ନୂଆଦିଲ୍ଲୀ: ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସ ଆଇପିଏଲ୍ର ନବମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନରେ ହରାଇଛି। ଏଥିସହ ସିଜିନରେ ଗୁଜରାଟ ନିଜର ପ୍ରଥମ ବିଜୟ ହାସଲ କରିଛି। ଅପରପକ୍ଷେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୬ ରନ କରିଛି। ଦଳ ପକ୍ଷରୁ ସାଇ ସୁଦର୍ଶନ ୬୩ ରନ କରିଥିବା ବେଳେ ଶୁଭମନ ଗିଲ୍ ୩୮ ରନ ଓ ଜୋସ ବଟଲର ୩୯ ରନ କରିଛନ୍ତି। ୧୯୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରି ପାରିଛି। ଗୁଜରାଟ ବୋଲର ଶାଣିତ ବୋଲିଂ କରି ମୁମ୍ବାଇ ବୋଲରକୁ ହାତ ଖୋଲିବାକୁ ଦେଇ ନ ଥିଲେ। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୮ ରନ ଓ ତିଳକ ବର୍ମା ୩୯ ରନ କରିଥିଲେ।
ପ୍ରଥମ ଇନିଂସରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୬ ରନ୍ କରିଥିଲା। ଓପନର ସାଇ ସୁଦର୍ଶନ ସର୍ବାଧିକ ୬୧ ରନ କରିଥିଲେ। ସେ ୪୧ଟି ବଲରୁ ୪ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସେହିପରି ଅଧିନାୟକ ଶୁବମନ ଗିଲ୍ ୩୮ ରନ, ଯୋଶ୍ ବଟଲର ୩୯ ରନ, ରଦରଫର୍ଡ ୧୮ ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ଟେଣ୍ଟ ବୋଲ୍ଟ, ଦୀପକ ଚହର, ମୁଜିବ ଏବଂ ସତ୍ୟାନାରାୟଣ ରାଜୁଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଛି ।