ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ରାୟଗଡା ଗୋପବନ୍ଧୁ ହାଇସ୍କୁଲ ରାଜ୍ୟ ଚାମ୍ପିୟନସିପ୍ ପ୍ରୋଗ୍ରାମ ଉଦଯାପିତ; ଧରପଗଡ଼ ଛାତ୍ରୀଛାତ୍ରୀଙ୍କୁ ସ୍ୱର୍ଣ ପଦକ ଓ ରୌପ୍ୟ ପଦକ ହାସଲ

Published By : Bijay Swain | May 13, 2025 7:47 PM

ସଇଁତଳା (ଆପ୍ର): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ହାଇସ୍କୁଲର ଛାତ୍ରଛାତ୍ରୀ ୯ ରୁ ୧୧ ତାରିଖ ଯାଏ ରାୟଗଡା ଗୋପବନ୍ଧୁ ବିଦ୍ୟାଳୟରେ ଚାଲିଥିବା ରାଜ୍ୟ ଥାଙ୍ଗ-ଟା, ମୁଇଥାଇ(ଥାଇ ବକ୍ସସିଙ୍ଗ) ଓ ବ୍ୟାୟାମ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଧରବଗଡ ହାଇସ୍କୁଲର ଛଅ ଜଣ ଛାତ୍ରଛାତ୍ରୀ ଓ ଆର୍ଟସ ଟେମ୍ପଲ ମାର୍ଟିଏଲସ ଆର୍ଟସ ଏକାଡେମୀର ତିନି ଜଣ ଛାତ୍ର ଏଥିରେ ଭାଗ ନେଇ ୨୪ଟି ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି। 

ସୂଚନା ଅନୁସାରେ ସୁବ୍ରାଂଶୁ ହେର୍ଣ୍ଣା ୨ଟି ସ୍ଵର୍ଣ, ୧ଟି ରୌପ୍ୟ ଲେଖାରାମ ମାଝୀ ୩ଟି ସ୍ବର୍ଣ୍ଣ, ୟଶରାଜ ପ୍ରଧାନ ୩ଟି ସ୍ବର୍ଣ୍ଣ, ଯୁବରାଜ ଜାଲ ୩ଟି ସ୍ବର୍ଣ୍ଣ, ଟିକେଶ୍ବରୀ ପାତ୍ର ୨ଟି ସ୍ବର୍ଣ୍ଣ ଓ ୧ରୌପ୍ୟ, ବିପଷା ମାଝୀ ୩ଟି ସ୍ବର୍ଣ୍ଣ ହାସଲ କରିଛନ୍ତି। ଅନ୍ୟପଟେ ଆର୍ଟସ ଟେମ୍ପଲ ମର୍ସଲ ଆର୍ଟସ ଏକାଡେମୀର ଶ୍ରୀୟାଂଶ ପଣ୍ଡା ୩ଟି ସ୍ବର୍ଣ୍ଣ, ପ୍ରଭୁଦତ୍ତ ମହାନ୍ତି ୩ଟି ସ୍ବର୍ଣ୍ଣ ପଦକ ହସଲ କରି ଧରାବଗଡ ହାଇସ୍କୁଲ ଓ   ଗାଁ  ତଥା ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। 

ଏହି ପ୍ରତିଯୋଗୀତା ଭାଗ ନେଇଥିବା ଛାତ୍ରଛାତ୍ରୀ ଆସନ୍ତା ଜୁନରେ ହରିୟାଣାରେ ହେବାକୁ ଥିବା ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ପ୍ରତିଯୋଗୀମାନେ ଧରାବଗଡ ହାଇସ୍କୁଲରେ ଥିବା ଖେଳ ଶିକ୍ଷକ ଚନ୍ଦ୍ରଶେଖର ବହୁକଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ। ସେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ବର୍ଣ୍ଣ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ଧରପଗଡ଼ ହାଇସ୍କୁଲରୁ ଆଠଟି ଛାତ୍ର ଓ ଛାତ୍ରୀ SGFI ଜାତୀୟସ୍ତରରେ ଅଂଶଗ୍ରହଣ କରିଥିଲେ।

ଧରବଗଡର ସରପଞ୍ଚ ଶ୍ରୀମତି ଗୀତାଞ୍ଜଳୀ ପଣ୍ଡା ଏବଂ ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟ ନାରାୟଣ ପଣ୍ଡା ଏବଂ ଗ୍ରାମବାସୀ ମିଶି ସମସ୍ତ ଖୋଳତାଳ ସହ ମେଧାବୀ ମାନଙ୍କୁ ଗାଁ ବସ୍ତିରେ ବାଜା ବଜେଇ ସ୍ୱାଗତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.