ଅହମ୍ମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ନବମ ମ୍ୟାଚରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମ୍ୟାଚରେ ଶୁଭମନ ଗିଲ ୨୭ ବଲରେ ୩୮ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସ ସହିତ ଶୁଭମନ ଗିଲ ମଧ୍ୟ ତାଙ୍କ ନାମରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।
ଆଇପିଏଲରେ ଏହି ଗ୍ରାଉଣ୍ଡରେ ୧୦୦୦ ରନ୍ ପୂରଣ କରିଛନ୍ତି ଶୁଭମନ ଗିଲ । ଏକ ହଜାର ରନ୍ ପୂରଣ କରିବାରେ ଶୁଭମନ ଗିଲ ଦ୍ବିତୀୟ ଦ୍ରୁତତମ ବ୍ୟାଟର | ଆଇପିଏଲର ୨୦ ଇନିଂସରେ ଶୁଭମନ ଏହି ସଫଳତା ହାସଲ କରିଛନ୍ତି | ଦ୍ରୁତତମ ୧୦୦୦ ଆଇପିଏଲ୍ ରନ୍ ସ୍କୋର କରିବାରେ କ୍ରିସ୍ ଗେଲଙ୍କ ନାମ ଶୀର୍ଷରେ ରହିଛି |
ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଆଇପିଏଲରେ ମାତ୍ର ୧୯ ଇନିଂସରେ ୧ ହଜାର ରନ୍ ପୂରଣ କରିଥିଲେ କ୍ରିସ୍ ଗେଲ୍ । ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ଡେଭିଡ ୱାର୍ଣ୍ଣରଙ୍କ ନାମ ରହିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମରେ ୱାର୍ଣ୍ଣର ମାତ୍ର ୨୨ ଇନିଂସରେ ୧ ହଜାର ରନ୍ ପୂରଣ କରିଥିଲେ।
ଆଇପିଏଲ୍ ୨୦୨୫ରେ ଗୁଜୁରାଟ ଏବଂ ମୁମ୍ବାଇ ମଧ୍ୟରେ ହୋଇଥିବା ମ୍ୟାଚ୍ ବିଷୟରେ କହିଲେ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଗୁଜୁରାଟ ପାଇଁ ସାଇ ସୁଦର୍ଶନଙ୍କ ସହ ଅଧିନାୟକ ଶୁଭମନ ଗିଲ ଏକ ଭଲ ଆରମ୍ଭ କରିଥିଲେ। ସୁଦର୍ଶନ ଏବଂ ଗିଲଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୭୮ ରନ୍ ଭାଗିଦାରୀ ହୋଇଥିଲା।