ସାସାରାମ, ୨୧/୦୨ : ୧୦ମ ପରୀକ୍ଷାରେ କପି କରିବାକୁ ନଦେବାରୁ ଫୁଟିଲା ଗୁଳି। ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ବାହାରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଚାଲିଲା ମାରପିଟ୍। ଫାୟାରିଂରେ ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ବିହାରର ସାସାରାମରୁ ଆସିଛି ଏଭଳି ଛାତିଥରା ଘଟଣା। ବନ୍ଧୁକ ସହ ଜଣେ ନାବାଳକଙ୍କୁ କାବୁ କରି ଅଟକ ରଖିଛି ପୋଲିସ।
ସୂଚନାନୁଯାୟୀ, ସାସାରାମ ଜିଲ୍ଲା ତାରାଚଣ୍ଡିରେ ଥିବା ସନ୍ଥ ଅନ୍ନା ହାଇସ୍କୁଲରେ ୧୦ମ ପରୀକ୍ଷା ଚାଲିଥିଲା। ଏହି ସମୟରେ କିଛି ଛାତ୍ର ପରୀକ୍ଷା କେନ୍ଦ୍ର ଭିତରେ କପି କରିବାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ଏବଂ ଫାୟାରିଂ ହୋଇଥିଲା। ଏହି ଗୋଷ୍ଠୀ ସଙ୍ଘର୍ଷରେ ଗୁଳି ବାଜି ଜଣେ ୧୦ମ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ପୋଲିସ ବନ୍ଧୁକ ସହ ଜଣେ ଛାତ୍ରକୁ କାବୁ କରି ଅଟକ ରଖିଛି। ମୃତକ ଜଣଙ୍କ ହେଲେ ଶମ୍ଭୁ ବିଗହାର ଅମିତ କୁମାର ଏବଂ ଗୁରୁତର ଜଣଙ୍କ ହେଉଛନ୍ତି ସଞ୍ଜିତ କୁମାର। ଅମିତଙ୍କ ଶବ ବ୍ୟବଚ୍ଛେଦ ପରେ ପୋଲିସ ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି।
ଏହି ଖବରଟିକୁ ପଢନ୍ତୁ-କୁମ୍ଭମେଳା ଦେଖି ଫେରୁଥିଲେ; ବାଟରେ ଜଗିଥିଲା ଯମ, ଚାଲିଗଲା ୬ ଜୀବନ