ଭୁବନେଶ୍ୱର,୧୧/୦୨: ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ମଞ୍ଚାବନ୍ଧାଠାରେ ଏହି ଘଟଣା ଘଟିଛି ।
ସୂଚନା ମୁତାବକ, ୧୮ ନମ୍ବର ଜାତୀୟ ଦେଇ ଅଟୋଟି ଯାଉଥିବା ସମୟରେ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ଫଳରେ ଅଟୋ ଚାଳକ ସହିତ ଅନ୍ୟ ଜଣଙ୍କର ମୃତ୍ୟ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଗୁଡ଼ିକୁ ବାରିପଦା ହସ୍ପିଟାଲ୍କୁ ପଠାଇଛି । ଏଥି ସହିତ ଘଟଣା କିପରି ହେଲା ଏନେଇ ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଦୁର୍ଘଟଣା ହୋଇଛି । ଏକ ହୋଣ୍ଡା ବାଇକ୍ ଯୋଗେ ତିନି ଜଣ ଯୁବକ ଯାଉଥିବା ବେଳେ ପୁରୀ ବାଇପାସ୍ ନିକଟରେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁର୍ଘଟଣାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।