ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ନବମ ମ୍ୟାଚ୍ ଗୁଜୁରାଟ ଟାଇଟନ୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ତେବେ ମୁମ୍ୱାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା।
ତେବେ ଗୁଜୁରାଟ ଏହି ମ୍ୟାଚ୍ ରେ ମୁମ୍ୱାଇକୁ ମୋଟ୍ ୧୯୭ରନ୍ ର ଟାକର୍ଗେଟ ପ୍ରଦାନ କରିଛି। ଗୁଜୁରାଟ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ୧୯୬ ରନ୍ ବନାଇଛି।
ସାଇ ସୁଦର୍ଶନ ୪୧ ବଲରେ ୬୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। ସେ ମୋଟ୍ ୪ଟି ଚୌକା ଓ ୨ ଛକା ଲଗାଇଥିଲେ। ସାଇଙ୍କ ଛଡା ଜୋସ ବଟଲର ୩୯ ରନ ଓ ଶୁଭନମ ଗିଲ ୩୮ ରନ ସଂଗ୍ରହ କରିଛନ୍ତି। କ୍ୟପଟେନ ହାର୍ଦିକ ପାଣ୍ଡ୍ୟା ୨ ୱିକେଟ୍ ହାତେଇଥିବା ବେଳେ ଟ୍ରେଟ ବୋଲ୍ଟ, ଦୀପକ ଚହର, ମୁଜିବ ଉର ରେହମାନ ଓ ଏସ୍ ରାଜୁଙ୍କୁ ଗୋଟ୍ଏ-ଗୋଟିଏ ୱିକେଟ ମିଳିଛି।