ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋର ଅଣ୍ଡର ଗ୍ରାଉଣ୍ଡ ଲାଇନ୍ରେ ଏବେ ଆପଣ ଏଚଡି ଓ ୪କେ କ୍ୱାଲିଟିରେ ଭିଡ଼ିଓ ଦେଖି ପାରିବେ। ଉଲ୍ଲେଖନୀୟ ଯେ, ଦିଲ୍ଲୀ ମେଟ୍ରୋ ଶୁକ୍ରବାର ନିଜର ସବୁ କରିଡରରେ ଇଣ୍ଟରନେଟ୍ କନେକ୍ଟିଭିଟିକୁ ଭଲ କରିବା ପାଇଁ ଏକ କଣ୍ଟ୍ରାକ୍ଟ ସାଇନ୍ କରିଛି। ଏହାପରେ ଆପଣଙ୍କୁ ଦିଲ୍ଲୀ ମେଟ୍ରୋର ସବୁ ରୁଟ୍ରେ ସୁପରଫାଷ୍ଟ ଇଣ୍ଟରନେଟ୍ ସର୍ଭିସ ମିଳି ପାରିବ।
ଆପଣ ଅନେକ ଥର ଦେଖି ଥିବେ , ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ବେଳେ ଅନେକ ଲୋକ ନିଜ ଅଫିସ କାମ ବି କରିଥାନ୍ତି। ଏଥିରେ ଅନେକ ଲୋକ ଦିଲ୍ଲୀ ମେଟ୍ରୋର ଅନେକ ରୁଟ୍ରେ ସ୍ଲୋ ଇଣ୍ଟରନେଟ୍ ଥିବାର ଅଭିଯୋଗ କରନ୍ତି। ଯାହାର ଖୁବ୍ ଶୀଘ୍ର ସମାଧାନ ହେବାକୁ ଯାଉଛି।
ଦିଲ୍ଲୀ ମେଟ୍ରୋ ରେଳ୍ କର୍ପୋରେସନ ଯାତ୍ରୀଙ୍କୁ ସୁପରଫାଷ୍ଟ ଇଣ୍ଟରନେଟ୍ ଦେବା ପାଇଁ ବେକହଲ୍ ଡିଜିଟାଲ ଟେକ୍ନୋଲଜି୍ ପ୍ରାଇଭେଟ୍ ଲିମିଟେଡ୍ ସହ କଣ୍ଟ୍ରାକ୍ଟ କରିଛି, ଯେଉଁଥିରେ ଏହି କମ୍ପାନୀ ଏୟାରପୋର୍ଟ ଲାଇନ ସହ ଦିଲ୍ଲୀ ମେଟ୍ରୋର ୭୦୦ କିମି ଟ୍ରାକ୍ରେ ଫାଇବର ଅପ୍ଟିକାଲ କେବୁଲ ବିଛାଇବ, ଏହାପରେ ଯାତ୍ରୀଙ୍କୁ ଦିଲ୍ଲୀ ମେଟ୍ରୋ ଭିତରେ ଭଲ ଇଣ୍ଟରନେଟ୍ର ସୁବିଧା ମିଳିବ।
DMRC ପକ୍ଷରୁ ଦିଆଯାଇ ଥିବା ସୂଚନା ଅନୁସାରେ, ସର୍ବ ପ୍ରଥମେ ଫାଇବର ଅପ୍ଟିକଲ କେବଳ ପିଙ୍କ ଓ ମେଜେଣ୍ଟା ଲାଇନ୍ରେ ସଂଯୋଗ ହେବ। ସର୍ବ ପ୍ରଥମେ ଫାଷ୍ଟ ଇଣ୍ଟରନେଟ୍ର ସର୍ଭିସ ଏହିସବୁ ଲାଇନ୍ରେ ଯାତ୍ରୀଙ୍କୁ ମିଳିବ। ଆପଣଙ୍କୁ କହି ରଖୁଛି କି, DMRCର ଏହି ପ୍ରୟାସରେ କେବଳ ମେଟ୍ରୋ ପାସେଞ୍ଜରଙ୍କୁ ଫାଇଦା ହେବ ତାନୁହେଁ ,ଏଥିରେ ଦିଲ୍ଲୀ-ଏନସିଆରରେ ୫ଜି ସେବା ସୁଚାରୁ ରୂପେ ଚାଲୁ ହେବାରେ ମଧ୍ୟ ସାହାଯ୍ୟ ମିଳିବ।
ଏହାସହ DMRC ପକ୍ଷରୁ କୁହାଯାଇଛି କି, ଏହି ପ୍ରୟାସ ଭାରତ ସରକାରଙ୍କର ଡିଜିଟାଲ ରୂପେ ଯୋଡ଼ି ହୋଇଥିବା ରାଷ୍ଟ୍ରର ଦୃଷ୍ଟିକୋଣର ସମର୍ଥନ କରେ। ଏହି ଦୂରସଞ୍ଚାର କମ୍ପାନୀ ଗୁଡ଼ିକର ଗତିଶୀଳ , ଅଧିକ ବିଶ୍ୱସନୀୟ ଇଣ୍ଟରନେଟ୍ ଦେବାରେ ସାହାଯ୍ୟ କରିବ, ଯାହାକି ଡିଏମ୍ଆରସିକୁ ନିଜର ବର୍ତ୍ତମାନର ବେସିକ୍ ଢାଞ୍ଚାର ଭଲ ଉପଯୋଗ କରିବାକୁ ଅନୁମତି ହେବ। ହାଇ-ସ୍ପିଡ୍ ଇଣ୍ଟରନେଟ୍ ଓ ୫ଜି ବିସ୍ତାରର ଚାହିଦା ବୃଦ୍ଧି ସହ, ଏହି ପ୍ରକଳ୍ପ ଦିଲ୍ଲୀକୁ ଭଲ କନେକ୍ଟିଭିଟି ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।