ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପାକିସ୍ତାନୀ କ୍ରିକେଟରଙ୍କ ପୁଅ ନ୍ୟୁଜିଲାଣ୍ଡ ଲାଗି କଲେ ODI ଡେବ୍ୟୁ, ପ୍ରଥମ ମ୍ୟାଚରେ କଲେ ବିଶ୍ବ ରେକର୍ଡ଼

Published By : Prameya | March 29, 2025 6:21 PM

ମୁମ୍ବାଇ, ୨୯/୩ : ଆଜି ପ୍ରତି ସ୍ଥାନରେ ମୁହମ୍ମଦ ଅବ୍ବାସ ଛାଇ ଯାଇଛନ୍ତି । ପ୍ରକାଶ ଯେ, ଶନିବାର ୨୧ବର୍ଷୀୟ ଏହି ଯୁବ ଖେଳାଳୀ ନ୍ୟୁଜିଲାଣ୍ଡ ଲାଗି ଡେବ୍ୟୁ କରିଛନ୍ତି ଏବଂ ନିଜ ତୁଫାନୀ ବ୍ୟାଟିଂରେ ବିଶ୍ବ ରେକର୍ଡ଼ କରିଛନ୍ତି । ପାକିସ୍ତାନ ବିପକ୍ଷରେ ନିଜ ଡେବ୍ୟୁରେ ଅବ୍ବାସ କେବଳ ୨୪ବଲରେ ହିଁ ଅର୍ଦ୍ଧଶତକ ଯୋଡ଼ି ଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ୩ଛକ୍କା ଏବଂ ୩ଚୌକା ବାହାରିଛି । ଅବ୍ବାସ ଏବେ ଓ୍ବାନଡେ କ୍ରିକେଟ ଇତିହାସରେ ଡେବ୍ୟୁ ମ୍ୟାଚରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ଲଗାଇବା ବ୍ୟାଟର ହୋଇଯାଇଛନ୍ତି  ।

ଅବ୍ବାସଙ୍କ ପୂର୍ବରୁ ଏହି ରେକର୍ଡ଼ ଭାରତର କୃଣାଳ ପାଣ୍ଡ୍ୟାଙ୍କ ନାଁ‌ରେ ଥିଲା । କୃଣାଳ ନିଜ ଡେବ୍ୟୁ ମ୍ୟାଚରେ କେବଳ ୨୬ବଲରେ ୫୦ରନ୍ କରିପାରିଥିଲେ । କୃଣାଳ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ୨୦୨୧ରେ ଏହି ରେକର୍ଡ଼ ନିଜ ନାଁରେ କରିଥିଲେ । ଏବେ ନ୍ୟୁଜିଲାଣ୍ଡର ଅବ୍ବାସ ଏହି କୀର୍ତ୍ତିମାନକୁ ନିଜ ନାଁରେ କରି ନେଇଛନ୍ତି । ପ୍ରକାଶ ଯେ, ପାକିସ୍ତାନ ବିପକ୍ଷ ୨୧ବର୍ଷୀୟ ମୁହମ୍ମଦ ଅବ୍ବାସ ୨୬ବଲରେ ୫୨ରନର ବିସ୍ଫୋରକ ପାଳି ଖେଳିଥିଲେ । ଓ୍ବାନଡେ ମ୍ୟାଚରେ ତାଙ୍କ ଟି-୨୦ ଭଳି ବ୍ୟାଟିଂ ତାରିଫ୍ ସବୁଆଡ଼େ ହେବାରେ ଲାଗିଛି । ଅବ୍ବାସ ନିଜ ପାଳିରେ ୩ ଚୌକା ଏବଂ ୩ଛକ୍କା ଲଗାଇଛନ୍ତି । ଅବ୍ବାସଙ୍କ ଦମଦାର୍ ପାଳିରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂରେ ୫୦ଓଭରରେ ୯ଓ୍ବିକେଟରେ ୩୪୪ରନ୍ କରିଛନ୍ତି । ଏହାର ଜବାବରେ ପାକିସ୍ତାନ ଟିମ୍ ୨୭୧ରନରେ ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମ ଓ୍ବାନଡେ ୭୩ରନରେ ବିଜୟୀ ହୋଇଯାଇଛି । 

ପ୍ରକାଶ ଯେ, ମୁହମ୍ମଦ ଅବ୍ବାସ ନ୍ୟୁଜିଲାଣ୍ଡ ସହ ଅନ୍ତର୍ଜାତୀୟ କ୍ୟାରିୟରର ଡେବ୍ୟୁ କରିଥାଇପାରନ୍ତି ମାତ୍ର ସେ ମୂଳତଃ ପାକିସ୍ତାନର ଅଟନ୍ତି । ମୁହମ୍ମଦ ଅବ୍ବାସ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅଜହର ଅବ୍ବାସଙ୍କ ପୁଅ ଅଟନ୍ତି । ତାଙ୍କ ବାପା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଉଭୟ ଲାଗି ଫାଷ୍ଟ କ୍ଲାସ କ୍ରିକେଟ ଖେଳିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.