ପ୍ରମୂଖ ଖବର
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସେୟାର ମାର୍କେଟରେ ଟଙ୍କା ଲଗାଇବା ନାମରେ ୩ କୋଟି ଟଙ୍କା ଠକେଇ, ଜଣେ ଗିରଫ

Published By : Prameya | May 4, 2025 11:06 PM

ମାଲକାନଗିରି, ୪/୫(ଆପ୍ର ) ସେୟାର ମାର୍କେଟରେ ଟଙ୍କା ଲଗାଇଲେ ତିନିମାସରେ ଅଧିକ ୨୦ ପ୍ରତିଶତ ଟଙ୍କା ମିଳିବ କହି ମାଲକାନଗିରି ଜିଲ୍ଲାରୁ ୫ଜଣ ଙ୍କ ନିକଟରୁ ପ୍ରାୟ ୩ କୋଟି ରୁ ଉର୍ଦ୍ଧ ଟଙ୍କା ଠକେଇ।  ଠକକୁ ମାଲକାନଗିରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଜିତ ତ୍ରିପାଠି।

ପୁଲିସ ସୂଚନା ଅନୁଯାଇ  ବରଗଡ଼ ଜିଲ୍ଲା ଭିଏସ୍ ଏସ୍ ନଗର ଆଞ୍ଚଳ ର ଦେବ ଜିତ ତ୍ରିପାଠୀ ନାମକ ବ୍ୟକ୍ତି ମାଲକାନଗିରି ଜିଲ୍ଲା କୁ ଆସି ସି ଟ୍ରେଡିଙ୍ଗ ନାମକ ସଂସ୍ଥା ଖୋଲିଥିଲେ।  ତିନିମାସ ରେ ଜମା ଟଙ୍କାର ୨୦ପ୍ରତିଶତ ଅଧିକ ଟଙ୍କା ମିଳିବାର ଲୋଭ ଦେଖାଇ ଗତ ୨୦୧୭ ମସିହାରୁ ୨୦୨୪ ମଧ୍ୟ ରେ ୫ ଜଣଙ୍କ ଠାରୁ ପ୍ରାୟ ୩କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଇଥିଲେ।  ଟଙ୍କା ମାଗିବାରୁ ଓଲଟି ଧମକ ଚମକ ଦେଇ ଥିଲେ।  ମାଲକାନଗିରି ଥାନା ସ୍ଥ ତଳସାହି ଗ୍ରାମର କେ ଜିତେନ୍ଦ୍ର ପାତ୍ର ନାମକ ଫଳ ବ୍ୟବସାୟୀ ଙ୍କ ଠାରୁ ପ୍ରାୟ ୮୦ ଲକ୍ଷ ଓ ଅନ୍ୟ ମାନଙ୍କୁ ଠାରୁ ମଧ୍ୟ କୋଟି କୋଟି  ଟଙ୍କା ଠକିଥିବାର ଜଣା ପଡିଛି। ଏ ସମ୍ପର୍କ ରେ ମାଲକାନଗିରି ଥାନାରେ ଅଭିଯୋଗ ହେବା ପରେ ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଅଧିକାରୀ ଶ୍ରୀ କିଣ୍ଡୋ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରାଯାଇଥିଲା।  ଅଭିଯୁକ୍ତ ତ୍ରିପାଠୀ ଆସାମ ରେ ଲୁଚି ରହିଥିବାର ଖବର ପାଇ ମାଲକାନଗିରି ପୁଲିସ ଟିମ ସେଠାରେ ପହଁଚି ଅଭିଯୁକ୍ତ କୁ ଗିରଫ କରି ମାଲକାନଗିରି କୁ ଆଣିଥିଲେ।   ଅଭିଯୁକ୍ତ ଦେବଜୀତ ତ୍ରିପାଠୀଙ୍କୁ ଠକେଇ ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.