ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

DC vs SRH: ୫ ୱିକେଟ୍ ନେଲେ ମିଚେଲ ଷ୍ଟାର୍କ, ୧୬୩ ରନରେ ଅଲଆଉଟ୍‌ ସନରାଇଜର୍ସ ହାଇଦ୍ରାବାଦ

Published By : Tapas Panda | March 30, 2025 5:26 PM

Image Courtesy: espncricinfo

ବିଶାଖାପାଟନମ୍‌: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ୧୦ମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ବିଶାଖାପାଟନମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏସଆରଏଚ୍‌ ୧୮.୪ ଓଭରରେ ମାତ୍ର ୧୬୩ ରନ୍‌ରେ ସୀମିତ ରହିଛି । 

SRH ପକ୍ଷରୁ ଅନିକେତ ବର୍ମା ୭୪ ରନ କରିଥିବା ବେଳେ ହେନରିଚ୍ କ୍ଲାସେନ୍ ୩୨ ରନ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଚେଲ ଷ୍ଟାର୍କ ୫ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୩ଟି ୱିକେଟ୍ ନେଇଛନ୍ତି । ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଏକ ଦମଦାର ବିଜୟ ସହିତ ଆଇପିଏଲ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ଗୋଟିଏ ୱିକେଟରେ ପରାସ୍ତ କରିଥିଲା ଡିସି । 

ସେପେଟ ସନରାଇଜର୍ସ ହାଇଦ୍ରାବାଦ ଏହି ସିଜିନରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳିଛି । ଗୋଟିଏ ଜିତିଥିବା ବେଳେ ଗୋଟିଏରେ ପରାଜୟର ସମ୍ମୁଖୀନ ହୋଇଥିଲା ଏସଆରଏଚ । ଆଜି ମଧ୍ୟ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଛି । 

ସନରାଇଜର୍ସ ହାଇଦ୍ରାବାଦ ଦଳ ୧୮.୪ ଓଭରରେ ୧୬୩ ରନ କରି ଅଲଆଉଟ ହୋଇଯାଇଛି । ହାଇଦ୍ରାବାଦ ପକ୍ଷରୁ ଅନିକେତ ବର୍ମା ସର୍ବାଧିକ ୭୪ ରନ କରିଛନ୍ତି । ୪୧ ବଲର ତାଙ୍କ ଇନିଂସରେ ଅନିକେତ ୫ ଚୌକା ଏବଂ ୬ ଛକା ମାରିଛନ୍ତି । ଅଭିଷେକ ଶର୍ମା ୦୧, ଟ୍ରାଭିସ୍ ହେଡ୍ ୨୨, ଇଶାନ କିଶାନ ୦୨, ନୀତିଶ କୁମାର ରେଡ୍ଡୀ ୦୦ ଏବଂ ହେନରିଚ୍ କ୍ଲାସେନ୍ ୩୨ ରନ୍ କରି ଆଉଟ୍ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ୩୫ ରନ ଦେଇ ୫ଟି ୱିକେଟ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.