ନୂଆଦିଲ୍ଲୀ, ୨୧/୦୨: ଦେଶରେ ଯେ କୌଣସି ନିର୍ବାଚନ ହେଉ ନା କାହିଁ ପ୍ରଚାରରେ 'ଡବଲ ଇଞ୍ଜିନ' ଶଦ୍ଦ ଟା ଶୁଣିବା ନିଶ୍ଚିନ୍ତ । ଭାରତୀୟ ଜନତା ପାର୍ଟି (ବିଜେପି) ତାର ନିର୍ବାଚନ ପ୍ରଚାରରେ ଏହି ଶଦ୍ଦ ବ୍ୟବହାର କରିଥାଏ । 'ଡବଲ ଇଞ୍ଜିନ' ଶଦ୍ଦକୁ ନିର୍ବାଚନୀ ପ୍ରଚାରରେ ପ୍ରମୁଖ ଅସ୍ତ୍ର କରିଥିଲା ବିଜେପି । ଡବଲ ଇଞ୍ଜିନ୍ ସରକାର ଚର୍ଚ୍ଚା ଭିତରେ ଏବେ ବିରୋଧୀ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ 'ଟୁ ଏମପି ଥିଓରୀ'କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଇବରେଲି ପାଇଁ ଡବଲ ଇଞ୍ଜିନ ଏମପି ଥିଓରୀ କଥା କହିଛନ୍ତି ରାହୁଲ । ଏକ କାର୍ଯ୍ୟକ୍ରମରୁ ସମ୍ବୋଧନ କରି ରାହୁଲ କହିଛନ୍ତି ଦେଶରେ ରାଇବରେଲି ବୋଧେ ଗୋଟିଏ ମାତ୍ର ସଂସଦୀୟ କ୍ଷେତ୍ର ଯେଉଁଠି ଦୁଇଜଣ ସାଂସଦ ରହିଛନ୍ତି । ଜଣେ ମୁଁ ଆଉ ଜଣେ ପ୍ରିୟଙ୍କା ।
ପ୍ରଥମ ଥର ପାଇଁ ଡବଲ ଇଞ୍ଜିନର ସରକାର ନୁହେଁ ବରଂ ସାସଂଦଙ୍କ ପାଇଁ ଉପଯୋଗ ହୋଇଛି । ଉତ୍ତରପ୍ରଦେଶର ରାଇବରେଲିର ଉଞ୍ଚାହାରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାହୁଲ 'ଟୁ ଏମପି ଥିଓରୀ' ଦେଇ କହିଛନ୍ତି, '' ରାଇବରେଲି ସହ ଗାନ୍ଧୀ ପରିବାରର ସମ୍ପର୍କ ରହିଛି । ବୋଧେ ଦେଶରେ ରାଇବରେଲି ଏମିତି ଏକ ସଂସଦୀୟ ନିର୍ବାଚନ କ୍ଷେତ୍ର ଯେଉଁଠି ଦୁଇଜଣ ସାଂସଦ ଅଛନ୍ତି । ଜଣେ ମୁଁ ଆଉ ଅନ୍ୟ ଜଣେ ପ୍ରିୟଙ୍କା । ତୁମେ ତାଙ୍କୁ ମଧ୍ୟ ଏଠାକୁ ଡାକିବା ଉଚିତ୍ । ଆପଣଙ୍କର ଯାହା ସମସ୍ୟା ଅଛି ମୋତେ କୁହନ୍ତୁ କଣ କରାଯିବା ଆବଶ୍ୟକ, ମୁଁ ତାହା କରିବାକୁ ସବୁବେଳେ ପ୍ରସ୍ତୁତ । ରାଇବରେଲି ସହ କେବଳ ରାଜନୈତିକ ନୁହେଁ ପାରିବାରିକ ସମ୍ପର୍କ ରହିଛି ।
ରାହୁଲ ଗାନ୍ଧୀଙ୍କ 'ଟୁ ଏମପି ଥିଓରୀ' ପ୍ରତିକ୍ରିୟା ଦେଇଛନ୍ତି ସାସଂଦ ପ୍ରିୟଙ୍କା ଗାନ୍ଧୀ । ରାହୁଲଙ୍କ ଦୁଇ ସାଂସଦ ତତ୍ତ୍ବକୁ ସମର୍ଥନ କରି ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି, ରାଇବରେଲୀ ଆମର ପରିବାର ଏବଂ ଆମେ ପରିବରାର ସବୁ ନିର୍ଦ୍ଦେଶ ପାଳନ କରିବୁ ।
ଅଧିକ ପଢନ୍ତୁ...ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ମାମଲା , କେନ୍ଦ୍ରକୁ ହାଇକୋର୍ଟଙ୍କ ନୋଟିସ୍
ବାସ୍ତବରେ ରାଇବରେଲି ସହ ଗାନ୍ଧୀ ପରିବାର ସମ୍ପର୍କ ରହିଛି । ୨୦୧୯ରେ ସାଧାରଣ ନିର୍ବାଚନରେ ରାଇବରେଲି ଆସନରୁ ସୋନିଆ ଗାନ୍ଧୀ ସାଂସଦ ଥିଲେ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାଇନାଡା ଆସନ ସହ ରାଇବରେଲିରୁ ପ୍ରତିନ୍ଦନ୍ଦ୍ବିତା କରିଥିଲେ । ଉଭୟ ଆସନକୁ ରାହୁଲ ଜିତିଥିଲେ ମାତ୍ର ପରେ ୱାଇନାଡା ଆସନ ଛା଼ଡି ଦେଇଥିଲେ । ପରେ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ସାଂସଦ ନିର୍ବାଚିତ ହୋଇଥିଲେ ।