ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସିଗାରେଟ୍‌-ତମାଖୁରେ ଲାଗିପାରେ ୪୦% ଜିଏସ୍‌ଟି, ତର୍ଜମା କରୁଛନ୍ତି କେନ୍ଦ୍ର ସରକାର

Published By : Prameya | February 23, 2025 1:42 PM

ନୂଆଦିଲ୍ଲୀ,୨୩/୦୨: କେନ୍ଦ୍ର ସରକାର ସିଗାରେଟ୍‌ ଏବଂ ତମାଖୁ ଭଳି ଅବଗୁଣକାରୀ ସାମଗ୍ରୀ ଉପରେ ସାମଗ୍ରୀ ଓ ସେବା ଟିକସ  (ଜିଏସ୍‌ଟି) ବଢ଼ାଇବା ନେଇ ବିଚାର  କରୁଛନ୍ତି । ଏବେ ଏହି ସାମଗ୍ରୀ ଗୁଡ଼ିକ ଉପରେ  ୨୮% ଜିଏସ୍‌ଟି ଲାଗୁଛି । ଏହାକୁ ୪୦%କୁ ବଢ଼ାଯାଇପାରେ । ତେବେ କ୍ଷତିପୂରଣ ସେସ୍‌  ଏବଂ ଅନ୍ୟ ଟିକସ ମିଶାଇଲେ ଏହି ସାମଗ୍ରୀ  ଗୁଡିକ ଉପରେ ଟିକସ ୫୩% ଯାଏ ବୃଦ୍ଧି ହେବାର  ଢ଼େର ସମ୍ଭାବନା ରହିଛି । ଆଗକୁ କ୍ଷତିପୂରଣ ସେସ୍‌ ହଟିଲେ ମଧ୍ୟ ତମାଖୁ ଜାତୀୟ ସାମଗ୍ରୀରୁ ମିଳୁଥିବା ଟିକସ ଅଂଶ ଯେଭଳି ନ ହ୍ରାସ ହୁଏ  ତାକୁ ଧ୍ୟାନରେ ରଖି ସରକାରଏଭଳି ନିଷ୍ପତ୍ତି  ନେଇ ପାରନ୍ତି ବୋଲି କୁହାଯାଉଛି ।  

୨୦୨୬ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଛି  କ୍ଷତିପୂରଣ ସେସ୍‌ । ଏହି ସେସ୍‌ ବଦଳରେ  ଅନ୍ୟ କୌଣସି ଟିକସ ଆଣିବାକୁ ଚାହୁଁନାହାନ୍ତି  ସରକାର । ୨୦୨୬ ମାର୍ଚ୍ଚ ପରେ କ୍ଷତିପୂରଣ  ସେସ୍‌ର ଭବିଷ୍ୟତ କଣ ହେବ ସେ ନେଇ ଏକ  ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ବିଚାର କରୁଛି । ରିପୋର୍ଟ  ଦେବା ପୂର୍ବରୁ କମିଟି ଏହାର ବିକଳ୍ପ କଣ ହେବ  ସେ ନେଇ ମଧ୍ୟ ବିଚାର କରିବ । ଏ ନେଇ ଚୂଡାନ୍ତ  ନିଷ୍ପତ୍ତି ଜିଏସ୍‌ଟି ପରିଷଦ ଗ୍ରହଣ କରିବ ବୋଲି  ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.