ନୂଆଦିଲ୍ଲୀ, ୧୯।୨: କନଫରେନ୍ସ କଲ୍ରେ କଥା ହେଉଛନ୍ତି କି ? ଯଦି ଆପଣ ବି ଏଭଳି କରୁଥାନ୍ତି ତେବେ ସାବଧାନ ! ନଚେତ୍ ଆପଣ ବି ସ୍କାମର୍ସଙ୍କ ଠକେଇର ଶିକାର ହୋଇପାରନ୍ତି । ଟିକିଏ ଅସାବଧାନତାରୁ ଚୁଟ୍କିରେ ଆପଣଙ୍କ ଆକାଉଣ୍ଟରୁ ଉଡ଼ିଯିବ ସବୁ ଟଙ୍କା । ଏ ହେଉଛି ସ୍କାମର୍ସମାନଙ୍କର ଠକେଇ କରିବାର ନୂଆ ତରିକା । ଏ ଠକେଇରୁ କେମିତି ରକ୍ଷା ପାଇବେ ଆସନ୍ତୁ ଜାଣିବା...
ଏବେ ଅନଲାଇନ ଠକେଇର ଏବେ ଆଉ ଏକ ନୂଆ ତରିକା ଆପଣାଇଛନ୍ତି ସ୍କାମର୍ । ଏବେ କନଫରେନ୍ସ କଲ୍ ବା କଲ୍ ମର୍ଜ ସ୍କାମ୍ ଲୋକଙ୍କ ପାଇଁ ବଡ଼ କ୍ଷତି ଘଟାଉଛି । ଏନେଇ ସରକାର ଏବଂ ବ୍ୟାଙ୍କ ଲୋକଙ୍କୁ ସତର୍କ କରାଇାକୁ ନିରନ୍ତର ପ୍ରୟାସ କରୁଛନ୍ତି । କିନ୍ତୁ, ଟିକିଏ ଅସାବଧାନତା ନିମିଷକରେ ଆକାଉଣ୍ଟରୁ ଖାଲି କରିଦେବ ଟଙ୍କା । ଠକମାନେ ଫୋନ୍ ବ୍ୟବହାରକାରୀଙ୍କୁ କଲ୍ କରି କଲ୍ ମର୍ଜ କରିଥାନ୍ତି । ଠିକ୍ ଏତିକି ବେଳେ ସେମାନଙ୍କ ଅଜାଣତରେ OTP ପାଇବାକୁ କୁହନ୍ତି । ଆଉ ଥରେ OTP ମିଳିଗଲେ, ଆକାଉଣ୍ଟ ଖାଲି କରିବାକୁ ସେମାନଙ୍କୁ ବେଶି ସମୟ ଲାଗେନି । ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଏବଂ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହାର ସୋସିଆଲ ମିଡିଆ X ଆକାଉଣ୍ଟରେ ବ୍ୟବହାରକାରୀମାନଙ୍କୁ ଏହି ବିପଦ ନେଇ ଲୋକଙ୍କୁ ସତର୍କ କରାଇଛି । ଭୁଲ୍ରେ ବି ଅଜଣା ନମ୍ୱରରୁ କଲ୍ ଆସୁଥିଲେ ଉଠାନ୍ତୁନି । କାରଣ ଏହି ଠକମାନେ ନିଜକୁ ପରିଚିତ ବ୍ୟକ୍ତିର ପରିଚୟ ଦେଇ କଥା ହୁଅନ୍ତି । ପରେ କଲ୍ ମର୍ଜ କରିବାକୁ କୁହନ୍ତି । ଆଉ କଲ୍ ମର୍ଜ କରିବା ମାତ୍ରେ, ଆପଣଙ୍କ କଲ୍ ବ୍ୟାଙ୍କର OTP ଯାଞ୍ଚ କଲ୍ ସହିତ ସଂଯୋଗ ହୋଇଯିବ । ଆପଣଙ୍କ ଫୋନରେ ଆସୁଥିବା OTP ଠକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରେ । ଯାହା ପରେ ଠକ ଖୁବ୍ ସହଜରେ ଆପଣଙ୍କ ବ୍ୟଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବ ।
ତେବେ ଭାରତୀୟ ଜାତୀୟ ପେମେଣ୍ଟ ନିଗମ ଏପରି ଠକେଇ ବିଷୟରେ ଏକ ଚେତାବନୀ ଜାରି କରିଛି ଏବଂ ଏଥିରୁ ରକ୍ଷା ପାଇବା ପାଇଁ କିଛି ପରାମର୍ଶ ଦେଇଛି । ଯଦି ଆପଣ କୌଣସି କାରଣ ବିନା OTP ପାଆନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ । NPCI ଅଜଣା କଲ୍ ମର୍ଜକୁ ନିଷେଧ କରିଛି ଏବଂ NPCI ହେଲ୍ପଲାଇନ୍ ନମ୍ବର 1930ରେ ଏପରି ଠକେଇ କଲ୍ ବିଷୟରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି ।
Scammers are using call merging to trick you into revealing OTPs. Don’t fall for it! Stay alert and protect your money. 🚨💳 Share this post to spread awareness!#UPI #CyberSecurity #FraudPrevention #StaySafe #OnlineFraudAwareness #SecurePayments pic.twitter.com/kZ3TmbyVag
— UPI (@UPI_NPCI) February 14, 2025
- ଅଜଣା କଲ୍ ଆସୁଥିଲେ ଭୁଲ୍ରେ ବି କଲ୍ ମର୍ଜ କରନ୍ତୁନି
- କୌଣସି ଅଜଣା ବ୍ୟକ୍ତିଙ୍କ ସହ ଆପଣଙ୍କ ଫୋନକୁ ଆସୁଥିବା OTP ସେୟାର କରନ୍ତୁନି
- କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା OTP ମାଗନ୍ତି ନାହିଁ, ତେଣୁ ଯଦି କେହି ଏପରି କରନ୍ତି ତେବେ ସତର୍କ ରୁହନ୍ତୁ
- ଯଦି ବିନା କାରଣରେ ଆପଣ କୌଣସି OTP ପାଆନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ
- ତୁରନ୍ତ ରିପୋର୍ଟ ପାଇଁ ବ୍ୟାଙ୍କ କଷ୍ଟମର କେୟାର କିମ୍ବା ୧୯୩୦ ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରନ୍ତୁ