ପ୍ରମୂଖ ଖବର
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya | March 22, 2025 7:59 PM

ସୋରଡ଼ା/ଭଞ୍ଜନଗର,୨୨/୩ - ସୋରଡ଼ା ଥାନା ଅଧୀନ ଖଜୁରୀପଲ୍ଲୀ ଗାଁ ନିକଟ କେଟାମଣି ପାହାଡ଼ ତଳୁ ଶନିବାର ନର କଙ୍କାଳ ଠାବ ହୋଇଛି। ଖବର ପାଇ ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନର କଙ୍କାଳ ଜବତ କରିବା ସହ ତା ନିକଟରୁ ଦୁଇଟି ଦରପୋଡା ମୋବାଇଲ, ଚୁଡିଦାର, ସାର୍ଟ, ଛୁରୀ ଜବତ କରିଛି।  ପାରିପାର୍ଶ୍ଵିକ ସ୍ଥିତିରୁ ଠାବ ହୋଇଥିବା ନର କଙ୍କାଳ ଟି ଯୁବତୀର ହୋଇଥିବା ଅନୁମାନ କରାଯାଉଛି। 

ଶନିବାର ସକାଳେ ସ୍ଥାନୀୟ ଲୋକେ ପାହାଡ଼କୁ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ କେଟାମଣି ପାହାଡ଼ ତଳେ ନର କଙ୍କାଳ ପଡ଼ିଥିବା ଦେଖି ପୁଲିସ କୁ ଖବର ଦେଇଥିଲେ। ପରେ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ପୋଲିସ କର୍ମଚାରୀଙ୍କ ସହ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଛୁରୀ, ଚୁଡିଦାର ପ୍ୟାଣ୍ଟ୍, ଦୁଇଟି ମୋବାଇଲ ଜବତ କରିଛନ୍ତି।ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡିନ ନାହିଁ। ପ୍ରଥମେ ଯୁବତୀଙ୍କୁ ଛୁରୀରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ପୋଡି ଦିଆଯାଇଥିବା ଅନୁମାନ କରାଯାଉଛି।ଆସ୍କା ଏସ ଡ଼ି ପି ଓ ସନ୍ତୋଷ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.