ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବସ୍-ଟ୍ରକ ମୁହାଁମୁହିଁ ଧକ୍କା; ୭ମୃତ,ଏକାଧିକ ଆହତ

Published By : prameya | February 21, 2025 2:23 PM

ନୂଆଦିଲ୍ଲୀ,୨୧/୦୨:  ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏକାଧିକ ଆହତ ହୋଇଥିବା ଜଣାପଡିଛି । ତେବେ ଘଟଣାଟି ଗୁଜୁରାଟ କଚ୍ଛ ଅଞ୍ଚଳର  କେରା ମୁଦ୍ରା ରୋଡ଼ରେ ହୋଇଥିବା ସୂଚନା ମିଳିଛି । 

ଏହା ମଧ୍ୟ ପଢନ୍ତୁ-  ଧାରା ୪୯୮ଏ କଣ ? ଯୌତୁକ ମାଗି ନଥିଲେ ବି ଲାଗିବ ଏହି ଦଫା, ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

ତେବେ ସୂଚନା ମୁତାବକ, ବସରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ହେଲେ କଚ୍ଛର କେରା ମୁଦ୍ରା ରୋଡ଼ ଦେଇ ବସଟି ଯାଉଥିବା ସମୟରେ ଟ୍ରକ ସହ ଧକ୍କା ହୋଇଥିଲା । ଯେଉଁଥିରେ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।  ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ପୂରା ଭାଙ୍ଗି ଚୁରମାର ହୋଇଯାଇଛି। ତେବେ ଏହି ଘଟଣା ପରେ ଘଟଣାସ୍ଥଳର ଫଟୋ ସାମ୍ନାକୁ ଆସିଛି  । ଯେଉଁଥିରେ ମୃତଦେହ ସଡ଼ର ଉପରେ ପଡିକିବାର ଦେଖିବାକୁ ମିଳୁଛି ।  ସେପଟେ ଏହି ଘଟଣାକୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, 'ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଘଟଣାରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି  । ସେହିପରି ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.