ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମରଣଯନ୍ତା ପାଲଟିଛି ଅନ୍ଧପସରା ରୋଡ୍‌ , ସହରରେ ଦୁର୍ଗମ ଅଞ୍ଚଳର ଭ୍ରମ

Published By : Prameya | March 29, 2025 12:29 AM

ବ୍ରହ୍ମପୁର : ଅନ୍ଧପସରା ରୋଡ୍‌ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ନୂଆ ଆମ୍ବ ମାର୍କେଟ ଠାରୁ ଓଡିଶା ସର୍ଭିସ୍‌ ସ୍କୁଲ ଫର ବ୍ଲାଇଣ୍ଡ୍‌ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରତିଦିନ ହଜାର ହଜାର ଗାଡ଼ି ଏହି ରାସ୍ତାରେ ଯାଉଥିଲେ ମଧ୍ୟ ମରାମତି ପାଇଁ କାହାରି ନଜର ପଡ଼ୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୋମନାଥ ତ୍ରିପାଠୀ କହିଛନ୍ତି, ରାସ୍ତା ଅବସ୍ଥା ଯାଞ୍ଚ କରି ଖୁବଶୀଘ୍ର ମରାମତି କରାଯିବ। ସହରର ବାଇପାସ୍‌ ରୋଡ୍‌ ଭାବେ ପରିଚିତ ଅନ୍ଧପସରା ରୋଡ୍‌। ପ୍ରତିଦିନ ଏହାରି ଉପରେ ହଜାରେରୁ ଅଧିକ ଗାଡ଼ି ଯା ଆସ କରୁଛି। ବିଶେଷ ଭାବେ ନୋ ଏଣ୍ଟ୍ରି ସମୟରେ ଏହି ରାସ୍ତା ଦେଇ ସହର ବାହାରକୁ ମାଲବାହୀ ଟ୍ରକ୍‌ ଓ ଭାରୀଯାନ ଯାତାୟାତ କରୁଛି। 

ସେହିପରି ୩ଟି ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ସ୍କୁଲକୁ ଯାଉଛନ୍ତି। ନିକଟରେ ଦୃଷ୍ଟିହୀନ ସ୍କୁଲ ଓଡ଼ିଶା ସର୍ଭିସ ସ୍କୁଲ୍‌ ଫର ବ୍ଲାଇଣ୍ଡ, ଗୋଟିଏ ଫାର୍ମା କଲେଜ, ଆମ୍ବ ମାର୍କେଟ, ହୋଲସେଲ୍‌ କପଡ଼ା ମାର୍କେଟ ସମେତ ବହୁ ଅନୁଷ୍ଠାନ ରହିଛି। ଭାରୀଯାନକୁ ବାଦ ଦେଲେ ବାଇକ୍‌ ଓ ଅଟୋ ଏହି ରାସ୍ତାରେ ଚଳାଚଳ କରୁଛି । ଦିନ ତମାମ ଏହି ରାସ୍ତା ଭିଡ଼ ଲାଗି ରହିଥାଏ । 

ହଳଦିଆପଦର, କନିଷି ଅଞ୍ଚଳରୁ ସହରକୁ ଆସୁଥିବା ଲୋକ ମଧ୍ୟ ଏହାରି ଉପରେ ନିର୍ଭରଶୀଳ । ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି । ନୂଆଁ ଆମ୍ବ ମାର୍କେଟ ଠାରୁ ବ୍ଲାଇଣ୍ଡ ସ୍କୁଲ ପାଖାପାଖି ୩ଶହ ମିଟର ରାସ୍ତାର ଅବସ୍ଥା ନକହିଲେ ଭଲ । ଦେଖିଲେ ଲାଗୁଛି ଏହି ସତେ ବିଛିନ୍ନାଞ୍ଚଳରେ ରହିଛି । ରାସ୍ତାରେ ବଡ଼ ବଡ଼ ଖାଲ ଭରି ରହିଛି । ଖାଲ ମଧ୍ୟରେ ବଡ଼ ପଥର ପଡ଼ିଛି । ଅନେକ ସ୍ଥାନରେ ଲୋକଙ୍କ ଦ୍ୱାରା ସତର୍କ ପାଇଁ କାଠ ବାଡ଼ି ରଖା ଯାଇଥିଲା । ତାହା ଭାଙ୍ଗିରୁଜି ଖାଲରେ ପଡ଼ି ରହିଛି । ୧୫ ଦିନ ହେଲା ନିୟମିତ ଏହି ରାସ୍ତାରେ ସାନ ବଡ଼ ଦୁର୍ଘଟଣା ଘଟୁଛି । ବହୁ ଲୋକ ଆହତ ହେଉଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.