ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ରିଲାଏନ୍ସ ଜିଓର ୫ଜି ଷ୍ଟାଣ୍ଡ-ଏଲୋନ ଟେକ୍ନୋଲୋଜିରେ ପ୍ରାଧାନ୍ୟ, ଭାରତକୁ ବିଶ୍ୱରେ ଅଗ୍ରଣୀ କରାଇଛି…

Published By : Prameya | February 24, 2025 9:51 PM

ଭୁବନେଶ୍ବର : ୫ଜି ଷ୍ଟାଣ୍ଡଏଲୋନ (ଏସଏ) ନେଟୱାର୍କ ସ୍ଥାପନରେ ଭାରତ ଆମେରିକା ଓ ୟୁରୋପକୁ ପଛରେ ପକାଇ ଦେଇଛି ଏବଂ ଏଥିରେ ରିଲାଏନ୍ସ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଟେଲିକମ କ୍ଷେତ୍ରର ଅନୁଶୀଳନକାରୀ ସଂସ୍ଥା ଓକଲାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୫୨ ପ୍ରତିଶତ ୫ଜି ଷ୍ଟାଣ୍ଡାଲୋନ ଉପଲବ୍ଧତା ସହ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚୀନ ୮୦ ପ୍ରତିଶତ ଉପଲବ୍ଧତା ଉପଲବ୍ଧତା ସହ ଏହି ତାଲିକାରେ ଶୀର୍ଷରେ ରହିଛି। ୟୁରୋପରେ ଏହି ସଂଖ୍ୟା ମାତ୍ର ଏକ ପ୍ରତିଶତ ରହିଛି, ଯାହା ଭାରତର ଦ୍ରୁତ ଅଗ୍ରଗତିକୁ ଦର୍ଶାଉଛି । ଏହି ରିପୋର୍ଟ ଅନୁଯାୟୀ, ଭାରତରେ ୫ଜି ଷ୍ଟାଣ୍ଡାଲୋନ ନେଟୱାର୍କର ବ୍ୟାପକ ଉପଲବ୍ଧତା ପଛରେ ରହିଛି ଜିଓର ଦ୍ରୁତ ୫ଜି ନେଟୱାର୍କ ସମ୍ପ୍ରସାରଣ ଏବଂ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମର ବ୍ୟାପକ ବ୍ୟବହାର। ଏହି ଲୋ-ବ୍ୟାଣ୍ଡ୍‌ ସ୍ପେକ୍ଟ୍ରମ୍‌ ସମଗ୍ର ଦେଶରେ ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ କଭରେଜ୍‌ ସୁନିଶ୍ଚିତ କରିଛି, ଯାହା ଗ୍ରାମାଞ୍ଚଳ ତଥା ସୁଦୂର ଅଞ୍ଚଳରେ ମଧ୍ୟ ୫ଜି ଉପଲବ୍ଧତାକୁ ସୁନିଶ୍ଚିତ କରିଛି ।

ଭାରତ ୫ଜି ଷ୍ଟାଣ୍ଡାଲୋନ ଡାଉନଲୋଡ୍‌ ସ୍ପିଡରେ ମଧ୍ୟ ଆଗରେ ରହିଛି, ଯେଉଁଠାରେ ଜିଓ ସହାୟତାରେ ହାରାହାରି ସ୍ପିଡ଼ ୨୬୦.୭୧ ଏମବିପିଏସରେ ପହଞ୍ଚିଛି । ଏହାର ତୁଳନାରେ, ଚୀନରେ ୨୨୪.୮୨ ଏମବିପିଏସ ଏବଂ ଜାପାନରେ ୨୫୪.୧୮ ଏମବିପିଏସ ସ୍ପିଡ଼ ରେକର୍ଡ କରାଯାଇଥିବାବେଳେ ୟୁରୋପରେ ଏହା ମାତ୍ର ୨୨୧.୧୭ ଏମବିପିଏସ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଭାରତୀୟ ୫ଜି ଷ୍ଟାଣ୍ଡାଲୋନ ନେଟୱାର୍କ ବିସ୍ତାରର ଦ୍ରୁତ ଗତିର ଶ୍ରେୟ ଟେଲିକମ୍‌ ଅପରେଟରଙ୍କ ଦ୍ୱାରା କରାଯାଇଥିବା ପୁଞ୍ଜିନିବେଶକୁ ଦିଆଯାଇଥିବା ବେଳେ, ଏଥିରେ ଜିଓ ସବୁଠାରୁ ଆଗରେ ରହିଛି । କମ୍ପାନୀର ଅଲ-ଆଇପି ନେଟୱାର୍କ ଏବଂ ଉନ୍ନତ ଟେକ୍ନୋଲୋଜି ଇକୋସିଷ୍ଟମ୍‌ ଭାରତକୁ ବିଶ୍ୱ ସ୍ତରରେ ୫ଜି ପ୍ରତିଦ୍ୱନ୍ଦିତାରେ ଏକ ସଶକ୍ତ ପ୍ରତିଦ୍ୱନ୍ଦୀ ଭାବରେ ଉପସ୍ଥାପିତ କରିଛି ।

ଓକଲା ରିପୋର୍ଟ ସ୍ପଷ୍ଟ ଭାବେ ଦର୍ଶାଇଛି ଯେ ରିଲାଏନ୍ସ ଜିଓ ୫ଜି ଷ୍ଟାଣ୍ଡାଲୋନ ଯୁଗରେ ଭାରତକୁ ଅଗ୍ରଣୀ ସ୍ଥାନ ହାସଲରେ ପ୍ରମୁଖ ଭୂମିକା ନେଇଛି, ଯାହାଦ୍ୱାରା ଦେଶ ଡିଜିଟାଲ ବିପ୍ଳବରେ ଏକ ନୂତନ ଅଧ୍ୟାୟ ଯୋଡିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.