ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଏମଭି ନମ୍ବର ଗାଁର ନାମ ପରିବର୍ତନ ଓ ରାଜସ୍ୱ ଗ୍ରାମ ର ମାନ୍ୟତା ପ୍ରସ୍ତାପକୁ ପଞ୍ଚାୟତ ଗ୍ରାମସଭାରେ ଘୋର ବିରୋଧ; କାଟ ଖାଇଲା ପ୍ରସ୍ତାପ

Published By : Bijay Swain | May 13, 2025 8:14 PM

ମାଲକାନଗିରି, ୧୩/୫ (ଆପ୍ର ): ମାଲକାନଗିରି ଜିଲ୍ଲାରେ ଥିବା ଏମଭି ଗାଁର ନାମ ପରିବର୍ତନ ଓ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରସ୍ତାପକୁ ପଞ୍ଚାୟତ ଗ୍ରାମସଭାରେ ୧୪ଟି ଆଦିବାସୀସମାଜ ପକ୍ଷରୁ ଘୋର ବିରୋଧ କରାଯାଇଛି। ଯାହାଫଳରେ କି ଗ୍ରାମସଭାରେ ଉକ୍ତ ପ୍ରସ୍ତାପ କାଏମ ନ ହୋଇ କାଟ ଖାଇଛି। ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ପଞ୍ଚାୟତରେ ଆଜି ଥିଲା ସ୍ୱତନ୍ତ୍ର ଗ୍ରାମସଭା। ଉକ୍ତ ସଭାରେ ମୁଖ୍ୟତଃ ବଙ୍ଗୀୟ ଭାଷାଭାସିଙ୍କ ବସ୍ତି ଏମଭି ନମ୍ବର ପରିବର୍ତନ କରି  ସ୍ଥାୟୀ ରାଜସ୍ୱଗ୍ରାମ ଭାବେ ନାମିତ କରିବା। ଏହି ପ୍ରସ୍ତାପକୁ ସ୍ଥାୟୀ ଗ୍ରାମବାସୀଙ୍କ ସହିତ ୧୪ଟି ଆଦିବାସୀ ସମାଜ ପକ୍ଷରୁ ପ୍ରତିବାଦ କରିବା ସହିତ ଘୋର ବିରୋଧ କରି ପାଟିତୁଣ୍ଡ କରିଥିଲେ। 

ଚାଲାଣଗୁଡା ପଞ୍ଚାୟତରେ ଥିବା ବଙ୍ଗୀୟ ସମ୍ପ୍ରଦାୟ ବାସ କରୁଥିବା ଏମଭି ୧, ଏମଭି ୪,ଏମଭି ୯,ଏମଭି ୪୪, ଏମଭି ୪୫ ଏହି ୫ଟି ଏମଭି ଭିଲେଜ ଗ୍ରାମଗୁଡ଼ିକର ନାମ ପରିବର୍ତ୍ତନ କୌଣସି ପରିସ୍ଥିତିରେ କରାଇ ଦେବୁନି ରାଜସ୍ବ ଗ୍ରାମର ମାନ୍ୟତା ଦେଲେ ଆନ୍ଦୋଳନ ଜୋରଦାର୍ ହେବ। ପୂର୍ବ ପରି ବଙ୍ଗୀୟ ଶରଣାର୍ଥୀ ଗ୍ରାମ ରହିଲେ ସେମାନଙ୍କର କିଛି ଅସୁବିଧା ହେବ ନାହିଁ। ମାଲକାନଗିରି ଜିଲ୍ଲାରେ ଭାଇଚାରା ରହିଛି, ଏମଭି ଗ୍ରାମ ପରିବର୍ତନ କରି ରାଜସ୍ୱ ଗ୍ରାମ ହେଲେ ଆଦିବାସୀ ଓ ବଙ୍ଗୀୟ ସମ୍ପ୍ରଦାୟ ମଧ୍ୟରେ ସବୁବେଳେ ବିବାଦ ଲାଗିରହିବ। ସରକାରଙ୍କ ଏହି ବ୍ୟବସ୍ଥା ଓ ପ୍ରସ୍ତାପକୁ ଆଦିବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି ବୋଲି ଗ୍ରାମସଭାରେ ପ୍ରବଳ ବେଗରେ ସ୍ୱର ଉଠିଥିଲା। ଯାହାଫଳରେ ଏହି ପ୍ରସ୍ତାପ କାଟ ଖାଇଥିଲା। ଏହି ଗ୍ରାମସଭାରେ ଚାଲାଣଗୁଡା ପଞ୍ଚାୟତ ସରପଞ୍ଚ ଅରକ୍ଷିତ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୟାନିଧି ନିମାଲ, ରାଜସ୍ୱ ନିରୀକ୍ଷକ ପଦ୍ମାବତୀ ସରକାର, ନାଏବ ସରପଞ୍ଚ ସୁନାମଣୀ କିସକୁଙ୍କ ସାଙ୍ଗକୁ ୧୬ଟି ରାଜସ୍ୱଗ୍ରାମର ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ୫ଟି ଏମଭି ବଙ୍ଗୀୟ ଶରଣାର୍ଥୀ ଗ୍ରାମର ମୁଖିଆଙ୍କ ସହିତ ଏକ ହଜାରରୁ ଉର୍ଦ୍ଧ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। 

ଠିକ ସେହିପରି ଗତକାଲି ମାଲକାନଗିରି ବ୍ଲକସ୍ଥ ସେରପାଲି ପଞ୍ଚାୟତରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଥିଲା। ସୋମବାରଦିନ ସେରପାଲି ପଞ୍ଚାୟତରେ ସରପଞ୍ଚ ସୁମିତ୍ରା ମାଡକାମୀଙ୍କ ଅଧକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ହୋଇଥିଲା। ଏହି ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜି, ପ୍ରଭାସ ମଣ୍ଡଳ, ନାଏବ ସରପଞ୍ଚ ଲବ ହାଲବା, ପୂର୍ବତନ ସରପଞ୍ଚ ଦଶରଥ ଦୁରୁକା, ସମସ୍ତ ୱାର୍ଡ ମେମ୍ବର ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଏହି ପ୍ରସ୍ତାପକୁ ଘୋର ବିରୋଧ କରିବା ଦ୍ୱାରା ପ୍ରସ୍ତାପ କାଏମ ହୋଇ ନପାରି କାଟ ଖାଇଥିବାର ଜଣାପଡିଛି। ଠିକ ସେହି ପରି ପଦ୍ମଗିରି ପଞ୍ଚାୟତ ଓ କାଲିମେଳା, ପଡିଆ, କୋରକୁଣ୍ଡା ବ୍ଲକର ଅନ୍ୟାନ ପଞ୍ଚାୟତରେ ଅନୁଷ୍ଠିତ ସ୍ବତନ୍ତ୍ର ପଲ୍ଲିସଭାରେ ଏହି ପ୍ରସ୍ତାବକୁ ବଙ୍ଗୀ ସମ୍ପ୍ରଦାୟମାନେ ସମର୍ଥନ କରୁଥିବା ବେଳେ ଆଦିବାସୀ ଗ୍ରାମବାସୀ ଓ ଆଦିବାସୀ ସମାଜ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଉଭୟ ସମ୍ପ୍ରଦାୟ ମୁହାଁମୁହିଁ ପରେ ଗ୍ରାମସଭାରେ ପ୍ରସ୍ତାବ ପାରିତ ନ ହୋଇ କାଟ ଖାଇଛି।

ଗତ ୨୦୨୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଏମଭି(ମାଲକାନଗିରି ଭିଲେଜ୍) ଓ ଏମପିଭି(ମାଲକାନଗିରି ପୋଟେରୁ ଭିଲେଜ)ଗ୍ରାମ ଗୁଡ଼ିକର ନାମ ପରିବର୍ତନ ସହ ରାଜସ୍ବ ମାନ୍ୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିଲା। ଓଡ଼ିଶାରେ ସରକାର ଗଠନ ପରେ ବିଜେପି ପ୍ରତିଶ୍ରୁତି ପାଳନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ମାଲକାନଗିରି ବ୍ଲକ୍‌ ସମେତ ଜିଲ୍ଲାର କାଲିମେଳା, ପଡ଼ିଆ, କୋରୁକୋଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା। ଗ୍ରାମସଭାରେ ଗୃହୀତ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥାନ୍ତା। କିନ୍ତୁ ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତବାସୀ ନାମ ପରିବର୍ତ୍ତନ ଓ ରାଜସ୍ବ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ତୀବ୍ର ବିରୋଧ କରିଛନ୍ତି। 

ଅନ୍ୟପକ୍ଷରେ ଏମ୍‌ଭି ଗ୍ରାମରେ ବସବାସ କରୁଥିବା ବଙ୍ଗୀୟ ସମ୍ପ୍ରଦାୟ ତୁରନ୍ତ ନାମ ବଦଳାଇବା ସହ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଦାବି କରିଥିଲେ। ଉଭୟ ପକ୍ଷର ଦାବିକୁ ନେଇ ଗ୍ରାମସଭାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବ୍ଳକ୍ କର୍ତ୍ତୃପକ୍ଷ, ପିଇଓ ବୁଝାସୁଝା କରିଥିଲେ ମଧ୍ୟ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ଜିଲ୍ଲାର ଅଧିକାଂଶ ଗ୍ରାମସଭା ସଫଳ ହୋଇପାରିନି। ମାଲକାନଗିରି ଜିଲ୍ଲାରେ ଏମ୍‌ଭି ଓ ଏମପିଭି ନାମରେ ୨୦୦ରୁ ଉର୍ଦ୍ଧ ଗାଁ ରହିଛି। 

ମାଲକାନଗିରି, କାଲିମେଳା, କୋରୁକୋଣ୍ଡା, ପଡ଼ିଆ ବ୍ଲକ୍‌ରେ ଏମ୍‌ଭି-୧ଠୁ ଆରମ୍ଭ କରି ଏମ୍‌ଭି-୨୦୦ ଏପରି ନାମରେ ଗାଁ ଗୁଡ଼ିକ ରହିଛି। ଏମ୍‌ଭି ବଦଳରେ ଭଲ ନାମକରଣ ପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ଏମ୍‌ଭି ଗାଁର ନାମ ପରିବର୍ତ୍ତନ, ରାଜସ୍ବ ମାନ୍ୟତା ପ୍ରସ୍ତାବକୁ  ଜିଲ୍ଲାର ୧୪ଟି ଆଦିବାସୀ ସମାଜ ଓ ମହାସଂଘ ପକ୍ଷରୁ ଘୋର ବିରୋଧ କରିଆସୁଛି। ଗତ ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବାଂଲାଦେଶୀ ଶରଣାର୍ଥୀଙ୍କୁ ମାଲକାନଗିରି ଜିଲ୍ଲାରେ ଏମଭି ଓ ଏମପିଭି ନମ୍ବରିଙ୍ଗ ଭିଲେଜରେ ଥଇଥାନ କରି ଥିଲେ। ଇତିମଧ୍ୟରେ ବଙ୍ଗୀୟ ସମ୍ପ୍ରଦାୟର ଜନସଂଖ୍ୟା ୧ ଲକ୍ଷ ଟପିଥିବା ବେଳେ ପ୍ରାୟ ୮୪ ହଜାର ଭୋଟର ଥିବାର ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.