ପ୍ରମୂଖ ଖବର
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନାଇକୁ ମାତ୍‌ ଦେଲା ରାଜସ୍ଥାନ, ସିଏସ୍‌କେର ଲଗାତାର ଦ୍ବିତୀୟ ପରାଜୟ

Published By : Tapas Panda | March 30, 2025 11:43 PM

Image Courtesy: indiatv

ଗୌହାଟି: ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଚେନ୍ନାଇକୁ ମାତ୍‌ ଦେଇ ବିଜୟୀ ହୋଇଛି ରାଜସ୍ଥାନ । ମହେନ୍ଦ୍ର ସିଂହ ଧୋନୀଙ୍କ ମ୍ୟାଜିକ୍‌ ଫେଲ୍‌ ମାରିଛି । ଶେଷରେ ୬ ରନ୍‌ରେ ମ୍ୟାଚ୍‌ ନିଜ ନାଁରେ କରି ନେଇଛି ରାଜସ୍ଥାନ ରୟାଲ୍ସ । IPL 2025ର ୧୧ତମ ମ୍ୟାଚ୍ ଗୌହାଟିର ବାରସାପାରା ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ରାଜସ୍ଥାନ ଏହି ମ୍ୟାଚ୍୬ ରନରେ ଜିତି ନେଇଛି । 

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗସ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୭୬ ରନ୍ କରିପାରିଛି ଏବଂ ପରାଜୟ ବରଣ କରିଛି । ରାଜସ୍ଥାନ ପକ୍ଷରୁ ଓ୍ବାନିନ୍ଦୁ ହସରଙ୍ଗା ସର୍ବାଧିକ ୪ ଓ୍ବିକେଟ ନେଇଛନ୍ତି । ସେହିଭଳି ଜୋଫ୍ରା ଆର୍ଚର ଏବଂ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ରାଜସ୍ଥାନ ଦ୍ୱାରା ଦିଆଯାଇଥିବା ଟାର୍ଗେଟକୁ ପିଛା କରିବାକୁ ଆସିଥିବା CSK ପାଇଁ ଋତୁରାଜ ଗାଏକ୍ବାଡ ଏକ ଅଧିନାୟକ ଇନିଂସ ଖେଳିଥିଲେ। ତଥାପି, ସେ ବିଜୟ ଆଣିପାରିଲେ ନାହିଁ। ଗାଏକ୍ବାଡ ୪୪ ବଲ୍‌ରେ ୬୩ ରନ୍ କରିଥିଲେ। ରାହୁଲ ତ୍ରିପାଠୀ ୨୩ ରନ୍ର ଯୋଗଦାନ ଦେଇଥିଲେ। ଶିବମ୍ ଦୁବେ ୧୮ ରନ୍ କରି ଆଉଟ୍ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନୀ ୧୬ ରନ କରି ପାଭିଲିୟନ ଫେରିଥିଲେ। ଜାଡେଜା ୩୨ ରନ କରି ଅପରାଜିତ ରହିଥିଲେ।

ସୂଚନାଯୋଗ୍ୟ, ପାୱାରପ୍ଲେରେ ରାଜସ୍ଥାନ ରୟାଲ୍ସ ୧ ୱିକେଟ୍ ହରାଇ ୭୯ ରନ୍ କରିଥିଲା, ଯାହା IPL ଇତିହାସରେ ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ପ୍ରଥମ ୬ ଓଭରରେ କୌଣସି ଦଳ ଦ୍ୱାରା ସର୍ବାଧିକ ସ୍କୋର। ଏହି ତାଲିକାର ଶୀର୍ଷରେ ରାଜସ୍ଥାନ ରୟାଲ୍ସ ମଧ୍ୟ ଅଛି । ୨୦୨୧ରେ ଆବୁଧାବି ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୮୧ ରନ୍ କରିଥିଲା ଆରଆର। ଦ୍ୱିତୀୟ ସ୍ଥାନରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ର ଦଳ ଅଛି, ୨୦୨୩ ମସିହାରେ ଚେନ୍ନାଇ ଗ୍ରାଉଣ୍ଡରେ ସିଏସକେ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ପାୱାରପ୍ଲେରେ ଗୋଟିଏ ୱିକେଟ୍ ହରାଇ ୮୦ ରନ୍ କରିଥିଲା ଏଲଏସଜି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.