ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ବନୀକରଣ ଯୋଜନାରେ ୭୯.୫୪ ଲକ୍ଷ ଟଙ୍କା ଆତ୍ମସାତ, ୪ ବନ ଅଧିକାରୀ ଗିରଫ

Published By : Prameya | May 13, 2025 9:06 PM

ଭବାନୀପାଟଣା,୧୩।୫: କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ଅଞ୍ଚଳରେ ବନୀକରଣ ଯୋଜନାରେ  ସରକାରୀ ପାଣ୍ଠି ଆତ୍ମସାତ   କରିଥିବା ଅଭିଯୋଗରେ ଚାରି ଜଣ ବନ ଅଧିକାରୀଙ୍କୁ ଭିଜିଲାନ୍ସ  ଗିରଫ କରିଛି। ଗିରଫ ୪ ବନ ଅଧିକାରୀ ହେଲେ ଇନଚାର୍ଜ ଜୟପାଟଣା ରେଞ୍ଜ ଡେପୁଟି ରେଞ୍ଜର ସୈରେନ୍ଦ୍ରୀ ବାଗ୍, ଫରେଷ୍ଟର  ଉମେଶ ରାଉତ, ଦେବରାଜ ସୁନାନି, ଅଶୋକ କୁମାର ସାହୁ।

ଦକ୍ଷିଣ ବନ ବିଭାଗର କଳାହାଣ୍ଡିର ଜୟପାଟଣା ରେଞ୍ଜରେ "ପ୍ରତିପୂରକ ବନୀକରଣ ଯୋଜନା" ଅଧୀନରେ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟବହାର ସମ୍ପର୍କରେ ଭିଜିଲାନ୍ସ ସୂଚନା ପାଇଥିଲା। ଯୋଜନା ଅଧୀନରେ ବୃକ୍ଷରୋପଣ ଯାଞ୍ଚ ପାଇଁ  ଭିଜିଲାନ୍ସର ୨୫ ଜଣ ଅଧିକାରୀଙ୍କୁ ନେଇ ୪ଟି ଦଳ ଗଠିତ ହୋଇଥିଲା। ବୃକ୍ଷରୋପଣ ପାଣ୍ଠିକୁ ଅନେକ ମିଛ ଶ୍ରମ ଆକାଉଣ୍ଟକୁ ପଠାଯାଇ ଅର୍ଥର ଅପବ୍ୟବହାର କରାଯାଇଥିବା ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ମିଳିଥିଲା। ସୈରେନ୍ଦ୍ରୀ ବାଗ୍ ଡେପୁଟି ରେଞ୍ଜର ଇନଚାର୍ଜ ଜୟପାଟଣା ରେଞ୍ଜ,  ଉମେଶ ରାଉତ ଫରେଷ୍ଟର, ଦେବରାଜ ସୁନାନି ଫରେଷ୍ଟର, ଅଶୋକ କୁମାର ସାହୁ ଫରେଷ୍ଟର,ଲଳିତ ନାୟକ ଫରେଷ୍ଟର ଗାର୍ଡ ଜୟପାଟଣା ରେଞ୍ଜ, ୨୦୨୩-୨୪ ଆର୍ଥିକ ବର୍ଷରେ ବୃକ୍ଷରୋପଣ କାର୍ଯ୍ୟରେ ଚାରା ରୋପଣ ନକରି ଏବଂ ରେକର୍ଡ ଜାଲିଆତି କରି ୭୯,୫୪,୬୩୫/- ଟଙ୍କା ଆତ୍ମସାତ କରିଛନ୍ତି। କୋରାପୁଟ ଭିଜିଲାନ୍ସ ଉକ୍ତ ପାଞ୍ଚ ଜଣ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଚାରି ବନ ଅଧିକାରୀଙ୍କୁ   ଗିରଫ କରିବା ସହ ଘଟଣାର  ଅଧିକ ତଦନ୍ତ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.