ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

SOUL ଲିଡରସିପ୍ କନକ୍ଲେଭ କଣ ? ସାମିଲ ହେଲେ ଭୁଟାନ୍ ପିଏମ୍, ଜାଣନ୍ତୁ କଣ କହିଲେ ମୋଦି

Published By : Ankita S | February 21, 2025 2:47 PM

ନୂଆଦିଲ୍ଲୀ,୨୧/୦୨: ଭାରତ ମଣ୍ଡପମରେ SOULଲିଡରସିପ୍ କନକ୍ଲେଭ ଅନୁଷ୍ଠିତ ହୋଇଛି । ଏହି କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନକ୍ଲେଭରେ ସାମିଲ ହୋଇଛନ୍ତି ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଂ ତୋବ୍‌ଗେ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପିଏମ ମୋଦି ମୋର ବଡ ଭାଇ ମୋ ମେଣ୍ଟର ବୋଲି କହିଛନ୍ତି ଭୁଟାନ୍ ପିଏମ୍ ।

SOULଲିଡରସିପ୍ କନକ୍ଲେଭକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଦ ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ୍ ଏମିତି ଏକ ଲିଡର ପ୍ରସ୍ତୁତ କରିଥାଏ ଯିଏ ଦେଶ ନୁହେଁ ବରଂ ଦୁନିଆର ସବୁ ସଂସ୍ଥାନର ସବୁ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥାଏ ଦକ୍ଷତାର ପ୍ରମାଣ ଦେଇଥାଏ । ଆଜି ଭାରତକୁ ଗ୍ଲୋବାଲ ପାୱାରହାଉସ ରୂପରେ ଦେଖିବାକୁ ମିଳିଛି ।  ସବୁ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି । ୱାର୍ଲ୍ଡ କ୍ଲାସ ଲିଡରଙ୍କୁ ଇଣ୍ଟରନ୍ୟାସନାଲ ଲିଡରସିପ ଆବଶ୍ୟକତା ରହିଛି । ଆମକୁ ଏମିତି ଲିଡର ପ୍ରସ୍ତୁତ କରିବାକୁ ହେବ ଯିଏ ଟ୍ରେଣ୍ଡ ନୁହେଁ ଟ୍ରେଣ୍ଟ ସେଟ୍ କରିବାକୁ କାମ କରିବେ । ବିବେକାନନ୍ଦଙ୍କ ନେତୃତ୍ବକୁ ନେଇ ଆଗକୁ ବଢିବାକୁ ହେବ । ଦେଶର ବିକାଶ ପାଇଁ ମାନବ ସମ୍ବଳ ଆବଶ୍ୟକ । ଲିଡରସିପ୍ ଭବିଷ୍ୟତରେ ବିକଶିତ ଭାରତ ନିର୍ମାଣ ପାଇଁ ଜରୁରୀ । ବିକଶିତ ଭାରତ ପାଇଁ ସୋଲର ଆବଶ୍ୟକତା ରହିଛି । ଏକ ଦକ୍ଷ ନେତୃତ୍ବ ଦରକାର ।

ପିଏମ ମୋଦି ମୋ ବଡ ଭାଇ ମୋ ମେଣ୍ଟର- କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଭୁଟନା ପିଏମ  ଶେରିଂ ତୋବ୍‌ଗେ କହିଛନ୍ତି, ପିଏମ ମୋଦି ମୋର ବଡ ଭାଇ ମୋ ମେଣ୍ଟର । ଯେବେ ଯେବେ ତାଙ୍କୁ ଭେଟିବାର ସୁଯୋଗ ପାଇଛି ମୋତେ ଖୁସି ମିଳେ । ତାଙ୍କର ଲୋକସେବା ମୋତେ ପ୍ରେରଣା ଦେଇଛି । 'ଦ ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ୍ ' ମହାନ ଭାରତୀୟ ଗଣରାଜ୍ୟର ସେବା କରିବା ପାଇଁ ନେତାମାନଙ୍କୁ ସଶକ୍ତ କରିବା ପ୍ରତି ତାଙ୍କ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ । SOULର ପରିକଳ୍ପନା ଏମିତି ଏକ ଲିଡରସିପ ପ୍ରସ୍ତୁତ କରିବା ଯାହା ପାରମ୍ପରିକ ମଡେଲଠୁ ଅଲଗା । ନେତୃତ୍ବ ବାବଦରେ ମୋର କୌଣସି ଶିକ୍ଷା ନାହିଁ । ମୁଁ ଏଠାକୁ ଜଣେ ଛାତ୍ର ହିସାବରେ ଆସିଛି । ଏଠାରେ ବିଶ୍ବର ମହାନ ନେତା ପିଏମ ମୋଦିଙ୍କଠୁ ନେତୃତ୍ବ ବାବଦରେ ଶିଖିବାକୁ ମିଳିଥିବାରୁ ବହୁତ ଖୁସି ଅନୁଭବ  କରୁଛି । ଆପଣଙ୍କ ମଧ୍ୟରେ ମୁଁ ମୋର ବଡ ଭାଇ ଛବି ଦେଖିଛି ଯିଏକି ମୋତେ ସବୁବେଳେ ମାର୍ଗଦର୍ଶକ କରିଛନ୍ତି । ଲିଡରସିପ କେବଳ ପୋଜିସନ ନୁହେଁ ଏହା ଏକ ଭିଜନ ଟ୍ରାନ୍ସଫରନେସନ ।

ଅଧିକ ପଢନ୍ତୁ...ଧାରା ୪୯୮ଏ କଣ ? ଯୌତୁକ ମାଗି ନଥିଲେ ବି ଲାଗିବ ଏହି ଦଫା, ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.