ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା, ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ପୋଲିସ

Published By : prameya | February 13, 2025 10:43 AM

ଭୁବନେଶ୍ବର,୧୩/୦୨:   ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା । ଏନେଇ ଲୁଟେରାକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ। ବିଜୟୱାଡାରୁ ସ୍ପେଶାଲ ସ୍କ୍ବାର୍ଡ ଲୁଟେରାକୁ ଗିରଫ କରିଛି  । ଭୁବନେଶ୍ବରରୁ ଲୁଟ ପରେ ଲୁଟେରା ଛତିଶଗଡ଼ ଓ ଝାଡଖଣ୍ଡ ଚାଲିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟରେ ପୁଣି ଗଢ଼ା ହେବ ପ୍ରଥମ, ଦ୍ୱିତୀୟ ଏସ୍‌ଏସ୍‌ ବାଟାଲିୟନ୍: ଗୃହ ବିଭାଗ ଅନୁମୋଦନକୁ ଅପେକ୍ଷା

 ସେଠାରୁ ବିଜୟୱାଡା ପହଁଞ୍ଚିବା ବେଳକୁ ପରେ ତାକୁ ଜଗି ରହିଥିବା କମିଶନରେଟ ପୋଲିସ ଅଭିଯୁକ୍ତକୁ  ଗିରଫ କରିଛି । ଗତ ଏକ ମାସ ଧରି ଲୁଟେରାକୁ ଟ୍ରାକରେ ରଖିଥିଲା କମିଶନରେଟ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୪ଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା ।

ପ୍ରକାଶ ଥାଉକି, ଲୁଟ୍‌ ଘଟଣାରେ ତା ସହ କେଉଁମାନେ ସଂପୃକ୍ତ ଏସବୁର ଖୋଳତାଡ କରୁ ପୋଲିସ । ତେବେ ଅଭିଯୁକ୍ତ ପାଖରୁ କେତେ ପରିମାଣର ଚୋରି ସାମଗ୍ରୀ ଜବତ ହୋଇଛି ସେ ସଂପର୍କରେ ସ୍ପଷ୍ଟ ସୂଚନା ଦେଇନି ପୋଲିସ । ପ୍ରକାଶ ଥାଉକି, ଜାନୁଆରୀ ୨୬ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା ।ଚୋରଟି ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରେ ପଶି ଅଢେଇ ଲକ୍ଷ ଟଙ୍କାର କ୍ୟାସ ସହ ୫୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ଧରି ଚଂପଟ ମାରିଥିଲା ।। ଘରେ ପଶିଥିବା ଚୋରର ହରକତ ସବୁ ସିସିଟିଭିରେ କଏଦ ହୋଇଥିଲା । ଯାହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା । ନିଜେ ନିରଞ୍ଜନ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ସହ ରାଜଧାନୀରେ ଜନସାଧାରଣ ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.