ନୂଆଦିଲ୍ଲୀ, ୧୮/୦୨ : ସମୟ ରୈନାଙ୍କ ସୋ ଇଣ୍ଡିଆସ୍ ଗଟ୍ ଲାଟେଣ୍ଟରେ ପିତାମାତାଙ୍କୁ ନେଇ ଖରାପ କମେଣ୍ଟ କରି ଫସିଥିବା ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମ୍ ଆଶ୍ଵସ୍ତି। ତେବେ ଆପତ୍ତିଜନକ ଟିପ୍ପଣୀ ପାଇଁ ରଣବୀରଙ୍କୁ ଭର୍ତ୍ସନା କଲେ ଅଦାଲତ। କୋର୍ଟ କହିଛନ୍ତି ଯେ, ତାଙ୍କ ମୁଣ୍ଡରେ ମଇଳା ଅଛି। ଯାହାକୁ ସେ ୟୁଟ୍ୟୁବ ସୋରେ ଓଗାଳିଛନ୍ତି। ଏଭଳି ଲୋକଙ୍କ କେସ୍ ଅଦାଲତ କାହିଁକି ଶୁଣିବେ ? ଅଦାଲତ ରଣବୀରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସମାଜର ମୂଲ୍ୟବୋଧ କଣ ? ଏହାର ପାରାମିଟର କଣ ? ଏ ବିଷୟରେ ଆପଣ ଜାଣିଛନ୍ତି କି ? ଅଭିବ୍ୟକ୍ତିର ସ୍ଵତନ୍ତ୍ରତା ନାମରେ କେହି ବି ସମାଜର ମାନଦଣ୍ଡ ବିରୋଧରେ କିଛି ବି କହିପାରିବେ ନାହିଁ।
ସୂଚନାନୁଯାୟୀ, ବିବାଦୀୟ ଟିପ୍ପଣୀକୁ ନେଇ ରଣବୀର ଆହ୍ଲାବାଦୀଙ୍କ ବିରୋଧରେ ବହୁ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଗୁଡ଼ିକୁ ରଦ୍ଦ କରିବା ପାଇଁ ୟୁଟ୍ୟୁବର ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ। ମଙ୍ଗଳବାର ଏହି ମାମଲାରେ କୋର୍ଟ ଶୁଣାଣି କରିଛନ୍ତି। ଅପମାନଜନ୍ନକ ଟିପ୍ପଣୀ ପାଇଁ କୋର୍ଟ ତାଙ୍କୁ ଭତ୍ସନା କରିବା ପରେ ୟୁଟ୍ୟୁବରଙ୍କ ଗିରଫଦାରିକୁ ନେଇ ଆଶ୍ଵସ୍ତି ଦେଇଛନ୍ତି।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ କୋଟିଶ୍ଵର ସିଂହଙ୍କ ଖଣ୍ଡପୀଠ ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ଶୋ ଉପରେ ପ୍ରତିବନ୍ଧକ ଲଗାଇବା ସହ ରଣବୀରଙ୍କ ପାସ୍ପୋର୍ଟ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେ ନାହିଁ। ତାଙ୍କ ବିରୋଧରେ କୌଣସି ନୂଆ ମାମଲା ରୁଜୁ ହେବ ନାହିଁ। ଯଦି ନୂଆ ଏଫଆଇଆର ହେବ ତାହେଲେ ରଣବୀରଙ୍କୁ ଗିରଫ କରାଯିବ ନାହିଁ। ରଣବୀର ପୋଲିସ ଏବଂ ଯାଞ୍ଚ ଏଜେନ୍ସିଙ୍କୁ ସହଯୋଗ କରିବେ। ଯେପର୍ଯ୍ୟନ୍ତ ମାମଲା ଶେଷ ହୋଇନାହିଁ, ସେପର୍ଯ୍ୟନ୍ତ ଆହ୍ଲାବାଦିଆ କୌଣସି ଏପିସୋଡ ଏୟାର କରିପାରିବେ ନାହିଁ।
ଏହି ଖବରଟିକୁ ପଢନ୍ତୁ-ପ୍ରେମ ବୁଝେ ନାହିଁ ବୟସର ଗଣନା... ୬୦ ବର୍ଷୀୟ ଗୀତାଙ୍କୁ ବିବାହ କଲେ ୪୦ ବର୍ଷୀୟ ନିଖିଲ