ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Love Beyond Age: ପ୍ରେମ ବୁଝେ ନାହିଁ ବୟସର ଗଣନା... ୬୦ ବର୍ଷୀୟ ଗୀତାଙ୍କୁ ବିବାହ କଲେ ୪୦ ବର୍ଷୀୟ ନିଖିଲ

Published By : Prameya | February 18, 2025 11:08 AM

ଭୁବନେଶ୍ଵର : ପ୍ରେମ... ପ୍ରତିଶ୍ରୁତିର ଅଢେଇ ଅକ୍ଷର। ପ୍ରୀତି ଭରା ପହିଲି କିରଣ। ସମର୍ପଣର ପ୍ରତୀକ। ସ୍ପର୍ଶ ବିନା ପରିଭାଷା ବୁଝାଉଥିବା ଭାବନା। ସେଥପାଇଁ ତ କୁହନ୍ତି ପ୍ରେମ ହେଉଛି ଅନ୍ଧ। କେତେବେଳେ କାହା ସହ ହୋଇପାରେ। ପ୍ରକୃତ ପ୍ରେମ ନା ସମାଜକୁ ଦେଖେ ନା ସମାଜର ବନ୍ଧବାଡ଼ ମାନେ। ପ୍ରେମ ବୁଝେ ନାହିଁ ବୟସର ଗଣନା। ନଦୀ ଯେପରି ସମୁଦ୍ରରେ ସମାହିତ ହୁଏ, ଏଠି ବି ଘଟିଛି ସମାନ ଘଟଣା। ଆମେ କହୁଛି ୪୦ ବର୍ଷୀୟ ନିଖିଲ ଦୋଶୀ ଏବଂ ୬୦ ବର୍ଷୀୟା ଗୀତା ଦୋଶୀଙ୍କ କଥା। ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି ନିଖିଲ ଏବଂ ଗୀତାଙ୍କ ଲଭ୍ ଷ୍ଟୋରୀ। 

ଘଟଣା ୨୦୧୬ର... ୨୨ ବର୍ଷର ଅସଫଳ ବିବାହ ଯନ୍ତ୍ରଣା ସହ ସଙ୍ଘର୍ଷ କରୁଥିଲେ ଗୀତା। ଏତିକି ବେଳେ ପ୍ରୀତିର ଫଗୁଣ ସାଜି ଗୀତାଙ୍କ ଜୀବନରେ ଆସିଥିଲେ ନିଖିଲ। ତାଙ୍କ କଷ୍ଟ ସମୟରେ ଏକ ସାଥୀ ହୋଇ ଠିଆ ହୋଇଥିଲେ। ଗୀତାଙ୍କୁ ସମ୍ଭାଳିଥିଲେ ଏବଂ ତାଙ୍କ ପ୍ରେମର ପରସରେ ଗୀତାଙ୍କୁ ଏହି ମାନସିକ ଯନ୍ତ୍ରଣା ଭିତରୁ ବାହାର କରିଥିଲେ। ଏହି ମଧ୍ୟରେ ଗୀତାଙ୍କୁ ମନ ଦେଇ ବସିଥିଲେ ନିଖିଲ। ମନେ ମନେ ବିବାହ କରିବାକୁ ବି ମନସ୍ଥ କରିଥିଲେ। ହେଲେ ହେଲେ ନିଖିଲ ହେଉଛନ୍ତି ଗୀତାଙ୍କ ଠାରୁ ବୟସରେ ସାନ। ୨୦ ବର୍ଷର ତାରତମ୍ୟ ସତ୍ତ୍ଵେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ। 

ଏହି ମଧ୍ୟରେ ଗୀତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ନିଖିଲ। ହେଲେ ବୟସରେ ୨୦ ବର୍ଷ ସାନ ହୋଇଥିବା ଯୋଗୁଁ ବିଶ୍ଵାସ କରି ପାରୁନଥିଲେ ଗୀତା। ଏପଟେ ବିବାହ ପାଇଁ ସଫାସଫା ମନା କରିଦେଇଥିଲେ ନିଖିଲଙ୍କ ପରିବାର। ମା ବୟସର ଜଣେ ମହିଳାଙ୍କୁ ବିବାହ କରିବାକୁ ସ୍ଵୀକୃତି ଦେଉନଥିଲେ ପରିବାର। ସମାଜ କଣ କହିବ ଭାବି ନିଖିଲଙ୍କ ମାଙ୍କୁ ଲାଗିଥିଲା ଗଭୀର ଆଘାତ। ସଫା ସଫା ମନା କରି ଦେଇଥିଲେ ଭାଇ। 

ଶେଷରେ ନିଖିଲଙ୍କ ଜିଦ୍ ଆଗରେ ସମସ୍ତଙ୍କୁ ନଇଁବାକୁ ପଡ଼ିଲା। ୨୦୨୦ରେ ପରିବାରର ସ୍ଵୀକୃତିରେ ବିବାହ ବନ୍ଧନରେ ବାନ୍ଧି ହେଲେ ନିଖିଲ ଏବଂ ଗୀତା। ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ପଡ଼ିଲା ହାତଗଣ୍ଠି। ଏବେ ଗୀତାଙ୍କୁ ଗର୍ବର ସହ ନିଜ ବୋହୂ ବୋଲି କହୁଛନ୍ତି ନିଖିଲଙ୍କ ମା। ଗୀତା କୁହନ୍ତି, ଯେତିକି ଦିନ ବଞ୍ଚିବୁ ଖୁସିରେ ବଞ୍ଚିବୁ। ତେବେ ଏହି ନିଆରା ଯୋଡ଼ିଙ୍କ କାହାଣୀ ଶୁଣିଲେ ଲାଗୁଛି... #age ତୋ ଏକ ନମ୍ଵର ହୈ, ବାସ୍ ଦିଲୋଁ କା ମେଲ୍ ଜରୁରୀ ହୈ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.