକ୍ଷା ସରିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଞ୍ଚଳିକ ଉପସଚିବ ଡ. କୁଳମଣି ଓଝା ସୂଚନା ଦେଇଛନ୍ତି। ଆସନ୍ତା ୨ରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ୍‌ ୨୮ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଖାତାଦେଖା ପାଇଁ ଗଞ୍ଜାମ ଜିଲ୍ଲାରେ ୫ଟି, କନ୍ଧମାଳରେ ୨ଟି ଓ ଗଜପତି ଜିଲ୍ଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଛତ୍ରପୁର ସରକାରୀ ବିଜ୍ଞାନ କଲେଜ, ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାରୀ ମହିଳା କଲେଜ ଓ ସିଟି କଲେଜ, ହିଞ୍ଜିଳି ବିଜ୍ଞାନ କଲେଜ ଏବଂ ଭଞ୍ଜନଗର କେଏସ୍‌ୟୁବି କଲେଜରେ ଖାତାଦେଖା ହେବ। ସେହିଭଳି ଫୁଲବାଣୀ ଓ ବାଲିଗୁଡ଼ା କଲେଜ ଏବଂ ଗଜପତି ଜିଲ୍ଲା ଏସ୍‌କେସିଜିରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେବ। 

ଅଫ୍‌ଲାଇନ୍‌ ଖାତାଦେଖା ୨ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ ଏବଂ ଅନ୍‌ଲାଇନ୍‌ ଖାତାଦେଖା ୧୬ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ। ଖାତାଦେଖା ସମ୍ପର୍କରେ ଶଶିଭୂଷଣ ରଥ କଲେଜ ଅଧ୍ୟକ୍ଷ ଡ଼. ଚିତ୍ତରଞ୍ଜନ ଶତପଥୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଏଠାରେ ଇତିହାସ, ରାଜନୀତି ବିଜ୍ଞାନ, ଗୃହ ବିଜ୍ଞାନ ଓ ଓଡ଼ିଆ ଖାତା ଦେଖା ହେବ। ୪୦ ହଜାରରୁ ଅଧିକ ଖାତା ଦେଖାଯିବ। ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଉଦ୍ଭିଦ ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର୍‌ ଭାଗିରଥୀ କାଣ୍ଡି ମୂଲ୍ୟାୟନ ଦାୟିତ୍ୱରେ ରହିଥିବା ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.