ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଧାରା ୪୯୮ଏ କଣ ? ଯୌତୁକ ମାଗି ନଥିଲେ ବି ଲାଗିବ ଏହି ଦଫା, ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

Published By : Ankita S | February 21, 2025 2:02 PM

ନୂଆଦିଲ୍ଲୀ,୨୧/୦୨: ଧାରା ୪୯୮ଏ କଣ ? କେଉଁ ଅପରାଧରେ ଏହା ଲାଗୁ ହୁଏ । ପାରିବାରିକ ହିଂସା ଓ ଯୌତୁକ ଜନିତ ମାମଲାରେ ଏହି ଧାରା କିପରି ଲାଗୁ ହୁଏ ତମାମ ବିଷୟକୁ ନେଇ କଣ କହିଲେ ସୁପ୍ରିମକୋର୍ଟ  ?  ଗୋଟିଏ ମାମଲାର ଶୁଣାଣି କରି ଧାରା ୪୯୮ଏକୁ ବିଶ୍ଳେଶଣ କରି ରାୟ ଦେଲେ ସର୍ବୋଚ୍ଚ ନ୍ୟାୟଳୟ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।

ଯଦି କୌଣସି ମହିଳାଙ୍କ ସ୍ବାମୀ ଏବଂ ଶାଶୂଘର ଲୋକ ଯୌତୁକ ମାଗନ୍ତି ନାହିଁ ମାତ୍ର ତାଙ୍କୁ ଅତ୍ୟାଚାର କରନ୍ତି କିମ୍ବା ସହ ହିଂସାତ୍ମକ ଆଚରଣ କରନ୍ତି ତେବେ ତାଙ୍କ ଉପରେ ସେକ୍ସନ ୪୯୮ଏ ଆଧାରରେ ଆକ୍ସନ ନିଆଯିବ । ସାଧାରଣତଃ ଧାରଣା ରହିଛି କି ମହିଳାଙ୍କୁ ଯୌତୁକ ଜନିତ ମାମଲା ସୁରକ୍ଷା ଦେବାକୁ ଚେଷ୍ଟା କରାଯାଏ ।  ଅନେକ ଭାବନ୍ତି ୪୯୮ଏ କେବେଳ ଯୌତୁକ ମାଗିଲେ ଧାରା ଲାଗୁ ହୁଏ । କିନ୍ତୁ ଏବେ ଆଉ ଯୌତୁକ ଦାବି କରିନାହୁଁ ବାହାନି କରି ଖସି ଯାଇପାରିବେ ନାହିଁ ଦୋଷୀ ।

ଯୌତୁକ ମାଗି ନଥିବେ ବି ମହିଳାଙ୍କ ସ୍ବାମୀ ଓ ପରିବାରଙ୍କ ଉପରେ ଏହି ୪୯୮ଏ ଧାରା ଲାଗୁ ହେବ । ଗୋଟିଏ ମାମଲା ଶୁଣାଣି କରି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇ କହିଛନ୍ତି, ସେକ୍ସନ ୪୯୮ଏର ଉଦ୍ଦେଶ୍ୟ ମହିଳାଙ୍କୁ ଘରୋଇ ହିଂସା ଓ ଅତ୍ୟାଚାରରୁ ବଞ୍ଚେଇବା । କେବେଳ ଯୌତୁକ ମାଗିବା ନୁହେଁ ଯଦି କୌଣସି ମହିଳାଙ୍କ ସ୍ବାମୀ କିମ୍ବା ତାଙ୍କ ଶାଶୂଘର ଲୋକ ଯୌତୁକ ମାଗି ନାହାନ୍ତି କିନ୍ତୁ ତାଙ୍କ ଉପରେ ଅତ୍ୟାଚାର କରିଛନ୍ତି ତାଙ୍କ ଉପରେ ଧାରା ୪୯୮ଏ  ଲାଗୁ ହେବ ।

ଅଧିକ ପଢନ୍ତୁ...ଦ୍ୱିତୀୟ ବିବାହରେ ଛାଡ଼ପତ୍ର ହେଲେ ପତ୍ନୀଙ୍କୁ ମିଳିବ କି ଭରଣପୋଷଣ ? ଜାଣନ୍ତୁ କ'ଣ କହିଲେ ସୁପ୍ରିମକୋର୍ଟ

ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ ପ୍ରସନ୍ନ ବି. ବାରାଲେଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି ସେକ୍ସନ ୪୯୮ଏର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରୃରତାରୁ ପୀଡିତାଙ୍କୁ ବଞ୍ଚାଇବା । ଏହା କେବଳ ଯୌତୁକ ଉତପୀଡନ ମାମଲାରେ ନୁହେଁ । ଯଦି ଶାଶୁଘର ଲୋକ ଯୌତୁକ ଦାବି କରୁନାହାନ୍ତି ମାତ୍ର ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ତେବେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ । ଏହି ଆକ୍ସନ ଆଧାରରେ କ୍ରୁରତାର ପରିଭାଷା ସ୍ଥିର କରିବାକୁ ଯୌତୁକ ଦାବି କରିବା ଜରୁରୀ ନୁହେଁ । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଏହା କହିଛନ୍ତି ସୁପ୍ରିମକୋର୍ଟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.