ପ୍ରମୂଖ ଖବର
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଇଂଲଣ୍ଡ ସିରିଜରୁ ଓହରିପାରନ୍ତି କ୍ୟାପ୍ଟେନ ରୋହିତ, ଜାଣନ୍ତୁ କୋହଲିଙ୍କ ଅପଡେଟ୍

Published By : Ankita S | March 28, 2025 9:02 AM

ମୁମ୍ବାଇ,୨୮/୦୩ : ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ପୁଣି ଅନିଶ୍ଚୟତା ଦେଖା ଦେଇଛି । ସେ ଇଂଲଣ୍ଡ ବିପକ୍ଷ ସିରିଜରୁ ଓହରିବାକୁ ବିଚାର କରୁଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍ ପରେ ଭାରତୀୟ କ୍ରିକେଟ ଟିମ୍ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ଏହାକୁ ନେଇ ଏକ ବଡ଼ ଖବର ଆସୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଧିନାୟକ ରୋହିତ ଶର୍ମା ଏହି ଟେଷ୍ଟ ସିରିଜରୁ ଓହରିପାରନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ୩ଟି ମ୍ୟାଚ ଖେଳି ମାତ୍ର ୩୧ ରନ କରିଥିଲେ । ସିଡ଼ନୀରେ ଆୟୋଜିତ ଶେଷ ମ୍ୟାଚରୁ ସେ ନିଜେ ଓହରି ଯାଇଥିଲେ । ତାହା ରୋହିତଙ୍କ ଶେଷ ଟେଷ୍ଟ ମ୍ୟାଚ ବୋଲି ଚର୍ଚ୍ଚା ହେଉଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୩ରେ ପରାସ୍ତ ହୋଇଥିଲା ।

କୋହଲିଙ୍କୁ ନେଇ ଅପଡେଟ- ଜାତୀୟ ଗଣମାଧ୍ୟମ ଅନୁସାରେ ରୋହିତ ବର୍ଡର-ଗାଭାସ୍କର ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ତେଣୁ ସେ ଇଂଲଣ୍ଡ ବିପକ୍ଷ ସିରଜରୁ ଓହରିପାରନ୍ତି । ମାତ୍ର ବିରାଟ କୋହଲି ଦଳରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜରେ ବିରାଟ କୋହଲି ୧୦ଟି ଇନିଂସରେ ୧୯୦ ରନ କରିଥିଲେ ।

ଅଧିକ ପଢନ୍ତୁ...ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌

ନିକଟରେ ସଦ୍ୟ ସମାପ୍ତ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଟ୍ରଫି ହାତେଇଥିଲେ ରୋହିତଙ୍କ ନେତୃତ୍ବାଧୀନ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ୭୬ରନର ଇନିଂସ ଖେଳିଥିଲେ । କିଙ୍ଗ କୋହଲି ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । କରୁନ ନାୟାର ଭାରତୀୟ ଦଳରେ ସାମିଲ ହେବାର ସମ୍ଭାବନା ରହିଛି ।  ଏ ନେଇ ବିିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି । ବୀରେନ୍ଦ୍ର ସେହ୍ବାଗଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ କରୁନ ନାୟାର ତ୍ରିଶତକ ହାସଲ କରିଛନ୍ତି । ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ସେ ତ୍ରିଶତକୀୟ ଇନିଂସ ଖେଳିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.