ନୂଆଦିଲ୍ଲୀ: ବାଇକ ଲଭରଙ୍କ ପାଇଁ ଖୁସି ଖବର। ଏଚଏମଏସଆଇ(ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟରର୍ସ ଲିମିଟେଡ) ଭାରତରେ ଏକ ନୂଆ ମଡେଲର ଗାଡି ଲଞ୍ଚ କରିଛି। ଏହି ମଡେଲର ନାଁ ହୋଣ୍ଡା ହର୍ଣ୍ଟେଟ୍ 2.0 ହୋଇଥିବା ବେଳେ ଏହା ଓବିଡି2ବି ଇଞ୍ଜିନରେ ଉପଲବ୍ଧ ହେଉଛି। ଏହି ବାଇକର ଏକ୍ସ-ସୋରୁମ ମୁଲ୍ୟ ୧.୫୭ ଲକ୍ଷ ଟଙ୍କା ରହିଛି। ଏହ ବାଇକ ହୋଣ୍ଡାର ବିଗୱିଙ୍ଗ ଓ ରେଡୱିଙ୍ଗ ଡିଲରସିପ ମାନଙ୍କରେ ଉପଲବ୍ଧ ରହିଛି। ତେବେ ସବୁଠୁ ବଡ କଥା ହେଉଛି ହର୍ଣ୍ଣେଟ୍ 2.0 ବିଭିନ୍ନ ଟେକ୍ ଅପଗ୍ରଡ, ଆରାମଦାୟକ ସିଟ ଓ ଏଗ୍ରେସିଭ୍ ଲୁକରେ ଦେଖିବାକୁ ମିଳିଛି।
ନିଜ ଗ୍ରାହକ ମାନଙ୍କ ଆରାମଦାୟକ ଓ ସୁରକ୍ଷିତ ଯାତ୍ରା ପାଇଁ ହୋଣ୍ଡା ଏହି ଗାଡିରେ ଅନେକ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଦାନ କରିଛି। ଏହି ଗାଡିରେ ଫ୍ରଣ୍ଟ ଏବିଏସ, ୧୪୦ଏମଏମର ୱାଇଡ ରେଅର ଟାୟାର, ହଜାର୍ଡ ସୁଇଚ, ଡୁଆଲ ପେଟାଲ ଡିସ୍କ ବ୍ରେକ, ଇଞ୍ଜିନ ବନ୍ଦ ସୁଇଚ୍ ସହ ଏଗ୍ରେସିଭ ଟ୍ୟାଙ୍କ ଡିଜାଇନ ଉପଲବ୍ଧ ରହିଛି। ହର୍ଣ୍ଣେଟ 2.0 ଗାଡି ମେଟ ମାର୍ବଲ ବ୍ଲୁ ମେଟାଲିକ, ପର୍ଲ ଇଗ୍ନେଓସ ବ୍ଲାକ, ମେଟ ସଂଗ୍ରିଆ ରେଡ ମେଟାଲିକ ଓ ମେଟ ଆକ୍ସିସ ଗ୍ରେ ମେଟାଲିକ ଭଳି ଚାରୋଟି ରଙ୍ଗରେ ଉପଲବ୍ଧ ହେଉଛି।
୨୦୨୫ର ହୋଣ୍ଡା ହର୍ଣ୍ଣେଟ 2.0ରେ ୧୮୪.୪୦ ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ୮,୫୦୦ ଆରପିଏମରେ ୧୬.୭୬ ବିଏଚପି ଓ ୬୦୦୦ ଆରପିଏମରେ ୧୫.୯ ନିଉଟନ ମିଟରର ପିକ ଟର୍କ ସୃଷ୍ଟି କରିଥାଏ। ଗାଡିରେ ରହିଥିବା ଇଞ୍ଜିନଟି ଏକ ଫୋର ଷ୍ଟ୍ରୋକ ଏସଆଇ ଇଞ୍ଜିନ ହୋଇଥିବା ବେଳେ ଏଥିରେ ପିଜିଏସ-ଏଫଆଇ ଫ୍ୟୁଲ ସିଷ୍ଟମ ରହିଛି। ଇଞ୍ଜିନରେ ୫ ସ୍ପିଡ ଟ୍ରାନ୍ସମିଶନ ସହିତ ମଲ୍ଟି ପ୍ଲେଟ ୱେଟ କ୍ଲଚ ସିଷ୍ଟମ ରହିଛି। ବାଇକରେ ସେଲ୍ଫ-ଷ୍ଟାର୍ଟ ଟେକ୍ନୋଲୋଜି ରହିଥିବା ବେଳେ ବାଇକର ସ୍ଥିରତା ଓ ସ୍ଥାୟିତ୍ୱ ପାଇଁ ଏତିରେ ଡାଇମଣ୍ଡ ଟାଇପର ଫ୍ରେମର ବ୍ୟବହାର କରାଯାଇଛି।
ହୋଣ୍ଡା 2.0ରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ରହିଛି। ଏହି ଗାଡିରେ ଏକ ୪.୨ ଇଞ୍ଚର ଫୁଲଲି ଡି଼ଜିଟାଲ ଟିଏଫଟି ଡିସପ୍ଲେ ସହ ବ୍ଲୁଟଥ କନେକ୍ସନ ଓ ଫାଇଫ ଲେବଲର ଇଲୁମିନେସନ କଣ୍ଟ୍ରୋଲ ପ୍ରଦାନ କରାଯାଇଛି। ଗାଡି ଚାଳନାକୁ ଅଧିକ ସରଳ କରିବାକୁ ଏଥିରେ ଏକାଧିକ ଇଣ୍ଡିକେଟରର ଅପସନ ରହିଛି। ଏହା ସହ ଗାଡିରେ ଗୋଲ୍ଡେନ ଅପସାଇଡ ଡାଉନ ୟୁଏସଡି ଫ୍ରଣ୍ଟ ଫୋର୍କ ସସପେନସନ ସହ ମୋନୋ-ସକ ରେଅର ସସପେନସନ ଓ ଆଶିଷ୍ଟ ସ୍ଲିପର କ୍ଲଚ ପ୍ରଦାନ କରାଯାଇଛି।
ହର୍ଣ୍ଣେଟ୍ 2.0 ଏକ ସ୍ପୋର୍ଟି ଓ ଏଗ୍ରେସିଭ ଡିଜାଇନ ସହ ମସ୍କୁଲାର ବଡିରେ ନଜର ଆସୁଛି। ଯାହା ବର୍ତ୍ତମାନ ପିଢିର ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି। ଏହା ସହ ଏଲଇଡି ହେଡଲ୍ୟାମ୍ପ, ଟେଲଲ୍ୟାମ୍ପ ଓ ୱିଙ୍କର ମଧ୍ୟ ରହିଛି। ଏହି ମୋଟରସାଇକେଲରେ ସୁପରିଅର ଏରୋଡାଇନାମିକ ଡିଜାଇନ ସହ ଷ୍ଟ୍ରେସ-ଫ୍ରି ରାଇଡିଙ୍ଗ ପୋଶ୍ଚର ପ୍ରଦାନ କାରଯାଇଛି ବୋଲି ହୋଣ୍ଡା ଟୁ ହୁଇଲରର ଭାରତ ମୁଖ୍ୟ କହିଛନ୍ତି। ଏହା ସହ ଏହି ବାଇକ ୩+୭ ବର୍ଷର ୱାରେଣ୍ଟି ସହ ଉପଲବ୍ଧ ବୋଲି ହୋଣ୍ଡା ଘୋଷଣା କରିଛି।
ଏହି ବାଇକର ଦୈର୍ଘ୍ୟ ୨୦୩୪ ଏମଏମ ହୋଇଥିବା ବେଳେ ପ୍ରସ୍ଥ ୭୮୩ ଏମଏମ ଓ ଉଚ୍ଚତା ୧୦୬୪ ଏମଏମ ରହିଛି। ଏହାର ହୁଇଲବେସ ୧୩୫୫ଏମଏମ ହୋଇଥିବା ବେଳେ ଏହାର ଗ୍ରାଉଣ୍ଡ କ୍ଲିଅରାନ୍ସ ୧୬୭ ଏମଏମ ରହିଛି। ଏକ ଆରାମଦାୟକ ଲମ୍ବା ଯାତ୍ରା ପାଇଁ ଏହି ବାଇକର ସିଟର ଦୈର୍ଘ୍ୟ ୫୯୦ ଏମଏମ ରଖାଯାଇଛି। ବାଇକର ମୋଟ ଓଜନ ୧୪୨ କିଲୋଗ୍ରାମ ହୋଇଥିବା ବେଳେ ଏହା ୧୨ ଲିଟର କ୍ଷମତା ବିଶିଷ୍ଟ ଇନ୍ଧନ ଟାଙ୍କି ସହ ଉପଲବ୍ଧ ହେଉଛି।